ଭୌଗଳିକ ସ୍ଥିତି ଅନୁଯାୟୀ ତୁର୍କି ଓ ସିରିୟା ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଅବସ୍ଥିତ
ଗୁଳି ଫୁଟାଇ ଲୁଟି ନେଲେ ୧୫ ହଜାର
କେନ୍ଦୁଝର: ଗୁଳିକରି ଲୁଟିନେଲେ ଲୁଟେରା । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଗୁଳିକରି ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦିଲୀପ ବେହେରା ନାମକ ଜଣେ ବ୍ୟବସାୟୀ ଦୋକନ ବନ୍ଦ କରି ଘରକୁ ଫେରୁଥିଲେ । ସେହି ସମୟରେ ରେଲ୍ୱେ ଓଭରବ୍ରିଜ୍ ତଳେ ହଠାତ ୪ଜଣ ଯୁବକ ଦୁଇଟି ପଲ୍ସରରେ ଆସି ତାଙ୍କୁ ଅଟକାଇଥିଲେ ।
ପ୍ରଥମେ ସେମାନେ ତାଙ୍କୁ ଟଙ୍କା ମାଗିଥିଲେ । ତେବେ ସେ ଟଙ୍କା ନଦେବାରୁ ତାଙ୍କ ଉପରକୁ ଗୁଳି ଚଳାଇ ୧୫ହଜାର ଟଙ୍କା ଓ ମୋବାଇଲକୁ ଛଡ଼ାଇ ନେଇଯାଇଥିଲେ । ତେବେ ଗୁଳିଟି ଦୀଲିପଙ୍କ ହାତ ଓ ପେଟରେ ଘସି ହୋଇ ପଳାଇଯାଇଥିଲା। ଫଳରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ପୋଲିସ୍ ପହଞ୍ଚି ଦିଲୀପଙ୍କୁ ମେଡିକାଲ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।
Download Argus News App
