ଭୁବନେଶ୍ୱର: ଘରୋଇ ହସ୍ପିଟାଲର ଦାଦାଗିରି ଘଟଣା ଅର୍ଗସ ଟିଭି ମାଧ୍ୟମରେ ପଦାରେ ପଡିବା ପରେ ଏବଂ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ଘଟଣା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
ନବ ଦାସ ଘଟଣାର ଗୁରୁତ୍ୱକୁ ଅଣଦେଖା କରି ବିତଣ୍ଡା ଯୁକ୍ତି କରି ନିଜର ସଫେଇ ଦେଇଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ସ୍ୱାସ୍ଥ୍ୟାବସ୍ଥାକୁ ସ୍ୱୀକାର କରିବା ପରିବର୍ତ୍ତେ ସେ ଦେଇଛନ୍ତି ବିଚିତ୍ର ଉତ୍ତର ।
ଘରୋଇ ହସ୍ପିଟାଲର ମନମାନୀ, ସେବା ନାଁରେ ଶୋଷଣ ଏବଂ ସାଧାରଣ ଲୋକ ପାଇଁ କୁଆଡ଼େ ଗଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ? ଏହାର ପ୍ରତିକ୍ରିୟାରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ- "ଘରୋଇ ହସ୍ପିଟାଲର ମିଟିଂ ଡାକିଥିଲି । ଆମେ ଡିପାର୍ଟମେଣ୍ଟରେ କହି ଦେଇଛୁ, ଯଦି କୌଣସି ରୋଗୀ ଗଲା ଓ ତାର ଟଙ୍କା ଅପବ୍ୟୟ ହୋଇଛି ସେ ବାବଦରେ ସେମାନେ ଡିଏମ୍ଟିକୁ ଫୋନ କରିବେ ଓ ଜଣାଇପାରିବେ । କିନ୍ତୁ ମୃତ୍ୟୁ ପରେ ଶବକୁ କେହି ରଖିପାରିବେ ନାହିଁ । କୌଣସି ଘରୋଇ ହସ୍ପିଟାଲ ଶବକୁ ରଖିପାରିବେ ନାହିଁ । ଏକଥା ନିର୍ଦ୍ଦେଶ ଦିଆଯାଇଛି । "
ନବ ଦାସ ପୁଣି କହିଛନ୍ତି ଯେ, " ସ୍ୱାସ୍ଥ୍ୟ ବିଭାଗରେ ସାରା ଓଡିଶାରେ ପ୍ରତିଦିନ କିଛି ନା କିଛି ଘଟଣା, ଅଘଟଣ ଘଟିଥାଏ । ଯେହେତୁ ଆପଣ ଏହା ମୋ ଦୃଷ୍ଟିକୁ ଆଣିଛନ୍ତି, ମୋତେ ଯଦି ସେ ବ୍ୟକ୍ତି ଲିଖିତ ଆକାରରେ ଦେବ ଆଇନ୍ ଅନୁସାରେ ତଦନ୍ତ କରି ମୁଁ କାର୍ଯ୍ୟାନୁଷ୍ଠାନ ନେବି ।"
ଗରିବ ଚାଷୀଜଣକ ଯେପରି ନିଜ ପୁଅର ଚିକିତ୍ସା ପାଇଁ ରାଜଧାନୀସ୍ଥିତ ଆପୋଲୋ ହସ୍ପିଟାଲ ହନ୍ତସନ୍ତ ହେଲେ, ଏ ଘଟଣା କାହାକୁ ଆଉ ଅଛପା ନାହିଁ । ଅନ୍ଧାରରେ ରଖି ରୋଗୀର ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ନେବା ପରେ ମୃତ୍ୟୁ ପରେ ବି ଶବ ଫେରାଇବାକୁ ବଣ୍ଡ୍ ଆଧାରରେ 3 ଲକ୍ଷରୁ ଅଧିକ ଟଙ୍କା ମାଗିଥିଲା ଆପୋଲୋ । ତେବେ ଗରିବ ଚାଷୀ ସୁନାକର ସାହୁ ନିଜର ଚାଷ ଜମି ବନ୍ଧା ରଖି ପୁଅର ଅପରେସନ ପାଇଁ ଟଙ୍କା ଆଣିଥିଲେ । କିନ୍ତୁ ମୃତ୍ୟୁ ପରେ ପୁଅର ଶବକୁ ନେବାକୁ ଆହୁରି 3 ଲକ୍ଷରୁ ଅଧିକ ଟଙ୍କା ଦେବାକୁ କହିଥିଲା ଆପୋଲୋ । ଘଟଣାକ୍ରମେ ଅର୍ଗସ ଟିଭି ସେଠାରେ ପହଞ୍ଚି ଲାଇଭ୍ କଭରେଜ୍ ଆରମ୍ଭ କରିଥିବାକୁ ଆପୋଲୋ କର୍ତ୍ତୃପକ୍ଷଙ୍କ ମାନବିକତା ଜାଗିଲା । ଆଉ ବିନା ସର୍ତ୍ତରେ ସେ ଗରିବ ଚାଷୀ ସୁନାକର ସାହୁଙ୍କୁ ତାଙ୍କ ପୁଅର ମର ଶରୀର ଫେରାଇ ଥିଲା ଆପୋଲୋ ।
ତେବେ ରାଜ୍ୟରେ ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆପଣଙ୍କୁ କେତେ ସନ୍ତୁଷ୍ଟ କରିିଛି ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ ।
ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ସୁନାହଜା ଗ୍ରାମର ବହୁ ପୂରାତନ ବନ୍ଧ। ବନ୍ଧଟିର ପଙ୍କ ଉଦ୍ଧାର ଓ ବନ୍ଧ ଚାରିପଟେ ଗାର୍ଡ ୱାଲ୍ ନିର୍ମାଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୯ଲକ୍ଷ ୨୦ ହଜାର ମୂଲ୍ୟର ବ୍ୟୟ ବରାଦ ହୋଇଛି । ପ୍ରକଳ୍ପଟି ଗ୍ରାମସାଥି ମହେଶ୍ୱର ମହାନ୍ତଙ୍କ ନାମରେ ଥିବାବେଳେ ଫଳକରେ କାର୍ଯ୍ୟ ଆରମ୍ଭ କିମ୍ବା କାର୍ଯ୍ୟ ଶେଷର ତାରିଖ ଲେଖାଯାଇ ନାହିଁ। ଏପରିକି କାର୍ଯ୍ୟର କୋଡ଼ ନମ୍ବର ମଧ୍ୟ ଲେଖାଯାଇ ନାହିଁ। ଫଳରେ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଧେହ ଉଙ୍କିମାରିଛି। ଏପଟେ ସରକାରଙ୍କ ମନରେଗା ୱେବ ସାଇଟ ରେ ଉପଲବ୍ଧ ତଥ୍ୟ ଉପରେ ନଜର ପାକାନ୍ତୁ।
ସରକାରୀ ତଥ୍ୟ ଅନୁସାରେ ୧/୪/୨୦୨୩ ରୁ କାର୍ଯ୍ୟ ଆରମ୍ଭ ହେବାକଥା। କିନ୍ତୁ ଠିକାଦାର ଜାଣିଶୁଣି ବର୍ଷା ସମୟରେ କାର୍ଯ୍ୟ ଆରମ୍ଭ କଲେ । ଫଳରେ ଯେଉଁ ଉଚିତ ଢଙ୍ଗରେ କାର୍ଯ୍ୟ ହେବା କଥା ତାହା ହୋଇପାରିଲା ନାହିଁ। ପ୍ରକଳ୍ପରେ ସୁନାହଜା ବନ୍ଧର ପଙ୍କ ଉଦ୍ଧାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାଦ୍ୱାରା ଶ୍ରମିକ ମାନେ ମଧ୍ୟ କାମ ପାଇଥାନ୍ତେ। କିନ୍ତୁ ଝୁଡିଏବି ପଙ୍କ ଉଦ୍ଧାର ନହୋଇ ଲକ୍ଷାଧିକ ଟଙ୍କାର ହୋଇଛି ବିଲ ।
ଏଠି ୱୁଠୁ ଆଶ୍ଚର୍ଯ୍ୟର କଥା ପଙ୍କ ଉଦ୍ଧାର ନହୋଇ କିପରୀ ଶ୍ରମିକ ମାନଙ୍କ ବାବଦରେ ୩ଲକ୍ଷ ୧ହଜାର ୪ସହ ୬୪ଟଙ୍କା ବିଲ୍ ହୋଇଛି। ଯାହାର ତଥ୍ୟ ମନରେଗା ୱେବ ସାଇଟରେ ଉପଲବ୍ଧ। ଅତି ତରବରିଆ ଭାବରେ ଗାର୍ଡ ୱାଲ୍ ନିର୍ମାଣ କରାଯାଇଥିବାରୁ କାମ ଅତି ନିମ୍ନ ମାନର ହୋଇଛି । ତେଣୁ ଏହା ଭୁଶୁଡି ଯିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଏପଟେ ଗାର୍ଡ ୱାଲ୍ ଓ ତୁଠର ସିଡି କମ୍ ଉଚ୍ଚତା ହୋଇଥିବାରୁ ଲୋକେ ଗାଧୁଆ ପାଧୁଆ ପାଇଁ ମଧ୍ୟ ଅସୁବିଧାର ସମ୍ମୁଖିନ କରୁଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ରକ୍ତ ପାଇଁ ଗଲା ଜୀବନ । କେତେ ବେଳେ ରକ୍ତ କାହାର ଜୀବନ ବଞ୍ଚଉଚି ତ ଆଉ କେତେ ବେଳେ ରକ୍ତ ନ ମିଳିବାରୁ ଜୀବନ ଚାଲି ଯାଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଏକ ଘରୋଇ ହସ୍ପିଟାଲ କେନ୍ଦୁଝର ହସ୍ପିଟାଲ ତଥା ପହି ନର୍ସିଂ ହୋମରେ । ମହିଳା ଜଣକ ଗର୍ଭାଶୟରେ ଟ୍ୟୁମର ଅପରେସନ ପାଇଁ ଆସିଥିଲେ ସେପ୍ଟେମ୍ବର ୨୪ ତାରିଖରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆଡ଼ମିଶନ ହୋଇ କିଛି ଦିନ ରହିବା ପରେ ପ୍ରାଇଭେଟ୍ ହସ୍ପିଟାଲର ଦଲାଲଙ୍କ କବଳରେ ପଡ଼ି ଥିଲେ । ଏହାପରେ ଦଲାଲ ମାନେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଲାପ୍ରୋସ୍କୋପିକ ଅପରେସନ ବିଏସକେଓ୍ବାଆଇରେ ମାଗଣାରେ କରିଦେବେ ବୋଲି କହି ଚର୍ଚ୍ଚ ଛକ ନିକଟରେ ଥିବା କେଉଁଝର ହସ୍ପିଟାଲ ବା ପହି ନର୍ସିଂ ହୋମକୁ ଗତ ଶନିବାର ତଥା ସେପ୍ଟେମ୍ବର ୩୦ ତାରିଖ ରେ ନେଇ ଆଡ଼ମିଶନ କରାଇ ଦେଇଥିଲେ । ହେଲେ ଏଠାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳା ଜଣକ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତ ।
ଅପରେସନ ପୂର୍ବରୁ ଟେଷ୍ଟ ପାଇଁ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ତଥା ବ୍ଲଡ଼ ଗୃପିଙ୍ଗ ଟେଷ୍ଟ କରିବା ଡାକ୍ତର ଜଣକ ଭୁଲି ଗଲେ । ମୃତକ ଜଣକ ନଳିନୀ ମହାନ୍ତଙ୍କ ସ୍ତ୍ରୀ ପୁଷ୍ପଲତା ମହାନ୍ତ ବାରିଆ ଥାନା ଅଧୀନସ୍ଥ ବୁଗୁଡ଼ା ଗ୍ରାମର । ମୃତକଙ୍କ ପରିବାର ଲୋକ କହିବା କଥା ସେ ଦଲାଲଙ୍କ କଥାରେ ଆମେ ଏହି ଘରୋଇ ହସ୍ପିଟାଲକୁ ଆଣିଥିଲୁ । ଗତକାଲି ଅପରେସନ ପରେ ରାତି ୧୧ଟା ରେ ହଟାତ AB-ve ବ୍ଲଡ଼ ଆଣିବାକୁ କହିଥିଲେ । ପରେ ମହିଳା ଜଣକ ଗୁରୁତ୍ଵର ହେବାରୁ ସଙ୍ଗେ ସଙ୍ଗେ କଟକ ନେବା ପାଇଁ କହିଥିଲେ । ଆଉ ଅଧ ବାଟରେ ଚାଲିଯାଇଥିଲା ଜୀବନ । ଆଉ ଏବେ ପରିବାର ଲୋକ ନର୍ସିଂ ହୋମ ସମ୍ମୁଖରେ ମୃତ ଦେହକୁ ରଖି ନର୍ସିଂ ହୋମ କତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
କୋରାପୁଟ: ବୈପାରୀଗୁଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ବ୍ରିଜ । ବୈପାରୀଗୁଡା ବ୍ଲକ ହଳଦିକୁଣ୍ଡ ପଞ୍ଚାୟତର ଘିଅରିଆଗୁଡା ଗ୍ରାମରୁ ତାଲୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଥିବା ବ୍ରିଜଟି ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ଯାହାଫଳର ଗୁପ୍ତେଶ୍ୱର, ସିରିବେଡା, ତାଲୁର, ଡାଙ୍ଗରିଗୁଡା ଭଳି 4 ରୁ ପାଞ୍ଚ ଖଣ୍ଡ ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁଯାୟୀ ଦୁଇ ଦିନ ପୂର୍ବେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଏହି ବ୍ରିଜଟି ଭାଙ୍ଗିଯାଇଛି କିନ୍ତୁ ଏବେ ପର୍ଯ୍ୟନ୍ତ କୈଣସି ପ୍ରଶାସନିକ ଅଧିକାରି ପହଁଚି ନାହାନ୍ତି । କିମ୍ୱା ଏହାର ମରାମତି କାମ ଆରମ୍ଭ ହୋଇନାହିଁ । ଗ୍ରାମବାସୀ ଏହି ବ୍ରିଜର ମରାମତି ପାଇଁ ଦାବି କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...