ପୁରୀ: ଫୋନିର ତାଣ୍ଡବ ଲୀଳା । ପ୍ରଳୟ ରଚିଛି ଫୋନି । 1999 ମହାବାତ୍ୟାକୁ ମନେ ପକାଇଛନ୍ତି ଓଡ଼ିଶାବାସୀ । ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜନଜୀବନକୁ ବିଧ୍ୱସ୍ତ କରିଦେଇଛି। ଏକ ପ୍ରକାର ପ୍ରଳୟ ସୃଷ୍ଟି କରିଛି ଫୋନି। ଗଛ ଭାଙ୍ଗି ରାସ୍ତାଘାଟ ଅବରୋଧ ହେବା ସହ ବର୍ଷା ପାଣି ଜମି ରହିଛି। ବହୁ ନଦୀରେ ବନ୍ୟା ଆସିଛି। ରାଜ୍ୟର ୧୩ଟି ଜିଲ୍ଲା ଏହାଦ୍ୱାରା ପ୍ରଭାବିତ ହେବା ଆକଳନ କରାଯାଉଛି । ତେବେ ପୁରୀ ଓ ଭୁବନେଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି।
ଫନି ପ୍ରଭାବିତ ଅଂଚଳରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି। ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ତେବେ ଏହାରି ଭିତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ପୁରୀରେ ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ ନେଇଥିଲା ବାତ୍ୟା। ବିକଟାଳ ଗର୍ଜନ କରି ମାଡି ଆସିଥିଲା ପବନ। ଉପକୂଳ ଅଂଳଳରେ ଥିବା ଲକ୍ଷାଧିକ ଘରଦ୍ୱାର ଭାଙ୍ଗି ଯାଇଥିବା ସୂଚନା ରହିଛି। ବିଶାଳ ବିଶାଳ ଗଛ ବାତ୍ୟାରେ ଟଳି ପଡ଼ିବା ଫଳରେ ରାସ୍ତାଘାଟ ଅବରୋଧ ହୋଇଛି। ପୁରୀ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ଫନି ସ୍ଥଳଛୁଇଁବା ପରେ ପ୍ରଥମେ ପ୍ରାୟ ଏକ ଘଣ୍ଟା ଲାଗି ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିଥିଲା। ଏହାପରେ କିଛି ସମୟ ଲାଗି ପବନ ବନ୍ଦ ହୋଇ ବର୍ଷା ହୋଇଥିଲା। ମାତ୍ର ପୁଣି ଅଧଘଣ୍ଟାର ବିରତି ପରେ କରାଳ ରୂପ ନେଇ ଆସିଥିଲା ବାତ୍ୟା। ପ୍ରାକ ସୂଚନା ମୁତାବକ ପବନର ବେଗ ୨୧୦ କିଲୋମିଟର ଯର୍ଯ୍ୟନ୍ତ ଯାଇଥିଲା। ଏହା କଚ୍ଚାଘରଦ୍ୱାର, ବଡ଼ବଡ଼ ଗଛକୁ ଧରାଶାୟୀ କରିଥିଲା। ବାତ୍ୟାର କରାଳ ରୂପ ଦେଖି ଲୋକେ ତ୍ରାହି ତ୍ରାହି ଡାକିଥିଲେ।
ଅର୍ଗସ ବ୍ୟୁରୋ : ପ୍ରତିବାଦ ଓ ନାରାରେ ଥରିଲା ଲୋୟର ପିଏମଜି । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସାରା ରାଜ୍ୟର ଅଙ୍ଗନବାଡି କର୍ମୀ । ୫୦୦ କି ୬୦୦ ନୁହେଁ ପାଖାପାଖି ୫୦୦୦ ଅଙ୍ଗନବାଡି କର୍ମୀଙ୍କ ପ୍ରତିବାଦରେ କମ୍ପିଲା ରାଜଧାନୀ । ନିଜର ହକ୍ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବିଧାନସଭା ଘେରାଓର ଆହ୍ୱାନ ରାଜଧାନୀ ପାଣିପାଗରେ ଉଷ୍ମତା ଭରି ଦେଇଥିଲା । ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବି ପୁରଣ କରିବା ଦିଗରେ ସମ୍ପୂର୍ଣ ବିଫଳ ହେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିଜେ ନିଜର ଲିଖିତ ପ୍ରତିଶୃତି ପାଳନ କରୁନାହାନ୍ତି ତେଣୁ ବାଧ୍ୟ ହୋଇ ସାରାରାଜ୍ୟରୁ ହଜାର ହଜାର ସଂଖ୍ୟାରେ କର୍ମୀ ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀ ମାନେ ବିଧାନ ସଭା ଘେରାଓ ପାଇଁ ବାହାରିଥିଲେ । ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ଏଥି ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି । ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀର ମାନ୍ୟତା ମଧ୍ୟ ଦିଆଯାଉ ଓ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।
ସେପଟେ ଏହି ସମାନ ଦାବି ଏମାନେ ଦୀର୍ଘଦିନ ହେବ କରି ଆସୁଥିବା ବେଳେ ରାଜ୍ୟ ସରକାର ନୂଆ ତାରିଖ ଓ ନୂଆ ପ୍ରତିଶୃତି ଦେଇ ତାଙ୍କ ସହ ପ୍ରତାରଣା କରୁଥିବାର ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ । ୧୯୭୫ ମସିହା ଅକ୍ଟୋବର ୨ ତାରିଖ ଠାରୁ ପ୍ରାରମ୍ଭ ହୋଇଥିବା ଏହି ସମନ୍ବିତ ଶିଶୁ ବିକାଶ ଯୋଜନା (ICDS ) ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସ୍ଥାୟୀ ହୋଇ ପାରିଲା ନାହିଁ । ମାତ୍ର ୬ ଟି ସେବା ପାଇଁ ପ୍ରାରମ୍ଭ ହେଇଥିବା ଏହି ଯୋଜନା ଟି ୬୦ ଟି କାମରେ ପହଞ୍ଚି ସାରିଲାଣି,କାମ ବଢୁଛି ହେଲେ ପାରିଶ୍ରମିକ ଯାହାକୁ ସେଇଆ । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ ।
ଅଙ୍ଗନୱାଡି କର୍ମଚାରୀ ଟିଏ ୪୦ ବର୍ଷ ଚାକିରି କରି ଅବସର ନେଲାପରେ ରାଜରାସ୍ତାରେ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଛି । ଗୋଟିଏ ପଟେ ସରକାର ପୁରସ୍କାର ପାଉଥିବା ବେଳେ ଅନ୍ୟ ପଟେ ଯୋଜନାର ମୁଖ୍ୟ ଉଦେଶ୍ୟ ଯାହାଥିଲା ଆଜି ତାହା ଦିଗହରା । ସରକାରଙ୍କ ଭୋଟ ବ୍ୟାଙ୍କ ରାଜନୀତିରେ ଅଙ୍ଗନୱାଡି କର୍ମୀଙ୍କ ନାର୍ଯ୍ୟ ଅଧିକାର ପାଇବାର ଆଶା ଆଜି ମଉଳି ଯାଉଛି । ସରକାରଙ୍କୁ ଅନ୍ତିମ ଚେତାବନୀ ସ୍ବରୂପ ଆଜିର ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏହା ପରେ ସରକାର ଯଦି ଦାବୀ ପୁରଣ କରିବା ଦିଗରେ ଉଚିତ ପଦକ୍ଷେପ ନନିଅନ୍ତି ତାହେଲେ ଯାହା ଅସୁବିଧା ହେବ ସରକାର ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି କର୍ମୀ ।
ବ୍ରହ୍ମପୁର : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ସାନଘାଟି ବାହୁତୀପଲ୍ଲୀ ଗ୍ରାମରେ ଜଣେ ଯୁବକ ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଯୁବକ ଜଣକ ହେଲେ ସ୍ବର୍ଗତ ଗଣେଶ ଜେନାଙ୍କ ପୁଅ ମହେଶ୍ବର ଜେନା ,ବୟସ ୩୮ବର୍ଷ। ସେ ରାତିରେ ଶୋଇଥିବା ବେଳେ ସକାଳୁ ନ ଉଠିବା ଦେଖି ଘର ଲୋକମାନେ ଉଠାଇଥିବା ବେଳେ ସେ ଅଚେତ ଅବସ୍ଥାରେ ଥିଲେ।
ଅଧିକ ପଢନ୍ତୁ : ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ
କ୍ଷତ ଶରୀରରେ ଥିବା ସହ ରକ୍ତ ସ୍ରାବ ହୋଇଥିବା ଦେଖି ସାପ କାମୁଡା ସନ୍ଦେହରେ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହେଶ୍ବରଙ୍କ ବଡ ଭାଇ ତୁରନ୍ତ ଖଲ୍ଲିକୋଟ ପୋଲିସକୁ ଜଣାଇଥିଲେ। ଏ ଏସ ଆଇ ହିମାଂଶୁ ପାତ୍ର ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ମୃତ ମହେଶ୍ବରଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।
ଅର୍ଗସ ବ୍ୟୁରୋ: ଶେଷରେ ନିଜ ଭୂଲ୍ ସ୍ୱୀକାର କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଓବିସି କୋଟା ପ୍ରଦାନ ନକରି ତାଙ୍କ ସରକାର ଅନ୍ୟାୟ କରିଛନ୍ତି । ଆଉ ଏହାକୁ ନେଇ ରାହୁଲଙ୍କୁ ଆଇନା ଦେଖାଇଛନ୍ତି ଧର୍ମେନ୍ଦ୍ର । ଟ୍ୱିଟ୍ କରି ରାହୁଲଙ୍କୁ ଜାବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏକ ପ୍ରେସ୍ ମିଟ୍ ରେ ଯେତେବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ 2010 ରେ ୟୁପିଏ ସରକାର ଆଣିଥିବା ବିଲ୍ ଅନୁଯାୟୀ ଓବିସି କୋଟା ପ୍ରଦାନ କରାଯାଇ ନ ଥିବାରୁ ସେ ଦୁଃଖିତ କି । ଏହି ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି ସେ ଶହେ ପ୍ରତିଶତ ଦୁଃଖି । ଏହା ସେତେବେଳେ କରିବାର ଥିଲା । ହେଲେ ବର୍ତ୍ତମାନ ଆମେ ଏହା କରିବୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରକୃତ କଥା ହେଉଛି 60 ବର୍ଷ ଧରି କଂଗ୍ରେସ ଦେଶକୁ ଶାସନ କରିଥିବାରୁ ଦେଶ ଆଜି ଦୁଃଖିତ । କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ଓବିସି ଏବଂ ପଛୁଆବର୍ଗର ବିକାଶକୁ ବିରୋଧ କରୁଥିଲା । ଦଶନ୍ଧି ପରେ ଦଶନ୍ଧି ଧରି କଂଗ୍ରେସ ଓବିସିର ସ୍ୱାର୍ଥର ବିରୋଧ କରିଥିଲା । କଂଗ୍ରେସ ଶାସନ କାଳର ଏମିତି ଅନେକ କଥା ଅଛି । ଯଦି ଚର୍ଚ୍ଚା ଚାଲିଛି ତେବେ ରାହୁଲ ଗାନ୍ଧୀ ବି ସେ ସବୁ କଥାର ଖୁଲାସା କରିଦିଅନ୍ତୁ ।
ମହିଳା ସଂରକ୍ଷଣ ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ମୋହର ସହ ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ଏହି ବିଲ୍ ଆଧାରରେ ଏସି ଓ ଏସଟି ସମୁଦାୟ ମହିଳାଙ୍କ ପାଇଁ କୋଟା ମଧ୍ୟରେ ମଧ୍ୟ କୋଟାର ବ୍ୟବସ୍ଥା ରହିଛି । ଯେତେବେଳେ କି ଓବିସି ସମୁଦାୟର ମହିଳାଙ୍କ ପାଇଁ ଅଲଗା କୌଣସି ବ୍ୟବସ୍ଥା କରାଯାଇନାହିଁ । ଯାହାକୁ ନେଇ ଯୋଜନା ମଧ୍ୟ ହେଉଛି । ତେବେ ଏହାରି ମଧ୍ୟରେ ଲୋକସଭାରେ ରାହୁଲ ଗାନ୍ଧୀ ଏହି ମୁଦ୍ଦାକୁ ଉଠାଇଥିଲେ ।
असली बात तो ये है कि देश को 'अफ़सोस' है कि कांग्रेस ने 60 साल देश पर शासन किया।
कांग्रेस जब सत्ता में रहती है तो ओबीसी और पिछड़े वर्गों के विकास का विरोध करती है। दशक दर दशक कांग्रेस ने ओबीसी हितों के विपरीत स्टैंड लिया।कांग्रेस शासन काल के और कितने अफ़सोस हैं? जब चर्चा चली है… https://t.co/nfZB3CK8U1 — Dharmendra Pradhan (@dpradhanbjp) September 22, 2023