କନ୍ଧମାଳ : ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ୭୩କେଜି ଗଞ୍ଜେଇ ସହ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲକୁ ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ୍ । ଏଥିସହିତ ଚାରିଜଣ ଚାଲାଣକାରୀ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ୍ । ସୂଚନାଅନୁସାରେ, ବାଲିଗୁଡ଼ା ଅଞ୍ଚଳରୁ ନୁଆପଡ଼ା ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇଥିଲା ତୁମୁଡ଼ିବନ୍ଧ ପୋଲିସ୍ ।
ସୂଚନା ପ୍ରକାରେ ଅଞ୍ଚଳରେ ପେଟ୍ରଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହ ଗାଡ଼ି ମୋଟର ଯାଞ୍ଚ୍ ଚଳାଇଥିଲା ପୋଲିସ୍ । ସେହି ସମୟରେ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲ ଦୃତ ଗତିରେ ଯାଉଥିବା ଦେଖି ପୋଲିସ୍ ଉଭୟ ଗାଡ଼ିକୁ ପିଛାକରି ତୁମୁଡ଼ିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ଉଭୟ ଗାଡ଼ିକୁ କାବୁ କରିଥିଲା ଏବଂ ଗାଡ଼ିରୁ ୭୩ କେଜି ଗଞ୍ଜେଇ ଜବତ କରିଥିଲା ।
ସଂପୃକ୍ତ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଚାରିଜଣ ଚାଲାଣକାରୀଙ୍କ ମଧ୍ୟରୁ ଦୁଇଜଣ ନୁଆପଡ଼ା ଜିଲ୍ଲା କରିବାର ଅଞ୍ଚଳର ଜୟ ବାଗ୍ ଓ ବଇଦ ବାଗ୍ ହୋଇଥିବାବେଳେ ଅନ୍ୟ ଦୁଇଜଣ ବାଲିଗୁଡ଼ା ଥାନା ଡପାକିଆ ଗ୍ରାମର ପିତର ଦିଗାଲ ଓ ଡଙ୍ଗେରୀ ଗ୍ରାମର ନିଜିଙ୍ଗା ମଲ୍ଲିକ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ନୁଆପଡ଼ା ଜିଲ୍ଲାକୁ ଚାଲାଣ ହେଉଥିଲା ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢ଼େ ତିନି ଲକ୍ଷ(୩,୫୦,୦୦୦) ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ।
ପୁରୀ: ଆଜି ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ 5 ଟା ଠାରୁ ରାତି 10 ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଦଇତାପତି ସେବାୟତଙ୍କ ଏହା ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଓ ଦଇତାପତି ସେବାୟତ ମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି ।
ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୫ ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣଙ୍କର ଦର୍ଶନ ବନ୍ଦ ରହିବ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ବର୍ଷକୁ ପ୍ରାୟ ଦୁଇଥର ଓ ଆବଶ୍ୟକ ପଡିଲେ ତିନିଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ । ଶୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବାର ଦିନ । ଏଥିପାଇଁ ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠି ନୌବୀର ମାନେ ନିଜର ପରାକାଷ୍ଠା ଦେଖାଇବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ ।
ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ । ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ ।
ଅଧିକ ପଢନ୍ତୁ ଭାରତ ଖବର