ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ କାମ୍ବୋଡିଆରେ ଫସି ରହିଛନ୍ତି ଗଞ୍ଜାମର ଯୁବକ ଦୀନବନ୍ଧୁ ସାହୁ । ୨୫ ଶହ ଡଲାର ପାଇଁ ଖାଇବାକୁ ନଦେଇ ଗୋଟିଏ ଘରେ ଦୀନବନ୍ଧୁଙ୍କୁ ଗୃହବନ୍ଦୀ । ଭିଏତନାମରେ କାମ ଦେବାକୁ କହି ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ବନାଥରପୁରର ଦୀନବନ୍ଧୁ ସାହୁଙ୍କୁ ନେଇଥିଲା ଏଜେଣ୍ଟ । ଏଥିପାଇଁ ଦେଢ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ପରେ ସେଠାରେ କାମ୍ବୋଡିଆ ନେଇ କମ୍ପ୍ୟୁଟର ଅପରେଟର ବଦଳରେ ବିଭିନ୍ନ ଅନୈତିକ କାମ କରିବାକୁ ଚାପ ପ୍ରୟୋଗ କରାଯାଇଥିଲା । ଏହା ନ ମାନିବାରୁ ଏବେ ଦୀନବନ୍ଧୁ ଗୃହବନ୍ଦୀ ।
ଏହା ପୂର୍ବରୁ ଦୁବାଇ ଓ ଇଥିଓପିଆରେ ଫସିଥିଲେ ଖଲ୍ଲିକୋଟର ୧୬ ଜଣ ଶ୍ରମିକ । ସେଭିତରୁ ମାତ୍ର ୮ ଜଣ ଫେରିଛନ୍ତି। ବାକି ବନ୍ଧକ ରହିଛନ୍ତି ।ବାଇଟ- ଦୀନବନ୍ଧୁ ସାହୁ ରାଜ୍ୟ ସାରା ଏମିତି ଦାଦନ ଯନ୍ତ୍ରଣାର ମାଳ ମାଳ । ଏସବୁ ଦେଖିଲେ ପ୍ରଶ୍ନ ଆସୁଛି, ୨୩ ବର୍ଷର ସରକାର କରୁଛି କଣ ? ଆଉ କେତେ ଦିନ ଦାଦନ ଯନ୍ତ୍ରଣା ସହିବେ ରାଜ୍ୟବାସୀ ? ୨୩ ବର୍ଷର ସ୍ଥିର ସରକାର ନିକଟରେ ଏହାର ଜବାବ ଅଛି ତ ?