ଭୁବନେଶ୍ୱର: ରାଜ୍ୟରେ ଦୁଇ ଦିନ ଧରି ଶୀତ ସହ ବର୍ଷା ଅନୁଭୂତ ହେଉଛି । ତେବେ ଶୀତ ସାଙ୍ଗକୁ ବର୍ଷା ମାଡ ପାଖାପାଖି 10 ପର୍ଯ୍ୟନ୍ତ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋିପଡ଼ିଛନ୍ତି । ଛତିଶଗଡ-ଓଡ଼ିଶା ଉପରେ ଘୂର୍ଣ୍ଣିବଳୟର ପ୍ରଭାବ । ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା । 10 ତାରିଖ ଯାଏଁ ଲାଗି ରହିବ ବର୍ଷା । ଆସନ୍ତାକାଲି ଦକ୍ଷିଣ ଓ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗତକାଲି ପାରଳାଖେମୁଣ୍ଡିରେ ସର୍ବାଧିକ ୪୪.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେପଟେ ଅସ୍ତରଙ୍ଗ କାକଟପୁର ଅଞ୍ଚଳରେ ହଠାତ୍ ପାଗରେ ଆସିଛି ପରିବର୍ତନ । ଆଜି ସକାଳୁ ଦେଖିବାକୁ ମିଳିଛି ଘନ କୁହୁଡି । ଚାରି ଆଡେ ଛାଇ ରହିଛି ହାଲୁକା ଧଳା ରଂଗର ଚାଦର । ଏହା ସହିତ ଶୀତ ବି ଫେରିଛି । ସକାଳେ ହାଲୁକା ପବନ ବହିବା ସହ ଶୀତ ବଢୁଥିବାରୁ ଲୋକେ ନିଆଁ ଜାଳି ଶୀତ କବଳରୁ ରକ୍ଷା ପାଇବାକୁ ଉଦ୍ୟମ କରିଛନ୍ତି ।
