ନବରଙ୍ଗପୁର/ଭୁବନେଶ୍ୱର: ଚେନ୍ନାଇରେ ପୁଅର ମୃତ୍ୟୁ ଖବର ଶୁଣିଲା ପରେ ମୁକ ପାଲଟି ଯାଇଥିଲେ କ୍ରିଷ୍ଣାଙ୍କ ପରିବାର। ସେଠି କାହାରିକୁ ଯୋଗାଯୋଗ କରି ଶବ ଫେରାଇ ଆଣିବା ଏହି ଅଶକ୍ଷିତ, ଗରିବ ପରିବାର ପକ୍ଷରେ ସମ୍ଭବ ନଥିଲା। ଗାଁରେ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଭାଗ୍ୟକୁ ଆଦରି ପଡି଼ଥିଲ। ବେଳେ ଭଗବାନ ସେମାନଙ୍କ ଦୁଃଖ ବୁଝିଛନ୍ତି । ଦେବଦୂତ ଭାବେ ଉଭା ହୋଇଥିଲେ “ଓଡିଶ଼।-ମୋ ପରିବାର’। “ଓଡିଶ଼।-ମୋ ପରିବାର’ ସହଯୋଗରେ ଆଜି ସକାଳେ ଚେନ୍ନାଇରୁ ଶବ ଆସିବା ପରେ ନବରଙ୍ଗପରୁ ନଜି ଗାଁରେ ସତ୍କାର କରାଯାଇଛି ।
ଘଟଣାରୁ ଜଣାପଡିଛ଼ି, ନବରଙ୍ଗପୁର ଜିଲ୍ଲା ତେଲିପଡା ଗାଁର କ୍ରିଷ୍ଣା ହରିଜନ(୨୩) ତାମିଲନାଡୁର ଏକ ରାଇସ୍ ମିଲ୍ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ବୁଧବାର ସକାଳୁ କିଷ୍ଣ୍ର।ଙ୍କ ମୃତ ଦେହ ମିଲ ପରିସରରୁ ସନ୍ଦେହଜନକ ଅବସ୍ତାରେ ପଡିଥ଼ିବା ଦେଖିବାକୁ ମିଳିଥଲ। । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ହୋଇଥିଲା । ତେବେ ମିଲ୍ ମାଲିକ ଶବକୁ ଗାଏବ କରି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହି ଖବର “ଓଡିଶ଼।-ମୋ ପରିବାର’ କାର୍ଯ୍ୟାଳୟର ନଜରକୁ ଆସିଥିଲା । କ୍ରିଷ୍ଣାଙ୍କ ଶବକୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିବା ଲାଗି ଓଡ଼ିଶା-ମୋ ପରିବାର ଟିମ୍ ଉଦ୍ୟମ ଆରମ୍ଭ କରିଥିଲେ। ତାମଲିନାଡୁ ଅତରିକ୍ତ ପୁଲିସ ଡିଜି ଅଶୋକ ଦାସଙ୍କ ସହିତ ଯୋଗାଯୋଗ କରିଥେିଲ । ଓଡି଼ଶା ସରକାରଙ୍କ ବରିଷ୍ଠ ଅଧିକାରୀ ଆଇଜି ଅମିତାଭ ଠାକରୁ ମଧ୍ୟ ଏଥିରେ ସହଯୋଗ କରିଥିଲେ । ଶ୍ରୀ ଦାସଙ୍କ ନିଦ୍ଦେର୍ଶ ରେ ତାମିଲନାଡୁ ଅତିରିକ୍ତ ପୁଲିସ କମିଶନର(ଟ୍ରାଫିକ) ଏ.ଅରଣୁ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରି ମିଲ୍ ମାଲିକ ହେପାଜତରୁ ଶବ ଉଦ୍ଧାର କରି ଓଡିଶ। ଫେରାଇବାର ବ୍ୟବସ୍ଥା କରିଥିଲେ ।
ସାଧାରଣତଃ ଏହିଭଳି ମୃତ୍ୟୁ ରେ, ବ୍ୟବଚ୍ଛେଦ ପରେ ମର ଶରୀର ପଠାଯାଏ ନାହିଁ, “ଓଡିଶ଼।-ମୋ ପରିବାର’ଅନେୁରାଧ କ୍ରମେ ତାମଲିନାଡୁ଼ ପୋଲସି ମୃତ ଶରୀରକୁ ସସମ୍ମାନେ ଓଡଶା ପଠାଇଛନ୍ତି । “ଓଡିଶ଼।-ମୋ ପରିବାର’ ସଦସ୍ୟମାନେ ସେଠାରୁ ଆମ୍ବଲାନ୍ସ ଯୋଗେ ଶବକୁ ନବରଙ୍ଗପୁରର କ୍ରିଷ୍ଣାଙ୍କ ଗାଁ ତେଲିପଡ଼ା ଆଣି ଆଜି ଦିନ ୧୧ଟାରେ ପହଞ୍ଚଥିଲେ । ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶବି ପ୍ରଧାନୀ, ଡାବୁଗାଁ ବିଧ।ୟକ ତଥା ଓଡି଼ଶା-ମୋ ପରିବାର ସଦସ୍ୟ ଶ୍ରୀ ମନୋହର ରାନ୍ଧାରୀଙ୍କ ସହଯୋଗ ଓ ଉପସ୍ତିତିରେ କିଷ୍ଣ୍ର।ଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । ଓଡ଼ିଶା ମୋ ପରିବାରର ଏହି ପ୍ରଚେଷ୍ଟାକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା ।