କୋରାପୁଟ: ଦୀର୍ଘ ୧୭ ବର୍ଷ ବିତିଯାଇଥିଲେ ସୁଦ୍ଧା ତେଲିଙ୍ଗିରି ଜଳ ପ୍ରକୋଳ୍ପ ଅଧା ପନ୍ତରୀୟା ହୋଇ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶୃତି ପାଣିର ଗାର ଭଳି ମନେ ହେଉଛି । ପାଣିର ଅପେକ୍ଷାରେ ଏଠି ଚାଷୀମାନେ ପଡ଼ିରହିଛନ୍ତି ।
ତେବେ ଏହି ଜଳ ପ୍ରକଳ୍ପର ସ୍ଥିତିକୁ ଜାଣିବା ପାଇଁ ପହଞ୍ଚିଥିଲା ଅର୍ଗସ୍ ନ୍ୟୁଜ୍ । ତେଲିଙ୍ଗିରି ଜଳ ଭଣ୍ଡାର ନିକୋଟକୁ। ଆଜି ଆପଣଙ୍କୁ ଦେଖେଇବୁ ଜଳ ଭଣ୍ଡାରର ସ୍ଥିତି । କୋରାପୁଟ ଜିଲ୍ଲା ଜୟୋପୁର ବ୍ଲକ ଅନ୍ତର୍ଗତ ରାନିଗୋଡ ଓ କେବିଡି ଗ୍ରାମ ପଞ୍ଚାୟତର ବିନ୍ଧାଣୀ ଗୁଡ଼ାକୁ ଲାଗିରହିଚି ତେଲିଙ୍ଗିରି ଜଳ ଭଣ୍ଡାର । ଦୀର୍ଘ ୧୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ଜଳ ଭଣ୍ଡାର କାର୍ଯ୍ୟ । ଏହି ଜଳ ପ୍ରକଳ୍ପର କାର୍ଯ୍ୟ ଏବେ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି ।
୦୭.୦୧.୨୦୦୨ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ଏହି ପ୍ରକଳ୍ପ ଦ୍ୱାରା ୧୨ ଖଣ୍ଡ ଗ୍ରାମର ପ୍ରାୟ ୮୦୦ ପରିବାରର ଲୋକେ ବାସଚ୍ୟୁତ ହୋଇ ନିଜର ଭିଟାମାଟିକୁ ହରାଇଥିଲେ । ୨୦୦୨ ମସିହାରେ ୧୦୮ କୋଟି ଟଙ୍କାରେ ଆରମ୍ଭ ହୋଇ ୨୦୧୯ ରେ ୧୦ ହଜାର କୋଟି ଟଙ୍କାକୁ ଟପିଲାଣି । ରାଜ୍ୟ ସରକାରଙ୍କ ଥଇଥାନ ପ୍ୟାକେଜ୍ ଅନୁଯାୟୀ ଶାଗ ମାଛ ଦରରେ ମୂଲ୍ୟବାନ ଜମିକୁ ସରକାର ହାତେଇ ନେଇଥିଲେ । ବିସ୍ଥାପିତଙ୍କ ପ୍ୟାକେଜ୍କୁ ୩ ଟି ପର୍ଯ୍ୟାୟକ୍ରମେ ବିସ୍ଥାପିତମାନଙ୍କୁ ଅର୍ଥ ଦେଇ ଚୁପ୍ ହୋଇ ବସିଛନ୍ତି ସରକାର ।
ସେପଟେ ବର୍ତମାନ ଏହି ୧୨ ଖଣ୍ତ ଗ୍ରାମର ଲୋକେ ଜମିହରାଇ ନିଜ ଯିବନ ଜୀବିକାକୁ ବଞ୍ଚିବା ପାଇଁ କେନାଲ ପାଣିକୁ ଚାହିଁ ଚାହିଁ କେବେ ପାଇବେ ପାଣି ଚାତକ ପକ୍ଷୀ ପରୀ ଚାହିଁ ରହିଛନ୍ତି ୧୨ ଖଣ୍ଡର ଗ୍ରାମବାସୀ । ୨୦୦୨ ମସିହାଠାରୁ ୨୦୧୯ ମଧ୍ୟରେ ସାବାଳକରୁ ନାବାଳକ, ଆଉ କେତେ ଜଣ ନିଜ ସ୍ଵାମୀକୁ ହରାଇ ବିଧବା ରୁପରେ ଏବଂ ୧୮ ବର୍ଷରୁ ଉର୍ଦ୍ଧ୍ୱ ବିସ୍ଥାପିତମାନେ ବାରମ୍ବାର ଜିଲ୍ଲା ପ୍ରୋଶାସନଙ୍କ ଦ୍ୱାରସ୍ତ ହୋଇ ମଧ୍ୟ ନିଜର ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଆଗକୁ ରହିଲା ନିର୍ବାଚନ ଭୋଟର ଙ୍କୁ କିପରି ଆୟତ କରିବା ପାଇଁ ଅତିତର ଦେଇଥିବା ପ୍ରତିଶୃତି ଏହି ପ୍ରକଳ୍ପକୁ ଉଦ୍ଘାଟନ କରିବା ପାଇଁ ତାରିଖ ଧାର୍ଯ୍ୟ କରିବା ଶୁଣିବାକୁ ମିଳୁଛି । ତେବେ ଦେଖିବାକୁ ବାକି ରହିଲା ଏହାର କାର୍ଯ୍ୟ କେବେ ହେଉଛି ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: