ଏହି ଅଦଳବଦଳ ପ୍ରକ୍ରିୟାରେ ଅନେକ ବିବାଦୀୟ ନେତା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଦେଖିବାକୁ ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କେବଳ ନିଜ ଭାବମୂର୍ତ୍ତି ବଞ୍ଚାଇବାକୁ ଏହି ବଦନାମ ନେତା ମାନଙ୍କୁ ନିଜ ମନ୍ତ୍ରୀମଣ୍ଡଳରୁ ବାଦ ଦେଇଥିଲେ ମଧ୍ୟ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ବିରୋଧୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ନିକଟରେ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଯୌନ ବ୍ୟଭିଚାର ଅଭିଯୋଗରେ ଶିକାର ହୋଇଥିଲେ ମନ୍ତ୍ରୀ ସମୀର ଦାସ। ସମୀର ଦେଇ ସାରିଛନ୍ତି ଇସ୍ତଫା। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ସଙ୍ଗୀନ ଯୌନ ବ୍ୟାଭିଚାର ଅଭିଯୋଗ ଆଣିଥିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା। ସେ ବି ଇସ୍ତଫା ଦେଇସାରିଛନ୍ତି। ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡର ସହ , କାବୁଆର ରହସ୍ୟଜନକ ମୃତ୍ୟୁ ସହ ଅଂଚଳରେ ରାଜନୈତିକ ହିଂସା ଓ ହତ୍ୟାର ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇଥିବା ପ୍ରତାପ ଜେନା ଇସ୍ତଫା ଦେଇ ସାରିଛନ୍ତି। ପରି ହତ୍ୟାକାରୀଙ୍କୁ ସୁରକ୍ଷା ଅଭିଯୋଗରେ ଅରୁଣ ସାହୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଥିବା ବେଳେ ମମିତା ମେହେର ହତ୍ୟାକାଣ୍ଡରେ ଗଡିଛି ଦିବ୍ୟଶଙ୍କର ମିଶ୍ର। ସେହିପରି ଏହାରି ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ନବଦାସଙ୍କ ହତ୍ୟାକୁ ଚାରିମାସ ପୂରିଥିଲେ ମଧ୍ୟ ଏବେ ବି ସସ୍ପେନ୍ସରେ ମର୍ଡର ମୋଟିଭ୍। ଦିନ ଦ୍ବିପ୍ରହରରେ ପୋଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା।
ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ପାଇଁ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ମାମଲାକୁ ଚାପି ଦେବାକୁ ରାଜ୍ୟସରକାର କ୍ରାଇମବ୍ରାଞ୍ଚ ମାଧ୍ୟମରେ ଷଡଯନ୍ତ୍ର କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏଇ ନିକଟରେ ଝାରସଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍ ଦାଖଲ କରିଥିଲେ ମଧ୍ୟ ଏଥିରେ ସ୍ପଷ୍ଟତା ନଥିବା ବାରି ହୋଇପଡିଛି। ଏସବୁ ମାମଲା ଭିତରେ ରାଜ୍ୟ ସରକାର ଛନ୍ଦି ହୋଇରହିଥିବାବେଳେ ଶେଷ ବର୍ଷରେ ସରକାରଙ୍କ ପଦକ୍ଷେପ କଣ ରହୁଛି ତା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।
ଅଧିକ ପଢନ୍ତୁ ଓଡ଼ିଶା ଖବର