ଭୁବନେଶ୍ୱର: ପ୍ରଳୟଙ୍କାରୀ ବାତ୍ୟା ଫୋନି ପରେ ଏବେ ଆକାଶ ଛୁଆଁ ପରିବା ଓ ଫୁଲ ଦର । ପରିବା ନିତିଦିନିଆ ଆବଶ୍ୟକତା ହୋଇଥିବା ବେଳେ ବାହାଘର ଓ ଅନ୍ୟ ଶୁଭ କାର୍ଯ୍ୟ ପାଇଁ ଫୁଲ ଦର ବି ଗ୍ରାହକଙ୍କୁ ବାଧୁଛି । ଅନ୍ୟପଟେ ବର୍ଦ୍ଧିତ ଦର ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ପ୍ରଭାବିତ କରିଛି ।
ବାତ୍ୟା ଫୋନିକୁ 13 ଦିନ ବିତିଯାଇଥିଲେ ମଧ୍ୟ ଏବେବି ବିଭିନ୍ନ ସମସ୍ୟା ଭିତରେ ଦିନ କାଟୁଛନ୍ତି ରାଜଧାନୀବାସୀ । ବାତ୍ୟା ଆସି ଦୁଃଖ ଦେଇଗଲା । ପ୍ରଥମେ ପାଣି, ଖାଦ୍ୟ ଓ ବିଜୁଳି ଆଉ ଏବେ ପନିପରିବା ଓ ଫୁଲର ଚଢା ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ସମଗ୍ର ରାଜଧାନୀରେ ଆକାଶ ଛୁଆଁ ହେବାରେ ଲାଗିଛି ପରିବା ଦର । ବତ୍ୟା ପରେ ଆଳୁ, ପିଆଜ,ଟମାଟୋ, ବାଇଗଣ ,ପୋଟଳ, ଗାଜର ସହ ଅନ୍ୟାନ୍ୟ ପରିବାର ଦର ଦୁଇଗୁଣ ବଢିଯାଇଛି । ଯାହାକୁ ନେଇ ରାଜଧାନୀବାସୀ ଚିନ୍ତାରେ । ଫୋନି ପୂର୍ବରୁ ପରିବା ଦର କମ୍ ଥିବାବେଳେ ଗ୍ରାହକ ମାନେ ଯେତିକି ପରିମାଣର ପରିବା କିଣୁଥିଲେ ବାତ୍ୟା ପରେ ବର୍ଦ୍ଧିତ ଦର ଯୋଗୁଁ ଚାହିଦା କମିଯାଇଛି । ବାତ୍ୟା ପୂର୍ବରୁ ଆଳୁ ଦର କିଲୋପିଛା 12 ଟଙ୍କା ରହିଥିବା ବେଳେ ଏବେ ଏହା ବଜାରରେ 16 ଟଙ୍କାରେ ବିକ୍ରି ହେଉଛି । ସେହିପରି ପିଆଜ ଦର 15 ଟଙ୍କାରୁ 18ଟଙ୍କାକୁ ବୃଦ୍ଧି ପାଇଛି । ପୋଟଳ କିଲୋପିଛା 25ଟଙ୍କାରୁ 40 ଟଙ୍କା, କଖାରୁ 16ଟଙ୍କାରୁ 25ଟଙ୍କା, ଟମାଟୋ 50 ଟଙ୍କା, କ୍ୟାପ୍ସିକମ 60 ଟଙ୍କା, କାକୁଡ଼ି 25 ଟଙ୍କାରୁ ବଢ଼ି 30 ଟଙ୍କାରେ ପହଁଚିଛି ।
ଏପଟେ ପରିବା ଦର ଯେଉଁ ପରିମାଣରେ ବଢୁଛି଼, ସେପରି ବଜାରରେ ଫୁଲର ଦର ମଧ୍ୟ ଆକାଶ ଛୁଆଁ । ବାହାଘର ସିଜିନ ଥିବାବେଳେ ଫୁଲର ଦାମ ଗ୍ରାହକଙ୍କ ଚିନ୍ତା । ଫୁଲର ଦରଦାମ୍ ଅଧିକ ରହିଥିବାରୁ ଚାହିଦା କମୁଥିବା କହିଛନ୍ତି ବ୍ୟବସାୟୀ । ଏପଟେ ଗ୍ରାହକ ଅସନ୍ତୁଷ୍ଟ ଓ ସେପଟେ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି ।
ଅର୍ଗସ ବ୍ୟୁରୋ: ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । 3 ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ମୌଙ୍ଗି ଜି.ବାୱେଣ୍ଡି, ଲୁଇସ୍ ଇ.ବ୍ରୁସ୍ ଙ୍କୁ ମିଳିଛି ନୋବେଲ ପୁରସ୍କାର । ଆଲେକ୍ସି ଏଲ୍ . ଏକିମୋଭ୍ ପାଇବେ ନୋବେଲ ପୁରସ୍କାର ।
ପୂର୍ବରୁ ଗତ 2 ତାରିଖରେ ମେଡିସିନ ଓ 3 ତାରିଖରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି ।
ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷ ତିନି ଜଣ ପଦାର୍ଥ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ୍ ପୁରସ୍କାର-୨୦୨୩। ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନ ପାଇଁ ପାଇବେ ସମ୍ମାନଜନକ ନୋବେଲ୍ । ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...
ଦେଶରେ ହ୍ରାସ ପାଇଛି ବେକାରୀ ସମସ୍ୟା . ପୂର୍ବ ରିପୋର୍ଟ ଅନୁଯାୟୀ ମାତ୍ର ବର୍ଷକରେ ଭାରତରେ ବେଶ ହ୍ରାସ ପାଇଛି ବେକାରୀ ସମସ୍ୟା. ସିଏମଆଇଇ ବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିରେ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି. ଗତ ଅଗଷ୍ଟରେ ଏହା ୮.୧୦ % ଥିଲା , ଯାହା ସେପ୍ଟେମ୍ବରରେ ୭.୦୯ %କୁ ଖସି ଆସିଛି . ତେବେ ଯଦି ଦେଖାଯାଏ ତେବେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରରେ ବେକାରୀ ସମସ୍ୟା ହ୍ରାସ ପାଇଛି. ଦୁର୍ବଳ ମୌସୁମୀ ବର୍ଷା ସତ୍ତ୍ବେ ଗ୍ରାମୀଣ କ୍ଷେତ୍ରରେ ବେକାରୀ ହାର କମ୍ ହୋଇଛି.
ତେବେ ସହରାଞ୍ଚଳରେ ଅଗଷ୍ଟରେ ୧୦.୦୯ % ତୁଳନାରେ ସେପ୍ଟେମ୍ବରରେ ୮.୯୪ % କୁ ଖସି ଆସିଛି. ଅନ୍ୟପକ୍ଷରେ ଗ୍ରାମୀଣ ବେକାରୀ ହାର ୭.୧୧% ରୁ ଖସି ୬.୨୦ % ହ୍ରାସ ପାଇଛି. ଭାରତରେ ପାର୍ବଣ ରତୁ ପୂର୍ବରୁ ସହରୀ ବେକାରୀ ହାରରେ ହ୍ରାସ ଦେଖିବାକୁ ମିଳିଛି.
ଅଧିକ ପଢନ୍ତୁ ଭାରତ ଖବର
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିଯୁକ୍ତି ଅଭିଯାନ ଜରିଆରେ ଦେଶର ବେକାରୀ ହାରରେ ହ୍ରାସ ଘଟିଥିବା ସିଏମଆଇଇ ଏହାର ରିପୋର୍ଟରେ ଉଲ୍ଲେଖ କରିଛି. ଗତମାସ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନିଯୁକ୍ତି ଅଭିଯାନ ରୋଜଗାର ମେଳା ଅନ୍ତର୍ଗତ ୫୧,୦୦୦ ଲୋକଙ୍କୁ ନିସୁକ୍ତିପତ୍ର ବାଣ୍ଟିଥିଲେ. ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ହଜାର ହଜାର ଯୁବକଯୁବତୀ ନିଯୁକ୍ତିପତ୍ର ବାଣ୍ଟିଛନ୍ତି. ତେବେ ଭାରତରେ ପାର୍ବଣ ଋତୁ ପୁର୍ବରୁ ସହରୀ ବେକାରୀ ସମସ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି.
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ । ରଣବୀର କପୁରଙ୍କୁ ଇଡିର ସମନ । ବେଟିଂ ଆପ୍ ସ୍କାମ୍ ମାମଲାରେ ଆସନ୍ତା 6ରେ ହାଜର ପାଇଁ ସମନ ଜାରି କଲା ଇଡି ।
ଏହି ମାମଲାରେ ଅନ୍ୟ 15 ଜଣ ସେଲିବ୍ରିଟି ମଧ୍ୟ ଇଡି ନଜରରେ ଅଛନ୍ତି । ଅନଲାଇନ୍ ବେଟିଂ ପ୍ଲାଟଫର୍ମ ପାଇଁ ରଣବୀର କପୁର ଏକ ସୋସିଆଲ୍ ମିଡିଆ ଇନଫ୍ଲୁଏନସର ଭାବରେ କାମ କରୁଥିଲେ । ଏହି ଆପ୍ ର ପ୍ରମୋସନ ପାଇଁ ମଧ୍ୟ ପାଉଣା ନେଉଥିଲେ।
ଆହୁରି ପଢନ୍ତୁ ମନୋରଞ୍ଜନ ଖବର...