ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି । ଏମସିଏଲରୁ ସେବାନିବୃତ ହୋଇଥିବା ଝାରସୁଗୁଡା ହଂସାମୁରା କଟାପାଲିର ମଙ୍ଗଳ ଖଡ଼ିଆ ବ୍ରଜରାଜନଗର ୟୁକୋବ୍ୟାଙ୍କୁରୁ ଝିଅ ବାହାଘର ପାଇଁ ମଧ୍ୟାହ୍ନ ୧୨ଟାରେ ୩ ଲକ୍ଷ ୧୦ ହଜାର ଟଙ୍କା ଉଠାଣ କରିଥିଲେ। ନିଜ ପକେଟରେ ୧୦ ହଜାର ଟଙ୍କା ରଖି ବାକି ୩ ଲକ୍ଷ ଟଙ୍କାକୁ ସ୍କୁଟି ଡିକିରେ ରଖି ରାଜପୁର ରାସ୍ତାରେ ଥିବା ଏକ ଦୋକାନକୁ କିଣିବାକୁ ଯାଇଥିଲେ ।
ହେଲେ ଲୁଟେରା ଏହି ମୌକାର ଫାଇଦା ଉଠାଇ ସ୍କୁଟିର ଡିକି ଖୋଲି ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ହୋଇଯାଇଥିଲେ। ଅଭିଯୋଗ ପରେ ପୋଲିସ ସ୍ଥାନୀୟ ଅଂଚଳର ସମସ୍ତ ସିସି ଟିଭି ଯାଞ୍ଚ କରିବା ସହିତ ମାମଲାର ତଦନ୍ତ ଜାରି ରଖିଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦି ସୂଚନା ପ୍ରଦାନ କରିଛନ୍ତି ।
ଅପରପକ୍ଷେ ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ସ୍କୁଟି ଡିକିରୁ ଆଖି ପିଛୁଳାକେ ଟଙ୍କା ଲୁଟ କରୁଥିବା ସିସି ଟିଭିରେ କଏଦ୍ ହୋଇଥିବା ଖବର ମିଳିଛି। ଅନ୍ୟ ପଟେ ଦୁର୍ବୃତ୍ତମାନେ ବ୍ୟକ୍ତି ଜଣକୁ ବ୍ୟାଙ୍କ ଭିତରୁ ଟଙ୍କା ଉଠାଣ ପରେ ପିଛା କରିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।