ଜଗତସିଂହପୁର: ଗାଁ ଭିତରେ ଚାଲିଛି ଚୁଡା ମିଲ୍ । ଧୂଳି, ଧୂଆଁରେ ଘରେ ରହି ପାରୁନାହାଁନ୍ତି ଲୋକେ । ଏପରିକି ଖାଦ୍ୟ ସାମଗ୍ରୀ ଓ ଲୁଗା ପଟା ମଧ୍ୟ କଳା ପାଉଁଶରେ ବୁଡି ଯାଉଛି । ଏ ବାବଦରେ ପ୍ରତିବାଦ କଲେ ନାଲି ଆଖି ଦେଖାଉଛି ମିଲ୍ ମାଲିକ । ଫଳରେ ଭୟରେ ନିରାଶ ହୋଇ ବସିଛନ୍ତି ଗ୍ରାମବାସୀ ।
ଚୁଡା ମିଲ୍ରୁ ବାହାରୁଥିବା ଧୂଆଁ ଅଣନିଶ୍ୱାସୀ କରିପକାଉଛି । ଗାଁ ଭିତରେ ଗତ ୬ ମାସ ହେଲା ଚାଲିଛି ଚୁଡା ମିଲ୍ । ଜଗତସିଂହପୁର ଜିଲା ବୋରିକିନା ଗାଁ ମୁଣ୍ଡରେ ଜନୈକ ବ୍ୟକ୍ତି ୬ ମାସ ହେଲା ଏକ ଚୁଡା କଳ ପ୍ରତିଷ୍ଠା କରିଛନ୍ତି । ଏହି ଚୁଡା କଳରୁ ବାହାରୁଥିବା କୁଣ୍ଡା ଓ କଳା ପାଉଁଶ ଏହାର ଆଖପାଖ ଗାଁକୁ ଉଡିବା ଫଳରେ ଲୋକେ ଘରେ ଆଉ ରହିପାରୁ ନାହାଁନ୍ତି । ପିଇବା ପାଣି ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଓ ଘରଦ୍ୱାର ସବୁଆଡେ କୁଣ୍ଡା ଓ କଳା ପାଉଁଶ ଗୁଣ୍ଡର ଆସ୍ତରଣ ମାଡି ଯାଉଛି । ଫଳରେ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି ।
କଳା ପାଉଁଶ ଗୁଣ୍ଡ ନାକରେ ପଶି ବିଭିନ୍ନ ରୋଗ ହେଉଥିବା ସହିତ ଛୋଟ ପିଲାମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଏପରିକି ବିଭିନ୍ନ ଚର୍ମରୋଗ ମଧ୍ୟ ହେଉଛି । ଏ ବାବଦରେ ଗ୍ରାମବାସୀ ମାନେ ପ୍ରତିବାଦ କରିବାରୁ ମିଲ ମାଲିକ ସେମାନଙ୍କୁ ତାତ୍ସଲ୍ୟ କରି କହିବା ସହ ନାଲି ଆଖି ଦେଖାଉ ଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଲିକୁଦା ତହସିଲଦାର କହିଛନ୍ତି ।
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...