
କୋରାପୁଟ: ଆଖିରେ ଆଖିଏ ସ୍ୱପ୍ନ । ପାଠ ପଢ଼ିବୁ ବଡ଼ ମଣିଷ ହେବୁ । କିନ୍ତୁ ଶୈଶବର ଏହି ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯାଇଛି । କାରଣ ଜୀବନ ଆରମ୍ଭରୁ ଦିଆଯାଉଥିବା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି କୋରାପୁଟିଆ ପିଲା। ପ୍ରାକ୍ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ପୁଳା ପୁଳା ଅଙ୍ଗନବାଡ଼ି ଖୋଲା ଯାଉଥିବାବେଳେ ସଠିକ ଶିକ୍ଷାର ମାନ ରହୁନାହିଁ ।

ଜୟପୁର ବ୍ଲକର ବାଲିଆ ପଞ୍ଚାୟତ କୁନ୍ତରଖାଲ ଠାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । କିନ୍ତୁ ବାସ୍ତବରେ ଚିତ୍ର ସଂପୂର୍ଣ୍ଣ ଅଲଗା। ଚାରି ବର୍ଷ ହେବ ଭାଙ୍ଗି ହୋଇ ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । କିନ୍ତୁ ସରକାରଙ୍କ ଏ ନେଇ କୌଣସି ଶୁଭ ଦୃଷ୍ଟି ପଡି ପାରି ନାହିଁ। ଅଙ୍ଗନବାଡ଼ି କେନ୍ଦ୍ର ଗୋଟିଏ ଛୋଟ ବାରଣ୍ଡା ଘର । ନିୟଣ୍ଟିଆ ଭାବରେ ୨୫ ପିଲା ବସିବାକୁ ବାଧ୍ୟ ହେଉଛନ୍ତି । ପିଲାଙ୍କୁ ହଲି ବାକୁ ବି ସ୍ଥାନ ମିଳୁ ନାହିଁ । ଚାଳ ଘରେ ଉପରେ ନିର୍ଭର କରିବାକୁ ପଡେ । ଏଥିରେ ମଧ୍ୟ ହାରମାନି ନାହାନ୍ତି କୁନି କୁନି ଶିଶୁ ମାନେ । ଆଖିରେ ସ୍ୱପ୍ନ ରଖିଛନ୍ତି ଡାକ୍ତରର ହେବୁ ଦେଶର ସେବା କରିବୁ।

ବାଲିଆ ପଞ୍ଚାୟତରେ ବର୍ତ୍ତମାନ ୬୦ରୁ ଅଧିକ ଗର୍ଭବତୀ ରହିଛନ୍ତି । ସେହିପରି ଏହି ପଞ୍ଚାୟତରେ ୧୨ଟି ଅଙ୍ଗନବାଡ଼ି କେନ୍ଦ୍ର । ଏଥିରୁ ୪ ରୁ ତିନିଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଥିବା ସରକାରୀ ରେକର୍ଡ କହୁଛି । କିନ୍ତୁ ବାସ୍ତବିକ ଚିତ୍ର ଦେଖିଲେ ଜଳଜଳ ଜଣା ପଡ଼ିବ କେତେ ସଫଳତାର ସହ ଚାଲିଛି ଅଙ୍ଗନୱାଡ଼ି ଶିକ୍ଷା କାର୍ଯ୍ୟକ୍ରମ । ସେହିପରି ଗ୍ରାମରେ ୧୫ରୁ ଅଧିକ ଗର୍ଭବତୀ ମହିଳା ରହିଛନ୍ତି । କିନ୍ତୁ ସେମାନଙ୍କୁ ନିୟମିତ ଭାବରେ ଯାଞ୍ଚ କରାଯିବାର ନିୟମ ରହିଛି । କିନ୍ତୁ ଉପଯୁକ୍ତ ଯାଞ୍ଚ କରିବାର କୌଣସି ବ୍ୟବସ୍ଥା ନ ଥିବାରୁ ଏମାନେ ବି ସୁବିଧାରୁ ବଞ୍ଚିତ ହେଉଛନ୍ତି ।
୬ ମାସ ମଧ୍ୟରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର କରାଯିବ । ନିର୍ବାଚନ ପାଇଁ ବିଳମ୍ବ ହୋଇଛି କହି ଖସି ଯାଇଛନ୍ତି cdpo । କେଉଁଠି ଏକାଧିକ ଅଙ୍ଗନୱାଡ଼ି ତ କେଉଁଠି ବାରଣ୍ଡାରେ ଚାଲିଛି ପ୍ରାକ୍ ପ୍ରାଥମିକ ଶିକ୍ଷାଦାନ । ଜୟପୁର ବାଲିଆ ଏବଂ ଗଡପଦର ପଞ୍ଚାୟତରେ ଏହି ପରି ଅନେକ ଗ୍ରାମରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଅର୍ଥ ଦେଉଥିବା ସୃତି ରାଜ୍ୟ ସରକାର ଏହାକୁ ଠିକ୍ ଭାବରେ ବିନିଯୋଗ କରି ପାରୁ ନାହାନ୍ତି ।
