କଟକ: ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି କୁହାଯାଏ । ଆଉ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ମଧ୍ୟ କୁହାଯାଇଥାଏ । ତେବେ କାଲିର ଭବିଷ୍ୟତଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାରଙ୍କ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଭଳି ବୋଧ ହେଉଛି । ଏହା ଓଡ଼ିଶାର ସବୁଠାରୁ ବଡ଼ ଚିକିତ୍ସାଳୟ ଶିଶୁଭବନର ବ୍ୟବସ୍ଥା ଦେଖି ଆମେ ନିଶ୍ଚିତ କହିପାରିବା । କଟକ ଶିଶୁଭବନର ବ୍ୟବସ୍ଥା ଓ ସେବା ସୀମିତ ରହିଯାଇଛି କେବଳ ବାହ୍ୟ ଚାକଚକ୍ୟରେ ।
ବ୍ୟାପକ ଅବ୍ୟବସ୍ଥା ଭିତରେ ରାଜ୍ୟର ଶିଶୁଙ୍କ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ କଟକ ଶିଶୁଭବନ । ନା ଅଛି ଯଥେଷ୍ଟ ବେଡ୍, ନା ଅଛି ଅପରେସନ୍ ଥିଏଟର, ନା ଅଛନ୍ତି ପର୍ଯ୍ୟାପ୍ତ ଡାକ୍ତର, ନା ଅଛି ପରିଷ୍କାର-ପରିଚ୍ଛନ୍ନତା ଆଉ ନା ଅଛି ଚିକିତ୍ସାର ସୁବ୍ୟବସ୍ଥା । ଏଭଳି ବ୍ୟାପକ ଅବହେଳାରେ ଚାଲିଛି ବାହାରକୁ ଚକାଚକ୍ ଦେଖାଯାଉଥିବା କଟକ ଶିଶୁଭବନ । ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଥିଲେ ମଧ୍ୟ ନିରୁପାୟ ହୋଇ ବଡ଼ ମେଡିକାଲ ଭାବି ଦୁରଦୂରାନ୍ତରୁ ଧାଇଁ ଆସୁଛନ୍ତି କଟକ ଶିଶୁଭବନକୁ ଅଭିଭାବକମାନେ ।
ପ୍ରକାଶ ଥାଉ କି, ପ୍ରତ୍ୟେକ ଦିନ ଆଉଟ୍ଡୋର୍ରେ 400ରୁ ଅଧିକ ଶିଶୁ ଚିକିତ୍ସା ହେବାକୁ ଆସିଥାନ୍ତି କଟକ ଶିଶୁଭବନକୁ । ପ୍ରାୟ 70ରୁ 100 ଶିଶୁ ପ୍ରତିଦିନ ଆଡ୍ମିଶନ ହୁଅନ୍ତି । ସେହିପରି ପ୍ରତ୍ୟେକ ଦିନ 400ରୁ ଅଧିକ ଶିଶୁ ଏଠାରେ ଜନ୍ମ ନେଇଥାନ୍ତି । ତେବେ ଆଜିକୁ ଦୀର୍ଘ ଦିନ ଧରି ଓଟି ବା ଅପରେସନ୍ ଥିଏଟର ଅଚଳ ହୋଇ ପଡିଥିବା ସୂଚନା ରହିଛି ।
ଶିଶୁଙ୍କ ସ୍ୱାସ୍ଥ୍ୟ ନେଇ ସାଧାରଣତଃ ସମ୍ୱେଦନଶୀଳ ହୋଇପଡିଥାନ୍ତି ବାପା-ମାଆ । ଏଭଳିସ୍ଥଳେ ଶିଶୁଭବନର ଅବ୍ୟବସ୍ଥା ଯନ୍ତ୍ରଣାଦାୟକ ହୋଇଥିଲେ ହେଁ ସରକାରଙ୍କ କିନ୍ତୁ ନିଘା ନାହିଁ । ବର୍ଷା ଋତୁ ସମୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସାଧାରଣତଃ ଶିଶୁଙ୍କୁ ସଂକ୍ରମଣ ହୋଇଥାଏ । ଫଳରେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ୱର ଓ ଅକ୍ଟୋବର ଏହି ଚାରି ମାସରେ ଶିଶୁଙ୍କ ସ୍ୱାସ୍ଥ୍ୟ ବିଗିଡିବାର ସମ୍ଭାବନା ଅଧିକ ଥାଏ । ତେବେ 2017 ଜୁଲାଇ ମାସରେ 196, ଅଗଷ୍ଟ ମାସରେ 195, ସେପ୍ଟେମ୍ୱର ମାସରେ 196 ଓ ଅକ୍ଟୋବର ମାସରେ 106ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସେହିପରି 2018 ଜୁଲାଇରେ 179, ଅଗଷ୍ଟରେ 225, ସେପ୍ଟେମ୍ୱରରେ 224 ଓ ଅକ୍ଟୋବରରେ 198 ଜଣ ଶିଶୁ ପ୍ରାଣ ହରାଇଥିଲେ ବୋଲି ଖୋଦ୍ ସରକାରୀ ତଥ୍ୟ କହୁଛି ।
ତେବେ ଆଗକୁ ବର୍ଷା ଆସୁଥିବା ବେଳେ ସରକାର ବିଗତ ଓ ଗତ ବର୍ଷର ଶିଶୁ ମୃତ୍ୟୁକୁ ନଜରରେ ରଖି କିପରି ନିଜକୁ ଓ ସର୍ବବୃହତ ମେଡିକାଲ ଶିଶୁଭବନକୁ ପ୍ରସ୍ତୁତ କରିନାହାନ୍ତି ? ତାହା ସବୁଠାରୁ ବଡ଼ ପ୍ରଶ୍ନ । କଣ ସରକାରଙ୍କ ପାଇଁ ଶିଶୁଙ୍କ ଜୀବନ ଓ ଶିଶୁଭବନର ସ୍ୱାସ୍ଥ୍ୟ ସେବା କେବଳ ବାହାର ଚାକଚକ୍ୟରେ ସୀମିତ ?
ଅର୍ଗସ ବ୍ୟୁରୋ: ପରଲୋକରେ ବଲିଉଡ ଅଭିନେତା ଜୁନିଅର ମେହମୁଦ। ହିନ୍ଦୀ ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁନିଆକୁ ଅଲବିଦା କହିଛନ୍ତି ଜୁନିଅର ମେହମୁଦ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୭ ବର୍ଷ ବୟସ ହୋଇଥିଲା। ୭୦-୮୦ ଦଶକର ତାଙ୍କ ଅଭିନୟର ଯାଦୁ ଦେଖାଇଥିବା ଜୁନିଅର ମେହମୁଦ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସମୟ ଅତିବାହିତ କରିଛନ୍ତି। ଅଭିନେତାଙ୍କ ଜୁନିଅର ମେହମୁଦ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ଦେହାନ୍ତ ଖବରକୁ ତାଙ୍କ ଘନିଷ୍ଠ ବନ୍ଧୁ ସଲିମ କାଜୀଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ତାଙ୍କ ମୃତ୍ୟୁ ପରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଃଖର ଛାଇ ଖେଳିଯାଇଛି। ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ।
`କାରବାଁ', 'ହାଥୀ ମେରେ ସାଥି' ଏବଂ 'ମେରା ନାମ ଜୋକର' ଭଳି ଚଳଚ୍ଚିତ୍ରରେ ନିଜର ଦକ୍ଷ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ପର୍ଯ୍ୟଟନରେ ରେକର୍ଡ କଲା କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର । ଚଳିତ ବର୍ଷ ୧୧ ମାସ ମଧ୍ୟରେ ଆସିଛନ୍ତି ୨ କୋଟି ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି । ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତି ଶିକ୍ଷାନୁଷ୍ଠାନରେ “ଯୁବ ପର୍ଯ୍ୟଟନ କ୍ଲବ” ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି ।
ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୩୫ ହଜାର କ୍ଲବ ପ୍ରତିଷ୍ଠା ହୋଇଥିବା ସେ କହିଛନ୍ତି । ପୂର୍ବରୁ ଉତ୍ତର-ପୂର୍ବରେ ରେଳ, ସଡ଼କ ଓ ବିମାନ ସଂଯୋଗ ପର୍ଯ୍ୟାପ୍ତ ନଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ଉତ୍ତର-ପୂର୍ବରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୯ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଭୁରି ଭୁରି ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ପୁଣେର ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: