କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପ୍ରଦର୍ଶନ ସୂଚକାଙ୍କ ୨.୦ରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ । ୧୦ରୁ ୨୪କୁ ଖସିଲା ଓଡିଶା। ରାଜ୍ୟ ମାନଙ୍କ ଭିତରେ ସବୁଠୁ ଉଚ୍ଚରେ ଚଣ୍ଡୀଗଡ଼ ରହିଥିବା ବେଳେ ଓଡିଶା ୫୧୭. ୧ ପଏଣ୍ଟ ସ୍କୋର ରଖିଛି । ଏହି ରିପୋର୍ଟରେ ୭୩ଟି ସୂଚକକୁ ନେଇ ୧୦୦୦ ପଏଣ୍ଟକୁ ମୂଲ୍ୟାୟନ କରାଯାଇଛି। ୩୬ଟି ରାଜ୍ୟ ଓ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡିଶା ୨୪ ନମ୍ବରରେ ରହିଛି। ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ପିଲାଙ୍କ ଉପସ୍ଥାନ, ପରୀକ୍ଷା ଫଳାଫଳ ଆଧାରରେ ପ୍ରସ୍ତୁତ ରିପୋର୍ଟରେ ଓଡିଶା ବହୁତ ପଛରେ। ଓଡ଼ିଶାର ସ୍କୋରକୁ ସମୀକ୍ଷା କଲେ ଜଣାପଡୁଛି ଶିକ୍ଷା ଓ ଫଳାଫଳକୁ ଦେଖିଲେ ମୋଟ ୨୪୦ ସ୍କୋରରୁ ଓଡିଶା ମାତ୍ର ୬୫.୨୦ ପ୍ରତିଶତ ସ୍କୋର ହାତେଇଛି। ଗୁଣାତ୍ମକ ଶିକ୍ଷା ପାଇଁ କେବଳ ସ୍କୁଲ ସ୍ମାର୍ଟ କଲେ ହେବନି ଶିକ୍ଷକ ସ୍ମାର୍ଟ ହେବା ଜରୁରୀ ବୋଲି କହିଛନ୍ତି ଶିକ୍ଷାବିତ୍।
ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଫେଲ୍ ମାରିଛନ୍ତି ସରକାର। ଏହା ହିଁ ବୟାନ କରୁଛି କେମିତି ରହିଛି ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି। ଇଏ ହେଉଛି ନବରଙ୍ଗପୁରର ଦୃଶ୍ୟ। ଏମିତି ଅବସ୍ଥାରେ ହିଁ ପାଠ ପଢୁଛନ୍ତି କୁନି କୁନି ପିଲା। ବର୍ଷା ହେଲେ କଥା ସରିଲା କେବଳ ନବରଙ୍ଗପୁର ନୁହେଁ ପୂରା ରାଜ୍ୟରେ ଏମିତି ହିଁ ଅବସ୍ଥା। ଭଙ୍ଗା ଦଦରା ଘରେ କୁନି ପିଲାଙ୍କ ଭାଗ୍ୟ ନିର୍ମାଣ ହେଉଥିଲା ବେଳେ ଜରିପାଲ ତଳେ ଚାଲିଛି ପାଠପଢ଼ା ।
ପିଜିଆଇ 2.0 ରିପୋର୍ଟରେ ଓଡ଼ିଶା ସ୍ଥାନ ତଳକୁ ଖସିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । କେବଳ ସବୁଜ ରଙ୍ଗ ଦେଇ 5T ବ୍ୟବସ୍ଥା ଆଣି ସଚିବଙ୍କୁ ନେତା କରିବାର ସରକାର ବ୍ୟସ୍ତ ଥିବା କହିଛି ବିଜେପି। ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି।
ରାଜ୍ୟରେ କିପରି ଚାଲିଛି ସରକାରୀ ଶିକ୍ଷା ବ୍ୟବସ୍ଥା, ଏହି ଦୃଶ୍ୟ ତାହା ବୟାନ କରୁଛି । ତଳ ମୁହାଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା । ବଡ ପ୍ରଶ୍ନ, ଗୋଟିଏ ବର୍ଷରେ ପରର୍ଫମାନ୍ସ ଇଣ୍ଡେକ୍ସରେ ତଳକୁ ଖସିବାର କାରଣ କଣ ? କେବଳ ସ୍ମାର୍ଟ ପ୍ରଚାର କରି ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉନାହାଁନ୍ତି ତ ସରକାର ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର