ଅର୍ଗସ ବ୍ୟୁରୋ: ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିଛି । ଆଜି ହେଉଛି ଫଳାଫଳର ଦିନ । ଦେଶ ସମେତ ରାଜ୍ୟରେ ଆଜି ପ୍ରକାଶ ପାଇବ ରେଜଲ୍ଟ । ଭୋଟ ଗଣତି ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳ 8ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ବିଶେଷ କରି ବିରୋଧୀ ଦଳ ଇଭିଏମ୍ ଜାଲିଆତି ଅଭିଯୋଗ କରିଛନ୍ତି । କେତେକ ନେତା ଏସଂପର୍କରେ ଉତ୍ତେଜନାକାରୀ ମନ୍ତବ୍ୟ ଦେଇଥିବାରୁ ଭୋଟ୍ ଗଣତି ବେଳେ ବ୍ୟାପକ ହିଂସା ହୋଇପାରେ ବୋଲି ଆଶଙ୍କା ରହିଛି । କେନ୍ଦ୍ର ସରକାର ଏଭଳି ଆଶଙ୍କା ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏସଂପର୍କରେ ସମସ୍ତ ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ପତ୍ର ଲେଖାଯାଇଛି । ହିଂସାକାଣ୍ଡ ରୋକିବା ସହିତ ଏହାର ଉପଯୁକ୍ତ ମୁକାବିଲା କରିବା ଲାଗି ପତ୍ରରେ କୁହାଯାଇଛି ।
ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି। ହିଂସା ରୋକିବା ପାଇଁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ସମସ୍ତ ଭୋଟ୍ ଗଣତି କେନ୍ଦ୍ର ଏବଂ ଇଭିଏମ୍ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଶାନ୍ତି ବଜାୟ ରଖିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ସତର୍କ କରାଇ ଦିଆଯାଇଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଠାରୁ ଏସଂକ୍ରାନ୍ତ ସୂଚନା ପାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍ପରତାର ପ୍ରକାଶ କରିଥିବା ଜଣାପଡ଼ିଛି ।
ଅର୍ଗସ ବ୍ୟୁରୋ: ବାତ୍ୟା ମିଚାଓଙ୍ଗ ପ୍ରଭାବରେ ଚେନ୍ନାଇ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଆଡେ ଦେଖିବ ସବୁଠି ପାଣି ଆଉ ପାଣି। ଏହାର ପ୍ରଭାବରେ ୩ରୁ ୪ଦିନ ବାତ୍ୟାର ପ୍ରଭାବ ରହିବ। ଏଥିପାଇଁ ପ୍ରଶାସନ ଆଲର୍ଟ ରହିଛି। ଲୋକଙ୍କୁ ସତର୍କ କରାଯାଇଛି। ଚେନ୍ନାଇରେ ବାତ୍ୟା ମିଚାଓଙ୍ଗ ପ୍ରଭାବରେ ପ୍ରବଳ ବର୍ଷେ ହେବା ଯୋଗୁ ଚେନ୍ନାଇ ବିମାନବନ୍ଦରରେ ପାଣି ପଶି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବଙ୍ଗୋପସାାଗରରେ ଅଧିକ ମାତ୍ରାରେ ଘନୀଭୁତ ହେଉଛି। ଆନ୍ଧ୍ରପ୍ରଦେଶର ନେଲୋର ଏବଂ ମଛଲୀପଟନମ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବା ଆଶଙ୍କା ରହିଛି।
ଆଇଏମଡି ଅନୁଯାୟୀ, ଉତ୍ତର ତାମିଲନାଡୁର ପ୍ରାୟ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଚେନ୍ନାଇରେ ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପଞ୍ଚମ ଏବଂ ଅନ୍ତିମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିଲା। ଭାରତୀୟ ଦଳ କଙ୍ଗାରୁଙ୍କୁ ଧୂଳି ଚଟାଇବାରେ ସକ୍ଷମ ହୋଇଛି। ୬ ରନରେ ଭାରତ ଦଳ ଏହି ସିରିଜକୁ ନିଜ ନାଁରେ କବଜା କରିଛି। ଅଷ୍ଟ୍ରେଲିଆ ଦଳ ଜିତିବାକୁ ୧୬୧ ରନର ଟାର୍ଗେଟ ଦେଇଥିଲା। ଅଷ୍ଟ୍ରେଲିଆ ଦଳ ୮ ଓ୍ବିକେଟରେ ୧୫୪ ରନ ବନାଇବାରେ ସକ୍ଷମ ହୋଇଛି।
ପ୍ରଥମ ୩ ମ୍ୟାଚ୍ରେ ଉଭୟ ଦଳ ୨୦୦ରୁ ଊର୍ଦ୍ଧ୍ବ ରନ୍ କରିଥିଲେ। ଦୁଇଟିରେ ଭାରତ ପଶ୍ଚାତ୍ଧାବନ ଓ ଡିଫେଣ୍ଡ୍ କରି ମଧ୍ୟ ଜିତିଥିଲା। ତୃତୀୟଟିରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ ପାଇଁ ଭାରତ ୨୨୨ ରନ୍ କରି ମଧ୍ୟ ହାରିଯାଇଥିଲା। ଶେଷ ଦୁଇ ମ୍ୟାଚ୍ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଉଭୟ ଥର ଭାରତ ଛୋଟ ସ୍କୋର୍ କରି ମଧ୍ୟ ଏହାକୁ ସୁରକ୍ଷିତ ରଖି ମ୍ୟାଚ୍ ଜିତି ନେଇଛି। ଏଥି ସହ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ ବ୍ୟବଧାନରେ ଜିତି ଦିନିକିଆ ବିଶ୍ବକପ୍ ଫାଇନାଲ୍ ପରାଜୟର ଗ୍ଲାନିକୁ କିଛି ମାତ୍ରାରେ ଦୂର କରିଛି। ବିଶେଷ କରି ଯୁବ ଖେଳାଳିଙ୍କୁ ନେଇ ଗଠିତ ସୂର୍ଯ୍ୟକୁମାର ଯାଦବଙ୍କ ଦଳର ଏହି ବିଜୟ ଆସନ୍ତା ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଅନେକ ମହତ୍ବ ରଖିଛି।
ଭାରତ କ୍ରମାଗତ ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା। ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ପଞ୍ଚମ ଓଭର ବେଳକୁ ଉଭୟ ପ୍ୟାଭିଲିଅନ୍ ଫେରିଯାଇଥିଲେ। ଫଳରେ ପାୱାର ପ୍ଲେ ୬ ଓଭର ସୁଦ୍ଧା ଭାରତ ୪୨/୨ ସ୍ଥିତିରେ ରହିଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହ ମଧ୍ୟ ଶସ୍ତାରେ ଆଉଟ୍ ହୋଇଯିବା ଭାରତକୁ ଚାପରେ ପକାଇଥିଲା। ତେବେ ଶ୍ରେୟସ ଆୟରଙ୍କ ସହ ମିଶି ଜିତେଶ ଶର୍ମା ଓ ଅକ୍ଷର ପଟେଲ୍ ଗଢ଼ିଥିବା ଦୁଇଟି ଛୋଟ ଛୋଟ ଭାଗୀଦାରି କାରଣରୁ ଭାରତ ୧୬୦ ରନ୍ରେ ପହଞ୍ଚିପାରିଥିଲା। ଶ୍ରେୟସ ଆୟର ୩୬ ବଲ୍ରୁ ଅର୍ଦ୍ଧଶତକ ହାସଲ କରିବା ମାତ୍ରେ ଆଉଟ୍ ହୋଇଯାଇଥିଲେ। ଜିତେଶ ୧୬ ବଲ୍ରୁ ୨୪ ଓ ଅକ୍ଷର ୨୧ ବଲ୍ରୁ ୩୧ ରନ୍ କରିବାରୁ ଏହା ସମ୍ଭବ ହୋଇଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ଆନନ୍ଦପୁର ଉପଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ମହୁମାଛି ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି।
ଘସିପୁରା ବ୍ଲକ୍ ବରିପାଳର ଶିକ୍ଷକ ନବୀନ ଚରଣ ହୋ ରାସ୍ତାରେ ଯିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ବେଳେ ଜରକସାହିର ଦଶମା ଭୂୟାଁ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ସେହିଭଳି ଖାଳିଆମେଣ୍ଟା ଗାଁର କୁନି ଭୂୟାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର