ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ସପିଂ ମଲର ସମ୍ମୁଖରେରେ ନ୍ୟାୟ ଦାବିରେ ସାମ୍ବାଦିକଙ୍କ ବିକ୍ଷୋଭ । ଖବର ସଂଗ୍ରହ କରୁଥିବା ଅର୍ଗସର ନିର୍ଭୀକ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ହୋଇଥିବା ମରଣାତ୍ମକ ଆକ୍ରମଣରେ ସାମ୍ବାଦିକଙ୍କ ତରଫରୁ ପ୍ରତିବାଦ କରାଯାଉଛି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତିବ୍ର ନିନ୍ଦା କରାଯାଉଛି । ଖାଲି ଭୁବନେଶ୍ୱରରେ ନୁହେଁ ସାମ୍ବାଦିକଙ୍କୁ ହେଉଥିବା ଦୁର୍ବ୍ୟବହାର ବିରୋଧରେ ସାରା ଓଡ଼ିଶାରେ ଏହାର ବିକ୍ଷୋଭ କରାଯିବ ବୋଲି ବରିଷ୍ଠ ସାମ୍ବାଦିକମାନେ ଖୁଲମଖୁଲା ଚେତାବନି ଦେଇଛନ୍ତ ।
ଗତକାଲି ଖୁଲମଖୁଲା ଗୁଣ୍ଡାରାଜ କରିଥିଲା ଏସପ୍ଲାନେଡର କର୍ମଚାରୀ । ଖବର ପ୍ରସାରଣ କରୁଥିବା ମହିଳା ସାମ୍ବାଦିକାଙ୍କୁ ଗୋଇଠା ମାରିବା ସହ ଟିମକୁ ଧମକାଇଛନ୍ତି ଏସପ୍ଲାନେଡ କର୍ମଚାରୀ। ବେଆଇନ ପାର୍କିଂ ଫି ଆଦାୟ କରୁଥିବା ଏସପ୍ଲାନେଡ ମଲରୁ ଖବର ଅର୍ଗସ ଟିଭିରେ ସିଧା ପ୍ରସାରଣ ହେଉଥିବା ବେଳେ ରକ୍ତ ମୁଖା ହୋଇ ଉଠିଥିଲେ ଏସପ୍ଲାନେଡ କର୍ମଚାରୀ । ଖବର ସଂଗ୍ରହ କରୁଥିବା ଅର୍ଗସର ନିର୍ଭୀକ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କ ସହ କ୍ୟାମେରା ପର୍ସନ ପ୍ରମୋଦ ମହାପାତ୍ରଙ୍କୁ ଆକ୍ରମଣ କରିଥିଲେ ମଲର ବାଉନସର ବା ଗୁଣ୍ଡାମାନେ । ମଲ କର୍ମଚାରୀଙ୍କ ପ୍ରଶ୍ନ ପାର୍କିଂ ଫି ଆଦାୟ ହେଲେ ତମେ କହିବାକୁ କିଏ ? କାହା ପରମିସନରେ ଏହି ନ୍ୟୁଜ କଭର ହେଉଛି । ଏହା କହିବା ସହ ଆମ ପ୍ରତିନିଧିଙ୍କୁ ଗୋଇଠା ମାରିଥିଲେ ମଲର ସୁରକ୍ଷାକର୍ମୀ ।
ଜୋର ଜବରଦସ୍ତ ଟାଣି ନେଇ ସିକ୍ୟୁରିଟ ରୁମରେ କବାଟ ବନ୍ଦ କରି ଅଟକ ରଖିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାଡିଥିଲେ । ଏନେଇ ସହିଦ ନଗର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଆରେଷ୍ଟ କରାଯାଇଛି । ବାରମ୍ବାର ସାମ୍ବାଦିକଙ୍କ ଉପରେ ଏପରି ମାରଣାତ୍ମକ ଆକ୍ରମଣ ହୋଇଚାଲିଛି । ଅସୁରକ୍ଷିତ ସମ୍ବିଧାନର 4ର୍ଥ ସ୍ତମ୍ଭ । ଏହାର ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକମାନେ । ଏପଟେ ବିଭିନ୍ନ ମହଳରେ ସାମ୍ବାଦିକଙ୍କ ପ୍ରତି ହେଉଥିବା ଦୁର୍ବ୍ୟହାରକୁ ତିବ୍ର ନିନ୍ଦା କରାଯଉଛି ।

