ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ହେବାକୁ ଥିବା ଏହି ବନ୍ଦକୁ ଜୋରଦାର କରାଯିବା ନେଇ କୁହାଯାଇଛି । ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତା ଠାରୁ ଆରମ୍ଭ କରି ପ୍ରତି କଲେଜ୍ ସମ୍ମୁଖରେ ଦୃଢ଼ ପ୍ରତିବାଦ କରାଯିବ।
ବନ୍ଦକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରାଯାଇଛି । ଅନ୍ୟପଟେ ଓଡ଼ିଶା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଛି । ଅନ୍ୟପଟେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖାଯାଇଥିବାବେଳେ ସକାଳ ୯ଟା୩୦ ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି |
ଓଡିଶା ଖବର ଆହୁରି ପଢ଼ନ୍ତୁ । |