
କଟକ: ପୁଣି ଏକ ନାବାଳିକାକୁ ପ୍ରଲୋଭିତ କରି ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ପ୍ରେମ, ଏହାପରେ ସମ୍ପର୍କ । ଜଣେ ବିବାହିତ ଯୁବକ କଟକ ଜିଲ୍ଲା ଟାଙ୍ଗୀର ଜଣେ ନାବାଳିକାକୁ ପ୍ରଲୋଭିତ କରି ଗର୍ଭବତୀ କରିଥିବା ନେଇ ଅଭିଯୋଗ ହୋଇଛି ଟାଙ୍ଗୀ ଥାନାରେ । ଟାଙ୍ଗୀ ପୋଲିସ ଉକ୍ତ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡ଼ଗାଁ ପଞ୍ଚାୟତ ହଳଦୀବସନ୍ତ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲେ ସେହି ଗ୍ରାମର ପବିତ୍ର ଓଝା ।
ଉକ୍ତ ଯୁବକ ପିଡୀତା ସହ ଦୈହିକ ସମ୍ପର୍କ ରଖିଆସୁଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହେବାର ଖବର ପରିବାର ଲୋକେ ଜାଣିବାପରେ ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲା । ପବିତ୍ର କାଠ ମିସ୍ତ୍ରୀ ଭାବେ କାମ କରୁଥିବାବେଳେ ନାବାଳିକାଙ୍କ ଘରକୁ ବାରମ୍ବାର ଯିବା ଆସିବା କରୁଥିଲେ । ତେବେ ଯୁବକ ଜଣଙ୍କ ପୂର୍ବରୁ ବିବାହିତ ବୋଲି ନାବାଳିକାର ଘର ଲୋକେ ଏ ସମ୍ପର୍କ ରେ କୌଣସି ଟେର୍ ପାଇନଥିଲେ । ସରଳତାର ସୁଯୋଗ ନେଇ ପବିତ୍ର ନାବାଳିକା ସହ ଅନୈତିକ ସମ୍ପର୍କ ରଖି ତାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଟାଙ୍ଗୀ ପୋଲିସ ଘଟଣାର ତଦନ୍ତ କରି ନାବାଳିକାର ଡ଼ାକ୍ତରୀ ମାଇନା କରାଯାଇଥିଲ । ପୋଲିସ୍ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହା ପୂର୍ବରୁ କଣ୍ଟାବାଞ୍ଛିରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖି ଅଭିଯୁକ୍ତ ଫେରାର ହୋଇଯାଇଥିଲା ।
