ସମ୍ୱଲପୁର: ଶେଷର ଇସ୍ତଫା ଦେଇଛନ୍ତି ଭୀମସାର ନିର୍ଦ୍ଦେଶକ ଅଶ୍ୱୀନ ପୂଜାହାରୀ । ଏହାସହ ବହୁ ଚର୍ଚ୍ଚିତ ଭୀମସାର ବିବାଦ ନେଇ ସମସ୍ତ କଳ୍ପନା ଜଳ୍ପନାର ଏକ ତରଫା ଅନ୍ତ ଘଟିଛି । ଶନିବାର ଏକ ସାମ୍ୱାଦିକ ସମ୍ମିଳନୀରେ ଅଶ୍ୱୀନ ପୂଜାହାରୀ ଏନେଇ ସୂଚନା ଦେଇଛନ୍ତି ।
ଭୀମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଅଶ୍ୱୀନ ପୂଜାହାରୀ । ସେ ଜଣେ କର୍ମଠ ବ୍ୟକ୍ତି ଏବଂ ଦିନକୁ 10-12 ଘଣ୍ଟା କାମ କରିବା ତାଙ୍କ ଅଭ୍ୟାସ ରହିଛି । ତେବେେ ସେ ଏତେ ଲମ୍ୱା ଛୁଟିରେ କେବେ ଯାଇନଥିଲେ । ଏନେଇ ବାରମ୍ୱାର ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ତାଙ୍କୁ କୌଣସି ଉତ୍ତର ମଧ୍ୟ ମିଳିଲାନି । ଏକ ପ୍ରକାର ମାନସିକ ସଂଘର୍ଷରେ ଗତି ସେ ଗତି କରୁଥିଲେ । ତେବେ ଇସ୍ତଫା ଛଡା କୌଣସି ଉପାୟ ନଥିଲା ବୋଲି ପୂଜାହାରୀ କହିଛନ୍ତି ।
ସୂଚନା ଯେ, ଏକ ନାଟକୀୟ ଢଙ୍ଗରେ ରାଜ୍ୟ ସରକାର ଭୀମସାର ନିର୍ଦ୍ଦେଶକ ଡକ୍ଟର ଅଶ୍ୱୀନ ପୂଜାହାରୀଙ୍କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ପଠାଇଦେଇଥିଲେ । କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା ପୂଜାହାରୀଙ୍କୁ । ତେବେ କାରଣ ଦର୍ଶାଅ ନୋଟିସର ଜବାବ ସରକାର ଗ୍ରହଣ କରିପାରିନାହାନ୍ତି ବା ପସନ୍ଦ ହୋଇନାହିଁ ତେବେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଅତିକମ୍ରେ ମିଳିବା କଥା ବୋଲି ପୂଜାହରୀ କହିଛନ୍ତି । ଭୀମସାର ନିର୍ଦ୍ଦେଶକ ଦାୟିତ୍ୱ ନେବା ପରେ ସେ ଅନେକ ସଂସ୍କାର ଆଣିଥିଲେ । ତାଙ୍କ ନିଯୁକ୍ତି ପୂର୍ବରୁ କ୍ଲାସକୁ ପିଲା ଯାଉ ନଥିଲେ, ଡାକ୍ଟର ଠିକ୍ ସମୟରେ ଆସୁନଥିଲେ, ରୋଗୀଙ୍କ ଠାରୁ ଲାଞ୍ଚ ମଧ୍ୟ ନିଆଯାଉଥିଲା । ଯାହା ଉପରେ ପୂଜାହାରୀ ରୋକ୍ ଲଗାଇଥିଲେ ବୋଲି କହିଛନ୍ତି ।
ପ୍ରକାଶ ଯେ ସମ୍ୱଲପୁର ବୁର୍ଲା ଭୀମସାରରେ ନିର୍ଦ୍ଦେଶକ ଅଶ୍ୱୀନ ପୂଜାହାରୀଙ୍କୁ ନେଇ ବିଭିନ୍ନ ପ୍ରକାର ବିବାଦ ଉପୁଜିଥିଲା । ତେବେ ଲୁଣ ଚିକିତ୍ସାର ଭିଡିଓ ଭାଇରାଲ ହେବା ପରେ ଅଧିକ ବିବାଦକୁ ଚାଲିଆସିଥିଲେ ପୂଜାହାରୀ ।
ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ । ଶୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବାର ଦିନ । ଏଥିପାଇଁ ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠି ନୌବୀର ମାନେ ନିଜର ପରାକାଷ୍ଠା ଦେଖାଇବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ ।
ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ । ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ ।
ଅଧିକ ପଢନ୍ତୁ ଭାରତ ଖବର
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର