ଅର୍ଗସ ବ୍ୟୁରୋ: କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦର ପ୍ରଭାବ ଭଦ୍ରକରେ ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକ ବନ୍ତ ଛକ,୧୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀମାନେ । ଜିଲ୍ଲା ସଭାପତି ଙ୍କ ସମେତ କଂଗ୍ରେସ କର୍ମୀମାନେ ଗାଡି ଗୁଡିକୁ ଅଟକ ରଖିବା ସହ ସହରରେ ପିକେଟିଂ କରୁଛନ୍ତି । ଭଦ୍ରକ ରେ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ସରକାରୀ କାର୍ୟ୍ୟାଳୟ ସମ୍ମୁଖରେ ମଧ୍ୟ କଂଗ୍ରେସ କର୍ମୀମାନେ ସଭା କରିବା ସହ ପିକେଟିଂ କରୁଛନ୍ତି । ଫଳରେ ଯାନ ବାହାନ ଅଟକି ରହିଛି । ଯାହାକୁ ନେଇ ଯାତ୍ରୀ ହଇରାଣ ହରକତ ହେଉଛନ୍ତି ।
ସେପଟେ ଭଦ୍ରକ ବାସୁଦେବପୁରରେ ବନ୍ଦ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟତରେ ବ୍ୟାଘାତ ସୃଷ୍ଟି ହେଇଛି । ରାସ୍ତାର ଉଭୟ ପାଖରେ ଶହ ଶହ ଗାଡି ମୋଟର ଛିଡା ହୋଇ ରହିଛି । ବିଶେଷ କରି ଏହି ବନ୍ଦରେ ବର ଯାତ୍ରୀ ମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି ।
ଏହାସହ ଗଞ୍ଜାମରେ ମଧ୍ୟ ବନ୍ଦର ପ୍ରଭାବ ଜାରି ରହିଛି । ଖଲ୍ଲିକୋଟ ବ୍ଲକ ଗୁରାପଲ୍ଲୀଠାରେ କଂଗ୍ରେସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଉଭୟ ପକ୍ଷରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଯାହାକୁ ନେଇ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଛି ।