ମାଲକାନଗିରି: ଗଣମାଧ୍ୟମକୁ ମାଓ ନେତାଙ୍କ ଚିଠି । ଚିଠିରେ ରାଜ୍ୟ ସରକାରଙ୍କ ସମେତ ପୋଲିସକୁ ତାଗିଦ କରିଛନ୍ତି ମାଓନେତା । ଆନ୍ଧ୍ର ଓଡିଶା ଜୋନାଲ କମିଟିର ଟପ୍ ହାର୍ଡକୋର ମାଓ ନେତା ସୁଧିର ଗଣମାଧ୍ୟମକୁ ଏକ ଧମକ ପୂର୍ଣ୍ଣ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ରାଜ୍ୟ ସରକାର ବିଛିନ୍ନାଞ୍ଚଳବାସୀଙ୍କ ପ୍ରତି କରୁଥିବା ଅତ୍ୟାଚାର ବିଷୟରେ ଲେଖିଛନ୍ତି । ଏହା ସହ ପୋଲିସ ବିଛିନ୍ନାଞ୍ଚଳବାସୀଙ୍କୁ ମାଓ ସମର୍ଥକ କହି ଶୋଷ କରୁଥିବା ଚିଠିରେ ଦର୍ଶାଯାଇଛି ।
ଚିଠିରେ ନିର୍ଦ୍ଧିଷ୍ଟ ଭାବେ ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର 151ଟି ଗାଁର ଆଦିବାସୀ ଲୋକଙ୍କୁ ପୋଲିସ ମାଓ ସମର୍ଥକ କହି ଶୋଷଣ କରୁଥିବା ଚିଠିରେ ଦର୍ଶାଯାଇଛି । ଏହି ଆଦିବାସୀଙ୍କ ପାଇଁ ରାସ୍ତା ନିର୍ମାଣ କରାଯାଉନାହିଁ ବରଂ ବକସାଇଟ ଖଣି ଲାଗି ସରକାର ରାସ୍ତା ନିର୍ମାଣ କରୁଛନ୍ତି ବୋଲି ଚିଠିରେ ଅଭିଯୋଗ କରିଛନ୍ତି ମାଓ ନେତା ସୁଧୀର । ଏହାସହ କିଛି ମାସ ତଳେ ହନ୍ତାଳଗୁଡା ଗାଁର ରାଜୁ ହନ୍ତାଳଙ୍କୁ ପୋଲିସ ମାଓ ସମର୍ଥକ କହି ହତ୍ୟା କରିଥିବା କହିଛନ୍ତି ମାଓ ନେତା । ତେବେ ନିରୀହ ଆଦିବାସୀଙ୍କ ବିକାଶ କଥା କହୁଥିବା ସରକାର ଏବେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମାଓ ନେତା । ଖାଲି ସେତିକି ନୁହେଁ ଲୋକଙ୍କ ସରକାର ଓ ପୋଲିସ ଯଦି ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ପରିସ୍ଥିତି କିଛି ବିଗିଡ଼ିପାରେ ବୋଲିସ ସେ କହିଛନ୍ତି ।
