ନୂଆପଡ଼ା: କଲେଜରେ ଭାଲୁ । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ଏବେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ସଦର ନାସନାଲ କଲେଜ ପରିସରରେ । 3ଟି ବଣୁଆ ଭାଲୁ କଲେଜ ପରିସରରେ ପଶି ଖେଳୁଥିବା ଦେଖାଯାଇଛି । ବିଭିନ୍ନ ଭଙ୍ଗି କରି ଭାଲୁମାନେ କଲେଜ ପରିସରରେ ବୁଲୁଛନ୍ତି । କେତେବେଳେ ଦୁଇ ଗୋଡ଼ରେ ଠିଆ ହେଉଛନ୍ତି ତ କେତେବେଳେ ଦୌଡ଼ି ପଳାଉଛନ୍ତି । ଭାଲୁମାନେ ନିଜ ନିଜ ଭିତରେ ଖେଳୁଥିବା ମଧ୍ୟ ଦେଖାଯାଇଛି । ଗଛରୁ ଖାଦ୍ୟ ସଂଗ୍ରହ ପାଇଁ ସେମାନେ ଦୁଇ ଗୋଡ଼ରେ ଛିଡ଼ା ହେଉଛନ୍ତି । ଏଭଳି ଦୃଶ୍ୟ ଦେଖି କଲେଜର ଶିକ୍ଷକ ଏବଂ ଛାତ୍ରଛାତ୍ରୀ ବେଶ୍ ମଜା ନେଇଛନ୍ତି । କିନ୍ତୁ ଭାଲୁ ମାନଙ୍କୁ କେହି ବି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରି ନାହାନ୍ତି । ଖାଲି ସେତିକି ନୁହେଁ ଭାଲୁ ମାନେ ମଧ୍ୟ କାହାରି କିଛି କ୍ଷତି ପହଞ୍ଚାଇ ନାହାନ୍ତି ।
ଭାଲୁମାନେ ଶୁକ୍ରବାର ଅପରାହ୍ନ ପ୍ରାୟ 4ଟା ବେଳେ କଲେଜ ପରିସରରେ ଖାଦ୍ୟ ଅନ୍ୱେଷଣରେ ପାଶିଆସିଥିଲେ । ପ୍ରାୟ 3 ଘଣ୍ଟା ଧରି ମନ ସାନ୍ତି କରି ଭାଲୁ ମାନେ କଲେଜ ପରିସରରେ ବୁଲା ବୁଲି କରିବା ପରେ ପୁଣି ନିଜ ଘର ବା ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ । ତେବେ ଭାଲୁ ମାନଙ୍କୁ ଦେଖି କେହି କେହି ମଜାରେ କହିଥିଲେ ଯେ, ଆଗରୁ ଲୋକମାନେ ନନ୍ଦନକାନନ ଯାଉଥିଲେ ଭାଲୁ ଦେଖିବା ପାଇଁ । ଆଉ ଏବେ ଖୋଦ୍ ଭାଲୁ ନଜେ ଆସୁଛି କଲେଜରେ ପିଲାଙ୍କୁ ଦେଖିବାକୁ ।
ତେବେ ବାରମ୍ବାର ଜନବସତି ଆଡ଼କୁ ଭାଲୁମାନେ ଆସୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି । ପୂବରୁ ଖରିଆର ରୋଡ୍ରେ ମଧ୍ୟ ଭାଲୁ ମାନେ ଉତ୍ପାତ କରିଥିବା ଦେଖିବାକୁ ମିଳିଥିଲା ।
