ଖୋର୍ଦ୍ଧା: ରାମ୍ପରେ ନାଚିଲେ ବିଧାୟକ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବଲୁଗାଁ କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ । ଏହି ମହୋତ୍ସବର ମୁଖ୍ୟପୁରୋଧା ଥିଲେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ । ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ମହୋତ୍ସବ । ଏଥିପାଇଁ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଆଉ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଦେଖନ୍ତୁ, ବିଧାୟକ କିପରି ଗାୟକଙ୍କ ଗୀତରେ ତାଳେ ତାଳେ ନୃତ୍ୟ କରୁଛନ୍ତି ।
ଗାୟୀକାଙ୍କ ଗୀତର ତାଳେ ତାଳେ ମଧ୍ୟ ଝୁମିଛନ୍ତି ବିଧାୟକ ମହୋଦୟ । ବିଧାୟକଙ୍କର ଏହି ନୃତ୍ୟକୁ ହଜାର ହଜାର ଦର୍ଶକ ମଧ୍ୟ ବେଶ ଉପଭୋଗ କରିଥିଲେ । ବିଧାୟକ ପ୍ରଶାନ୍ତ ବାବୁଙ୍କର ଏହି ନୃତ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
