ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ଜେଲ୍ରେ ରାଜକୀୟ ଚର୍ଚ୍ଚା ପାଉଛନ୍ତି ରୁପେଶ ! ଦାମୀ ଗାଡ଼ିରେ ଆସୁଛନ୍ତି ଭେଟିବାକୁ...
ଯାଜପୁର: ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିବାଦ ଘନଉଛି । ରଗଡ଼ି ଜେଲରେ ଥିବା ରୂପେଶ ଭଦ୍ରଙ୍କୁ ରାଜକୀୟ ଚର୍ଚ୍ଚାରେ ଆପ୍ୟାୟିତ କରାଯାଉଥିବା ଅଭିଯୋଗ ହୋଇଛି । ଜେଲ୍ର ଚାରିକାନ୍ଥ ଭିତରେ ତାଙ୍କୁ ସବୁପ୍ରକାର ସୌଖୀନ ସାମଗ୍ରୀ ଯୋଗାଇ ଦିଆଯିବା ସହ ତାଙ୍କ ପାଇଁ ଖାଦ୍ୟ ହୋଟେଲରୁ ଯୋଗାଇ ଦିଆଯାଉଛି । ଏପରିକି ତାଙ୍କୁ ଭେଟିବାକୁ ଜେଲ୍ ବାହାରେ ନାମୀଦାମୀ ଗାଡି ଲାଗିଥିବା କୂହାଯାଉଛି । ଜେଲର ଅନ୍ୟ କଏଦୀଙ୍କ ପାଇଁ ବହୁ କଟକଣା ଥିବା ବେଳେ ରୂପେଶଙ୍କ ପାଇଁ ସବୁ କଟକଣା ଛାଡ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଲାଣି । ହେଳେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହିନ ବୋଲି କହିଛନ୍ତି ଜେଲର ।
Download Argus News App
