ଭୁବନେଶ୍ୱର: ନବୀନ ଓ କଂଗ୍ରେସ ମଧ୍ୟରେ ବଢୁଛି କି ବନ୍ଧୁତା ? ପ୍ରଥମେ ଟେଲିଫୋନରେ ବାର୍ତ୍ତାଳାପ, ଏବେ ନବୀନ ନିବାସରେ ହେବ ମିଳାମିଶା । ଓଡିଶା ଆସୁଛନ୍ତି ଗାନ୍ଧି ପରିବାରର ସଦସ୍ୟ ପ୍ରିୟଙ୍କା ଗାନ୍ଧି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ୨୩ ତାରିଖ ଦିଲ୍ଲୀ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ ପତ୍ର ଧରି ଆସୁଛନ୍ତି ସୋନିଆଙ୍କ କନ୍ୟା ଓ ବିଶ୍ୱସ୍ତ । ସେପଟେ କଂଗ୍ରେସ ଆଡେ ଧିରଧିରେ ଢଳିବାରେ ଲାଗିଲେଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଏନେଇ ବିଜେଡି କୌଣସି ନିଷ୍ପତ୍ତି ନେଇନାହିଁ ବୋଲି କହିଛନ୍ତି ସସ୍ମିତ୍ ପାତ୍ର ।
ପ୍ରଥମେ ନବୀନଙ୍କ ସହ କମଲନାଥଙ୍କ ଫୋନରେ ବାର୍ତ୍ତାଳାପ ଏବଂ ପରେ ସୋନିଆଙ୍କ ଚିଠି, ଆଉ ଏବେ ନିମନ୍ତ୍ରଣ ପତ୍ର ନେଇ ଓଡିଶା ଆସୁଛନ୍ତି ପ୍ରିୟଙ୍କା ଗାନ୍ଧୀ ଓ କମଲନାଥ । ଜଣଙ୍କ ପରେ ଜଣେ କେନ୍ଦ୍ରୀୟ କଂଗ୍ରେସ ନେତାଙ୍କ ଏପରି କାର୍ଯ୍ୟକୁ ନେଇ ସୃଷ୍ଟି ହୋଇଛି ବଡ ଚର୍ଚ୍ଚା । ଜାତୀୟ ସ୍ତରରେ ଦୁର୍ବଳ ହୋଇଥିବା କଂଗ୍ରେସ ଏବେ ଆଞ୍ଚଳିକ ଦଳର ସାହାରା ନେଇ ଶକ୍ତିଶାଳୀ ହେବାକୁ କରୁଛି ପ୍ରୟାସ । ଅନ୍ୟପଟେ ବିଜେଡି ଧିରେଧିରେ କଂଗ୍ରେସ ମୁହାଁ ହେଉଥିବା ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା । ସେପଟେ କିନ୍ତୁ ଏହି ଚର୍ଚ୍ଚାକୁ ଖୁବ୍ ଚତୁରତାର ସହିତ ଏଡାଇ ଦେଇଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର ସବୁ ମୁଖପାତ୍ରଙ୍କ ଭଳି କହିଛନ୍ତି ଆସନ୍ତା ୨୩ ହିଁ କହିବ ବିଜେଡି କୁଆଡେ ଯିବ ।
ଅନ୍ୟପଟେ କେନ୍ଦ୍ରରେ କିଏ ଗଢିବ ସରକାର ତାକୁ ନେଇ ଏନଡିଏ ଓ ୟୁପିଏ ଭିତରେ ଚାଲିଛି ଭିତିରି ବଳ କଷାକଷି । ଏହାରି ଭିତରେ ଚର୍ଚ୍ଚାରେ ରହିଛି ସବୁ ଆଞ୍ଚଳିକ ଦଳମାନଙ୍କ ଭୂମିକା । କଂଗ୍ରେସ କହିଛି ହାଇକମାଣ୍ଡଙ୍କ ନିଷ୍ପତ୍ତି ଫାଇନାଲ୍ । ଅନ୍ୟପଟେ ବିଜେପିର ଦମ୍ଭୋକ୍ତି ଆମେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବୁ । ଯେଉଁମାନେ ଦୁର୍ବଳ ଅଛନ୍ତି ସେମାନେ ମେଣ୍ଟ ଗଢିବାକୁ ପ୍ରୟାସ ଚଳାଉଛନ୍ତି । ନିର୍ବାଚନ ଫଳାଫଳ ଆସିବାକୁ ଆଉ ୬ ଦିନ ବାକି ଅଛି । କିଏ ହାତେଇବ ଦିଲ୍ଲୀ ଓ ରାଜ୍ୟର ସିଂହାସନ ଏହା ଉପରେ ଏବେ ସମସ୍ତଙ୍କ ନଜର ।
କେନ୍ଦ୍ରାପଡା : କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଆତ୍ମହତ୍ୟା କରୁକରୁ ବଞ୍ଚିଗଲେ ବୃଦ୍ଧା. ଏପରି ଦୃଶ୍ୟ ଦେଖବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅର୍ନ୍ତଗତ ଲୁଣା ନଦୀ ନିକଟରେ. ଏଠାରେ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଅବସ୍ଥାରୁ ଉଦ୍ଧାର କରାଯାଇଛି. ସୂଚନା ମୁତାବକ ବୃଦ୍ଧା ଜଣକ ଲୁଣା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ.
ଅଧିକ ପଢନ୍ତୁ : କାରରୁ ପାଣିକୁ ଡେଇଁପଡିଲେ ମହିଳା
ଦୁଇକିଲୋମିଟର ଭାସିଯିବା ପରେ ମଧ୍ୟ ସେ ବୁଡି ଯାଇନଥିଲେ. ମାହାରା କୂଳରେ ଭାସିଭାସି ଲାଗିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଜୀବନ୍ତ ଅବସ୍ଥା ରେ ଉଦ୍ଧାର ହେଲେ . ହେଲେ ବୃଦ୍ଧାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ. ସ୍ଥାନୀୟ ଲୋକମାନେ ୧୦୮ ଯୋଗେ କେନ୍ଦ୍ରାପଡ଼ା ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଛନ୍ତି . ବୃଦ୍ଧା ଜଣଙ୍କ ସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇ ଥିଲେ ।
କଟକ: ବିବାହ ପଞ୍ଜିକରଣ ସାଇଟରେ ବିବାହ ପ୍ରସ୍ତାବ ଦେଇ ଠକେଇ। କଟକର ଜଣେ ଯୁବତୀଙ୍କ ସହ ବନ୍ଧୁତା କରି ସୁନା ଠକେଇ। ନିଜକୁ ଜଣେ ଆୟାକର ବିଭାଗ ଅଧିକରୀ ବୋଲି ପରିଚୟ ଦେଇ ଠକେଇ। ଦେଢ଼ ଲକ୍ଷ ଟଙ୍କାର ସୁନା ଠକି ନେଇଥିବା ଅଭିଯୋଗ। ଠକେଇ ଅଭିଯୋଗରେ କଟକର ଜଣେ ଯୁବକ ଗିରଫ।
ଗିରଫ ହେଲେ କଟକର ସୁଧାଂଶୁ ବେହେରା। ସୁଧାଂଶୁକୁ ଗିରଫ କଲା କଟକ କ୍ୟାଣ୍ଟନମେଣ୍ଟ ପୋଲିସ । ସୁଧାଂଶୁ ଏକାଧିକ ଯୁବତୀଙ୍କୁ ଏପରି ଠକି ଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଆସନ୍ତାକାଲି 4ଘଣ୍ଟା ଜଗା ଦର୍ଶନ ବନ୍ଦ। ବନକଲାଗି ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ। ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ହେବ ହୋଇନାହିଁ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର।
ଅପରାହ୍ନ 5ଟାରୁ ରାତି 9 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ। ବନକଲାଗି ନୀତି ଶେଷ ପରେ ଆରମ୍ଭ ହେବ ସର୍ବସାଧାରଣଙ୍କ ଦର୍ଶନ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର