କେନ୍ଦୁଝର: କେନ୍ଦୁଝରରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଛି । ଏଠାରେ ମଧ୍ୟ ନମୋ ଲହରୀ ଦେଖିବାକୁ ମିଳିଛି । ମୋଦିଙ୍କ ନୀତି ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି କେନ୍ଦୁଝରର ଯୁବରାଣୀ ସୁନନ୍ଦିନୀ ଭଞ୍ଜଦେଓ । ସେ କହିଛନ୍ତି ଯେ, ମୁଁ କେନ୍ଦୁଝରର ଭଲ ପାଇଁ ଏବଂ ମୋର ଜୁଆଙ୍ଗ ଓ ଭୁଇଁଆଙ୍କ ଭଲ ପାଇଁ ବିଜେପିରେ ସାମିଲ ହୋଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଆୟୋଜିତ ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରଥମେ ତେଲକୋଇ ନିର୍ଵାଚନ ମଣ୍ଡଳୀର ହରିଚନ୍ଦନପୁର ତାପରେ ପାଟଣା ନିର୍ବାଚନ ମଣ୍ଡଳୀର ତୁରମୁଙ୍ଗା ଏବଂ ଶେଷରେ କେନ୍ଦୁଝର ସଦର ନିର୍ଵାଚନ ମଣ୍ଡଳୀର ମୁରସୁଆଁ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାର ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର ।

ସେ କହିଥିଲେ ଯେ, କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । ଏହି ଜିଲ୍ଲାର ଅଧିବାସୀ ଭାରି ସରଳ । ତେଣୁ ତାଙ୍କୁ ଠକି ଲୁଟା ଯାଇଛି । କେନ୍ଦୁଝରର ସମ୍ପତ୍ତିକୁ ଚୋରି କରାଯାଇଛି । ଏହି ଚୋର ମାନଙ୍କୁ ଡବଲ ଇଞ୍ଜିନ ସରକାର ଆସିଲେ ଜେଲରେ ଭର୍ତି କରିଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି କେନ୍ଦୁଝର ଜିଲ୍ଲାକୁ ହେଲିକପ୍ଟର ଯୋଗେ ଏକ ତୋଫାନି ଗ୍ରସ୍ତରେ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ । କେନ୍ଦ୍ର ଚାଉଳକୁ ନବୀନ ପୋଷ୍ଟପିଅନ ଭାବେ ଗରିବ ଲୋକଙ୍କୁ ଦେଇ ରାଜ୍ୟ ଦେଉଛି ବୋଲି ଡିଣ୍ଡିମ ପିଟି ମିଛ କହୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ନିଜର ଦମ ନଥିବାରୁ ସନାତନ ମହାକୁଡ଼ ସହାୟତାରେ ପ୍ରାର୍ଥି ଛିଡା କରି ଜିତିବାକୁ ଚେଷ୍ଟାକୁ କେନ୍ଦୁଝର ବାସୀ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ ଦେଇଥିଲେ ।
ପାଣ୍ଡିଆନ ଓ ପ୍ରଭାକରନ ତାମିଲଙ୍କ ସହ ମିଶି କଂଗ୍ରେସର ନିରଞ୍ଜନ ଓ ନବୀନ ଓଡ଼ିଶାକୁ ଲୁଟି ତଳିତଳାନ୍ତ କରିଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଡବଲ ଇଞ୍ଜିନ ସରକାର ଆସିଲେ ଏହି ଦୁଇ ତାମିଲଙ୍କୁ ଜେଲ ପଠେଇବେ ବୋଲି ସଂକଳ୍ପ ସମାବେଶରେ କହିଥିଲେ ଧର୍ମେନ୍ଦ୍ର । କେନ୍ଦ୍ରର ଯୋଜନା ଗୁଡିକ ନିଜ ନାଁ ରେ କରି ବାହା ବାହା ନେଉଥିବା କହିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରରେ ମୋଦି ସରକାର ସହ ରାଜ୍ୟରେ ମଧ୍ୟ ମୋଦୀ ସରକାର ଆଣିବାକୁ ସାମବେଶ ରେ ଯୋଗ ଦେଇଥିବା ଜନତାଙ୍କୁ ଭୋଟ ମାଗିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ବିଜୟ ସଂକଳ୍ପ ସମାବେଶ ସାଂସଦ ପ୍ରାର୍ଥି ଅନନ୍ତ ନାଏକ, ସଦର ବିଧାୟକ ପ୍ରାର୍ଥି ମୋହନ ଚରଣ ମାଝୀ ଯୋଗ ଦେଇଥିଲେ ।

