ବିଜୁ ପକ୍କା ଘର ପାଇଁ ଯୁବତୀଙ୍କୁ ଶାରୀରିକ ସମ୍ପର୍କର ସର୍ତ୍ତ । ଶାରୀରିକ ସମ୍ପର୍କ ରଖିଲେ ମିଳିବ ବିଜୁ ପକ୍କା ଘର । ସୁଦୂର ରାଜକୋଟ କୁ ଦାଦନ ଖଟିଯାଇଥିବା ବାପା ମାଁ ର ଗରିବ ନିରୀହ ଦଳିତ ଘରର ଝିଅକୁ ଏକ ବିଜୁ ପକ୍କା ଘର ପାଇଁ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖି ଫସିଯାଇଛନ୍ତି ସରପଞ୍ଚ ।
ଗୋଟେ ଲୋକ ପ୍ରତିନିଧି ଜନ ପ୍ରତିନିଧି ର ଦାୟିତ୍ବ ଥାଏ ଜନସାଧାରଣଙ୍କ ଦୁଃଖ ବୁଝିବା ପାଇଁ କିନ୍ତୁ ଏଠି ଓଲଟା ହୋଇଛି । ପ୍ରକାଶ ଯେ ମଦନପୁର ରାମପୁର ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତ ର ଜୈନିକ ଯୁବତୀ ଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା । ସେହି ଘରକୁ ସଜାଡିବା ପାଇଁ ଯୁବତୀ ର ବାପା ମାଁ ସୁଦୂର ରାଜକୋଟ କୁ ଦାଦନ ଖଟିଯାଇଛନ୍ତି । ଘରର ଅଭାବଷକୁ ଦେଖି ଯୁବତୀ ଜଣକ ସାଲେପାଲି ପଞ୍ଚାୟତ ରେ ଏକ ଘର ପାଇଁ ଆବେଦନ କଲେ ହେଲେ ପଞ୍ଚାୟତ ର ସରପଞ୍ଚ ମହାସୟ ଘର ବଦଳରେ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖୁଛନ୍ତି । ଗର୍ଭବତୀ ହେଲେ ଔଷଧ ଖାଇଦେବୁ କହୁଛନ୍ତି ସରପଞ୍ଚ ।
ଭଙ୍ଗା କୁଡିଆରେ ରହୁଥିବା ଜଣେ ଯୁବତୀଙ୍କୁ ବିଜୁ ପକ୍କା ଘର ପାଇଁ ଦେବାକୁ ପଡିବ ଦେହ ଆଉ ସରପଞ୍ଚ ନେବେ ଦେହ ଲାଞ୍ଚ । ଲଜ୍ଜା ଓ ଅପମାନରେ ଯୁବତୀ ଏବେ ମ୍ରିୟମାଣ ବାପା ମାଁ ଦାଦନ ଖଟିବାକୁ ରାଜକୋଟ ଚାଲି ଯାଇଥିବା ବେଳେ ଭଙ୍ଗା କୁଡିଆରେ ତିନି ଭାଇ ସହ ରହୁଥିବା ଯୁବତୀ ସରପଞ୍ଚ ଙ୍କ ଏପରି ଘୃଣ୍ୟ ଅଭିସନ୍ଧିକୁ ନେଇ ମର୍ମାହତ ହୋଇଥିବା ବେଳେ ଅଞ୍ଚଳ ରେ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରକାଶ ପାଇଛି ।