ଭୁବନେଶ୍ୱର: ପୁଣି ଆବାସିକ ଛାତ୍ରୀ ନିବାସରେ ଜଣେ ଛାତ୍ରୀଙ୍କ ମୃତ୍ୟୁ । ଗତକାଲି ରାତ୍ରି ଭୋଜନ ସାରି ସୋଇବା ବେଳେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ହେଲେ ଟୁନି ରଇତ । ସେ ଗଜପତି ଜିଲ୍ଲା ମାରିଙ୍ଗି ଆବାସିକ ଛାତ୍ରୀ ନିବାସରେ ରହୁଥିଲେ । ଟୁନି ଦ୍ୱିତୀୟ ଶ୍ରେଣୀର ଛାତ୍ରି ବୋଲି ସୂଚନା ରହିଛି । ତେବେ ବିଶାକ୍ତ ଖାଦ୍ୟ ଯୋଗୁଁ ଟୁନିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କାରଣ ଟୁନି ସହ ରାତ୍ରି ଭୋଜନ କରିଥିବା ଅନ୍ୟ 5 ଜଣ ଛାତ୍ରୀ ମଧ୍ୟ ଅସୁସ୍ଥ ରହିଛନ୍ତି । ତେବେ ଖବର ପାଇ ଗାରବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁତର ଛାତ୍ରୀଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ । ଶୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବାର ଦିନ । ଏଥିପାଇଁ ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠି ନୌବୀର ମାନେ ନିଜର ପରାକାଷ୍ଠା ଦେଖାଇବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ ।
ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ । ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ ।
ଅଧିକ ପଢନ୍ତୁ ଭାରତ ଖବର
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର