ମେ 3ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: ଆଜି କଂଗ୍ରେସର ୬ ଘଂଟିଆ ଓଡିଶା ବନ୍ଦ । ସକାଳ ୭ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ ବନ୍ଦ ପାଳନ ପାଇଁ ଘୋଷଣା କରିଛି କଂଗ୍ରେସ । ଦରଦାମ, ବେକାରୀ ସମସ୍ୟା ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି । ବନ୍ଦ ସମୟରେ ବିଭିନ୍ନ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି କଂଗ୍ରେସ ଘୋଷଣା କରିଛି ।
ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । ସେହିପରି ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି । ଆମ୍ବୁଲାନ୍ସ ଓ ଦୁଗ୍ଧ ଗାଡି ଅବାଧରେ ଗଡିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।