ବନ ବିଭାଗର ହରିଣ ଚିନ୍ତା । ଫୋନି ବାତ୍ୟାର ୧୩ ଦିନ ପରେ ବି ବାଲୁଖଣ୍ଡ ଅଭୟାରଣ୍ୟରେ କେତେ ହରିଣ ଜୀବିତ ଅଛନ୍ତି ତାହାର ଖୋଜ ଖବର କାହାରି ପାଖରେ ନାହିଁ । ଏବେ ଡ୍ରୋନ କ୍ୟାମେରା ଉଡାଇ ହରିଣ ଖୋଜା ଅଭିଯାନ ଆରମ୍ଭ କରିଛି ବନ ବିଭାଗ । ସେହିପରି ଆସ୍କା କୃଷ୍ଣସାର ମୃଗଙ୍କ ପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯିବ । ପ୍ରଥମେ ୧ ଏକର ଜମିରେ ଓ ପରେ ୫୦ ଏକର ଜମି କିଣି ହରିଣଙ୍କ ଖାଇବା ନିମନ୍ତେ ଫସଲ କରିବାକୁ ଯୋଜନା କରିଛି ବନ ବିଭାଗ ।
ମୃଗଙ୍କ ସୁରକ୍ଷା ପାଇଁ ଏବେ ଚିନ୍ତାରେ ବନ ବିଭାଗ । ଗତ ୩ ତାରିଖରେ ଆସିଥିବା ଫୋନି ବାତ୍ୟା ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟକୁ ଧ୍ୱଂସ ବିଧ୍ୱସ୍ତ କରିଦେଇଥିବା ବେଳେ ସେଠାରେ ଥିବା ପ୍ରାୟ ୫ ହଜାର ହରିଣଙ୍କ ଖୋଜ ଖବର ନାହିଁ । ଗତ ସୋମବାର ଦିନ ବନ ବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରା ରେ କିଛି ହରିଣ ପଲଙ୍କ ଚିତ୍ର କଏଦ ହୋଇଛି । ଅନ୍ୟପଟେ ବାତ୍ୟା ପରେ ବାସ୍ତବରେ କେତେ ହରିଣ ଜିବୀତ ଅଛନ୍ତି ଓ କେଉଁଠି ଅଛନ୍ତି ତାହା ଜାଣିବା ପାଇଁ ବନ ବିଭାଗ ଡ୍ରୋନ କ୍ୟାମେରାର ସହାୟତା ନେଇଛି । ଆଗାମୀ ୨ ଦିନ ମଧ୍ୟରେ ପ୍ରକୃତ ସ୍ଥିତି ଜଣାପଡିବ ବୋଲି ବନ ସଂରକ୍ଷକ ତଥା ବନ୍ୟପ୍ରାଣୀ ତତ୍ୱାବଧାରକ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଅଭୟାରଣ୍ୟରେ ଭାଙ୍ଗିଯାଇଥିବା ଗଛଗୁଡିକର ସଫେଇ କାର୍ଯ୍ୟ ଚାଲିଛି ଓ ହରିଣଙ୍କ ପାନୀୟ ଜଳ ପାଇଁ କୃତ୍ରିମ ଜଳାଶୟ ସୃଷ୍ଟି କରାଯାଇଥିବା ସେ କହିଛନ୍ତି ।
ଅନ୍ୟପଟେ ଆସ୍କା ଓ ଭଞ୍ଜନଗର ଅଂଚଳରେ ଥିବା ବିରଳ କୃଷ୍ଣସାର ମୃଗଙ୍କ ପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯିବ । ପ୍ରଥମେ ଏକ ଏକର ଜମିରେ ଏହି ପ୍ରୋଜେକ୍ଟ ଆରମ୍ଭ କରାଯିବାକୁ ଯୋଜନା କରାଯାଇଥିବା ବେଳେ ପରେ ଏଥିପାଇଁ ୫୦ ଏକର ଜମି କିଣାଯିବ । ଏହି ଜମିରେ ମୃଗଙ୍କ ପାଇଁ ଘାସ, ମୁଗ, ବିରି, କୋଳଥ ଆଦି ବୁଣାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ତେବେ ଏହି ପ୍ରୋଜେକ୍ଟର ବାସ୍ତବତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି । ବନ୍ୟ ପଶୁଙ୍କ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହେଉଥିବା ବେଳେ କିଛି ଅସାଧୁ ବ୍ୟକ୍ତିଙ୍କ ବାଟମାରଣା ଯୋଗୁଁ ପ୍ରକଳ୍ପ ଫେଲ ମାରୁଥିବା ସେ କହିଛନ୍ତି ।
ବାଘ ଓ ହାତୀଙ୍କ ରକ୍ଷଣାବେକ୍ଷଣ ପାଇଁ ପୂର୍ବରୁ ରାଜ୍ୟ ସରକାର ଏହି ଭଳି ପ୍ରକଳ୍ପ କରିଥିଲେ ମଧ୍ୟ ଏହା ଫେଲ ମାରିଥିବା ନଜିର ରହିଛି । ତେବେ କୃଷ୍ଣସାର ମୃଗଙ୍କ ପାଇଁ ହେବାକୁ ଯାଉଥିବା ଏହି ପାଇଲଟ ପ୍ରୋଜେକ୍ଟ କେତେ ସଫଳ ହେବ ତାହା ସମୟ କହିବ ।
ଅର୍ଗସ ବ୍ୟୁରୋ: ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ । ପୁଣି ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ଚତୁର୍ଥ ଥ୍ରୋରେ 88.88 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ । କିଶୋର ଜିତିଲେ ରୌପ୍ୟ ପଦକ । କିଶୋର ଜେନାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚତୁର୍ଥ ଥ୍ରୋରେ 87.54 ମିଟର ଫିଙ୍ଗିଲେ କିଶୋର । ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା ।
Historic GOLD & SILVER for India 🔥🔥🔥
Neeraj Chopra wins Gold & Kishore Jena wins Silver medal in Javelin Throw.
Neeraj with SB: 88.88m
Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0 — India_AllSports (@India_AllSports) October 4, 2023
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଡ୍ରାଇଭର ଙ୍କୁ ମାଡ଼ ମାରି ୧ଲକ୍ଷ ୨୦ ହଜାର ଜରିମାନା ଗଣିଲେ ବାଲିଘାଟ ମାଲିକ। ସୋମବାର ଦିନ ନୂଆପାଟଣା ଗ୍ରାମର ଡ଼୍ରାଇଭର ପିତାମ୍ବର ନାୟକଙ୍କୁ ବିନା କାରଣ ରେ ବ୍ରହ୍ମପୁରା ବାଲିଘାଟ ନିକଟରେ ମାଡ଼ ହୋଇଥିଲା। ଡ୍ରାଇଭର ବ୍ରହ୍ମପୁରା ବାଲିଘାଟକୁ ବାଲି ଆଣିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ବ୍ରହ୍ମପୁରା ବାଲିଘାଟ ନିକଟରେ ନରସିଂହପୁର ଡ୍ରାଇଭର ମହାସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ଡ୍ରାଇଭର ବାଲିଘାଟ କୁ ବନ୍ଦ କରି ରଖିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ନିଜିଗଡ଼ ସ୍ଥିତ ଡ୍ରାଇଭର ସଙ୍ଘ ମୁଖ୍ୟ କାର୍ଯ୍ୟାଳୟରେ ବାଲିଘାଟ ପରିଚାଳକ, ମାଲିକ ଓ ଆହତ ଡ୍ରାଇଭରଙ୍କ ସହ ନରସିଂହପୁର ଡ୍ରାଇଭର ମହାସଙ୍ଘ ର ସଭାପତି, ଉପସଭାପତି ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଡ୍ରାଇଭର ଏକଜୁଟ ହୋଇ ବାଲିଘାଟ ଉପରେ ୧ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ ସହ ଭବିଷ୍ୟତରେ କୌଣସି ଡ୍ରାଇଭରଙ୍କୁ ଆକ୍ରମଣ ନ କରିବାକୁ ଉପଦେଶ ଦେଇଛନ୍ତି।
ଭୁବନେଶ୍ୱର: ଭଣ୍ଡ ତ୍ରିକାଳ ଦର୍ଷୀ ବାବା ଓ ମାତାଙ୍କ କଳା କାରନାମା । ଘର ଭାଙ୍ଗିଲେ ସମ୍ପତ୍ତି ଲୁଟିନେଲେ । ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ପୂର୍ବରୁ ସ୍ୱାମୀକୁ ଗିରଫ କରିଥିଲା ଏବେ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
ଅଭିଯୋଗ ଅନୁସାରେ ଘରର ସମସ୍ୟା ଦୂର ପାଇଁ ନିଜକୁ ମାତା ବୋଲାଉଥିବା ରିନି ନାମକ ଜଣେ ମହିଳାଙ୍କୁ ଭେଟିଥିଲେ ଅଭିଯୋଗକାରୀ । ବିଭିନ୍ନ କଥା କହି ଅଭିଯୋଗକାରୀ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ମାତା ରିନି । ଏପରିକି ପୂଜା କଲେ ସମସ୍ୟାର ସମାଧାନ ହେବ ତାହାର ବାଟ ବତାଇ 5 ଲକ୍ଷ ଟଙ୍କା ନେଇ ଯାଇଥିଲେ ।
ପରେ ମହିଳାଙ୍କୁ କିଛି ସୁଫଳ ନମିଳିବାରୁ ଠକେଇ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରିନି ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ଖୋଜା ଚାଲିଛି ପବନରେ ହୁକୁମ ଦେଉଥିବା ବାବା କେଉଁଠି ।
ଆହୁରି ପଢନ୍ତୁ ଅପରାଧ ଖବର...