ଭୁବନେଶ୍ୱର: ଗତ ଦୁଇ ଦିନ ତଳେ ପ୍ରକାଶ ପାଇଥିବା ସିଏଜି ରିପୋର୍ଟକୁ ଆଧାର କରି ରାଜ୍ୟ ସରକାରଙ୍କ ଅପରଗତା ବଖାଣିଛନ୍ତି ଲେଖାଶ୍ରୀ । ସିଏଜି ରିପୋର୍ଟ ଦେଖାଇ କହିଛନ୍ତି ରାଜ୍ୟ ସରକାର କେବଳ ଅଧିକ ପିସି କାରବାର ହେଉଥିବା ବିଭାଗରେ ଟଙ୍କା ଖର୍ଚ୍ଚ କରୁଛନ୍ତି । ସିଧା ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବିଭାଗରେ ଟଙ୍କା ଖର୍ଚ୍ଚ କରୁ ନାହାନ୍ତି, ବରଂ ଟଙ୍କା ଫେରସ୍ତ କରୁଛନ୍ତି । ଅନ୍ୟପଟେ ଓ୍ୱାର୍କସ ଡିପାର୍ଟମେଣ୍ଟ ଭଳି ବିଭାଗରେ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି କହିଛନ୍ତି ଲେଖାଶ୍ରୀ ।
ଓ୍ୱାର୍କସ୍ ଡିପାର୍ଟମେଣ୍ଟରେ 100 କିଲୋମିଟର ରାସ୍ତା ପାଇଁ 229 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ, ମାତ୍ର 48 କିଲୋମିଟର ରାସ୍ତା ନିର୍ମାଣ କରି ସବୁ ଟଙ୍କା ଶେଷ କରି ବସି ପଡ଼ିଛନ୍ତି ସରକାର ।
ଅନୁରୂପ ଭାବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ 800 କିଲୋମିଟର ରାସ୍ତା ପାଇଁ 292 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଆସିଥିବା ବେଳେ ମାତ୍ର 462 କିଲୋମିଟର ରାସ୍ତା ନିର୍ମାଣ କରି ଟଙ୍କା ଶେଷ କରିଦେଲେ ସରକାର । ଏଭଳି ସଙ୍ଗୀନ୍ ଅଭିଯୋଗ କରିବା ସହ ସିଧାସଳଖ ଓ୍ୱାର୍କସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ନଳିନୀକାନ୍ତ ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଏହି ବିଭାଗରେ ଅଧିକ ପିସି କାରବାରକୁ ପ୍ରୋତ୍ସାହନ ଦେଇଥିବା କହିଛନ୍ତି ଲେଖାଶ୍ରୀ ।
ସେହିଭଳି ରାଜ୍ୟ ସରକାରଙ୍କ ଆଳୁ ମିଶନ ସମ୍ପୂର୍ଣ୍ଣ ଫେଲ୍ ହୋଇଛି ବୋଲି କହିଛନ୍ତି ଲେଖାଶ୍ରୀ । ଆଳୁ ମିଶନ ପାଇଁ 130 କୋଟି ଟଙ୍କାର ବଜେଟ୍ ରହିଥିବା ବେଳେ ମାତ୍ର 26.65 କୋଟି ଟଙ୍କା ଖର୍ଚ୍ଚ କରି ଚୁପ୍ ବସିଛନ୍ତି । ଏହାକୁ ଅଧିକ ନିନ୍ଦା କରିଛନ୍ତି ଲେଖାଶ୍ରୀ ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?