ଅର୍ଗସ ବ୍ୟୁରୋ: ଓଡ଼ିଶା ପାଇଁ ଏକ ଦୁଃଖ ଖବର । ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାସ ଏଭରେଷ୍ଟ ଶିଖରରେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରିବାର କଛି ଘଂଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ୫୩ ବର୍ଷୀୟ କଳ୍ପନା । ସେ ଢେଙ୍କାନାଳର ଝିଅ ଅଟନ୍ତି ।ତାଙ୍କର ଏଭଳି ଖବର ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ ଏହା ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ କଳ୍ପନାଙ୍କ ସହିତ ଥିବା ଜଣେ ସେର୍ପା ମଧ୍ୟ କଳ୍ପନାଙ୍କ ପରିବାରକୁ ହ୍ୱାଟସଆପ ମାଧ୍ୟମରେ ମୃତ୍ୟୁ ଖବର ଜଣାଇଛନ୍ତି । ଏହି ଖବର ଦୁଃସାହସିକ କ୍ରୀଡ଼ା ଦୁନିଆ ପାଇଁ ଏକ ଶୋକର ଛାୟା ଦେଇଛି ।
[caption id="attachment_74704" align="alignnone" width="535"]ନିଜର ତୃତୀୟ ପ୍ରୟାସରେ ୨୦୦୮ ମସିହାରେ କଳ୍ପନା ଏଭରେଷ୍ଟ ଆରୋହଣ କରି ଓଡ଼ିଶା କ୍ରୀଡ଼ାରେ ଇତିହାସ ରଚିଥିଲେ । ଏହା ସହ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆରେ ଥିବା ଅନେକ ପର୍ବତକୁ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ । ୨୦୦୪ ଓ ୨୦୦୬ରେ ଖରାପ ପାଣିପାଗ କାରଣରୁ ଅଧାରୁ ଫେରିଥିବା ଢ଼େଙ୍କାନାଳ ଝିଅ କିନ୍ତୁ ନିଜ ଅଦମ୍ୟ ସାହସ ଦେଖାଇ ୨୦୦୮ ମସିହାରେ ଓଡ଼ିଶା କ୍ରୀଡ଼ାରେ ନିଜ ପାଇଁ ଏକ ନୂଆ ଫର୍ଦ୍ଦ ଯୋଡ଼ିଥିଲେ । ଏଥର କିନ୍ତୁ ପ୍ରଥମ ଭାରତୀୟ ଭାବେ ସେ ଶାଢ଼ୀ ପିନ୍ଧି ଏଭରେଷ୍ଟ ଶିଖରରେ ପହଞ୍ଚି ନୂଆ କୀର୍ତ୍ତୀମାନ କରି ନେଇଥିଲେ । ଏହି ଖରବ ପ୍ରସାରିତ ହେବା ପୂର୍ବରୁ କିନ୍ତୁ ଶିଖରରୁ ଫେରିବା ବାଟରେ ହିଁ ଅସୁସ୍ଥ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଅର୍ଗସ ବ୍ୟୁରୋ: ଆଜି କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳିରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି । ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ‘ଯବାନ’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହେଉଛି । କଟକ ଜିଲ୍ଲାର ଐତିହ୍ୟ ସ୍ଥାନ ତଥା ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ଜନ୍ମ ମାଟି ଗୋପିନାଥପୁରଠାରୁ ପାଗା ଛକ ପର୍ଯ୍ୟନ୍ତ “ଅମୃତ କଳସ ଯାତ୍ରା”ରେ ସାମିଲ ହୋଇ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ଘର ଘର ବୁଲି କଳସରେ ମାଟି ସଂଗ୍ରହ କରିଥିଲେ । ମଧୁବାବୁଙ୍କୁ ସ୍ମରଣ କରିବା ସହ ତାଙ୍କ ପ୍ରତିମୂର୍ତିରେ ପୁଷ୍ପଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି ଶ୍ରୀ ସାମଲ କହିଛନ୍ତି ।
ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି । ପାକିସ୍ତାନ, ବାଙ୍ଗଲାଦେଶ, ଚୀନ, କାରଗିଲ ଯୁଦ୍ଧ ବେଳେ ଯେଉଁମାନେ ଶହିଦ ହୋଇଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରାମନାରାୟଣ ମହାନ୍ତି, ଆଲୋକ ମହାନ୍ତି, ଫୋରଜନ୍ ଖାନ୍, ଆଶୁତୋଷ ପଟ୍ଟନାୟକ, ଦିଲ୍ଲୀପ ରାଉତ, ସୁଜିତ ଭୂୟାଁ, ସମ୍ରାଟ ଲେଙ୍କା ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ, ମଣ୍ଡଳ ସଭାପତି ଓ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଭାରତ ଟିମର ଯେତେ ପ୍ରଶଂସା କଲେ ସେତେ କମ ହେବ। ଭାରତୀୟ ଟିମର ଉଦୀୟମାନ ଯୁବା ବ୍ୟାଟର୍ସଙ୍କ ଆଜି ଧୂଆଁଧାର ରନ ବର୍ଷାରେ ଇଣ୍ଡିଆ ଟିମ ଧରାଶାୟୀ ହୋଇଛି। ବର୍ଷା ଆଜି ବାଧକ ସାଜିଥିଲା। ହେଲେ ବି ଭାରତୀୟ ଟିମର ବିଶାଳ ବିଜୟ କ୍ରିକେଟପ୍ରେମୀଙ୍କୁ ଆନନ୍ଦିତ କରିଛି। ଶୁଭମାନ ଗିଲ ଏବଂ ଶ୍ରେୟର ଆୟର ଧୂଆଁଧାର ଶତକ ଆଜି ଟିମକୁ ବିଜୟର ସ୍ବାଦ ଚଖାଇଛି। ତେବେ ସୂର୍ଯ୍ୟ କୁମାର ଯାଦବ ଏବଂ କେଏଲରାହୁଲ ମଧ୍ୟ ଭଲ ପାରି ଖେଳିଥିଲେ।
That's that from the 2nd ODI.
Jadeja cleans up Sean Abbott as Australia are all out for 217 runs in in 28.2 overs.#TeamIndia take an unassailable lead of 2-0.#INDvAUS pic.twitter.com/LawVWu2JI8 — BCCI (@BCCI) September 24, 2023
ଇନ୍ଦୋରରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତର ଦମ୍ଦାର ବିଜୟ ହୋଇଛି। ୯୯ ରନ୍ରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ DLS ମେଥଡ୍ ଲାଗୁ ହୋଇଥିଲା। ଅଷ୍ଟ୍ରେଲିଆ ଆଗରେ ୩୩ ଓଭରରେ ୩୧୭ ରନ୍ ଥିଲା। ୨୮.୨ ଓଭରରେ ଅଷ୍ଟ୍ରେଲିଆ ଆଉଟ୍ ହୋଇଯାଇଥିଲା। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍କୁ ଭାରତ କବ୍ଜା କରିଛି। ଶ୍ରେୟସ୍ ଆୟାର୍ ମ୍ୟାନ୍ ଅଫ୍ ଦି’ ମ୍ୟାଚ୍ ହୋଇଛନ୍ତି।
୪୦୦ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ। ବ୍ୟାଟିଂ କରିବାକୁ ଆସିଥିଲେ ଓପ୍ନର ଏମ.ଶୋର୍ଟ ଓ ଡେଭିଡ୍ ୱାର୍ଣ୍ଣର୍। ହେଲେ ଅଷ୍ଟ୍ରେଲିଆର ଦୁଇ ଓପ୍ନର ବେଶୀ ସମୟ କ୍ରିଜ୍ରେ ରହିପାରିନଥିଲେ। ୯ ରନ୍ରେ ଦୁଇଟି ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ। ଏମ. ଶୋର୍ଟ ୯ ରନ୍ କରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ତାଙ୍କ ପଛେ ପଛେ ଖାତା ଖୋଲି ନପାରି ପାଭିଲନ୍ ଫେରିଥିଲେ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର...
ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରନର ଶୁଭାରମ୍ଭ ପରେ ସେହି ଟ୍ରେନରେ ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି ।
ଏହି ଅବସରରେ ଢେଙ୍କାନାଳ, ଅନୁଗୋଳ ଓ ତାଳଚେରରେ ମାତୃଶକ୍ତିଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ଅଞ୍ଚଳ ପାଇଁ ଆନନ୍ଦର ମୁହୂର୍ତ୍ତ । ଏହା ଦ୍ୱାରା ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ଲୋକମାନେ ସୁବିଧା ପାଇବେ । ପୂର୍ବରୁ ଗତ ମଇ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିଲା । ଆଜି ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଶୁଭାରମ୍ଭ ହୋଇଛି । ମୋଦି ସରକାର ଓଡ଼ିଶାକୁ ଆସିବା ପରେ ରେଳ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ହେଉଛି । ଏ ସହୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓଡ଼ିଶାକୁ ଦର୍ଶାଉଛି ।
ଅପରପକ୍ଷରେ ବିଶ୍ୱକର୍ମା ପୂଜା ଅବସରରେ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି । ସମାଜର ବଞ୍ଚିତ ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ଲୋକମାନେ ବିଶେଷ ଭାବରେ ଶିଳ୍ପୀ, କାରିଗର, କମାର, ବଣିଆ, କୁମ୍ଭାର, ମୂର୍ତ୍ତିକାର, ମୋଚି, ରାଜମିସ୍ତ୍ରୀ, ଧୋବା ଭଳି ପାରମ୍ପରିକ ବୃତ୍ତିରେ ନିୟୋଜିତ ଲୋକମାନଙ୍କୁ ପରିଚୟ ପତ୍ର ସହ ପ୍ରଶିକ୍ଷଣ ଦିଆଯିବ । ୧୫ ହଜାର ଟଙ୍କା କିଟ୍ ଓ ଅନ୍ୟ ଆର୍ଥିକ ସହଯୋଗ ମିଳିବ । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ କମ୍ ସୁଧରେ ଋଣ ମିଳିବ । ଏହା ଦ୍ୱାରା ନୂଆ ଉଦ୍ୟମୀ ତିଆରି ହେବେ, ସେମାନଙ୍କର ଆତ୍ମବିଶ୍ୱାସ ବଢିବ, ବଞ୍ଚିତ ବର୍ଗର ସାମାଜିକ ସଶକ୍ତିକରଣ ହେବ ।
ସେହିପରି ସଦ୍ୟ ସମାପ୍ତ ନୂଆ ସଂସଦ ଭବନରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ଦେଶରେ ପ୍ରାୟ ୫୦ ଭାଗ ତଥା ୭୦ କୋଟି ମହିଳା ଜନସଂଖ୍ୟା ଥିବା ବେଳେ ସେମାନଙ୍କୁ ବିଧାନସଭା ଓ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଲ୍ ଆଗତ କଲେ, ଯାହା ଉଭୟ ଗୃହରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ମୋଦି ସରକାର ଏପରି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’, ପିଏମ ବିଶ୍ୱକର୍ମା ଯୋଜନା ଓ ଅନୁଗୋଳ, ତାଳଚେର ଏବଂ ଢେଙ୍କାନାଳରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର