ଭୁବନେଶ୍ୱର: ଲୋକଙ୍କ ମତକୁ ନେଇ ସରକାର ବଜେଟ୍ ପ୍ରସ୍ତୁତ କରିବେ । ଖୁବଶୀଘ୍ର ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏବଂ ସରକାର ଏଥିରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ତେବେ ଏନେଇ ସରକର ଜନତାଙ୍କ ମତ ଲୋଡ଼ିଛନ୍ତି ।
ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଜନସାଧାରଣଙ୍କ ମତ ଲୋଡ଼ିଛନ୍ତି ସରକାର । ବଜେଟ୍ରେ କ’ଣ ବ୍ୟବସ୍ଥା ରହିବ ସେ ନେଇ ଜନସାଧାରଣ, ନାଗରିକ ସମାଜ, ସଂଘ ଓ ସଂଗଠନ ନିଜର ସୁଚିନ୍ତିତ ମତାମତ ଦେବାକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।
2019-20 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବେ । ଏଥିପାଇଁ ରାଜ୍ୟବାସୀ ଆଗାମୀ ବଜେଟ୍ ପାଇଁ ନିଜର ମତାମତ ଦେଇ ପାରିବେ । ଏସ୍ଏମ୍ଏସ୍, ଇ-ମେଲ୍ କିମ୍ବା ହ୍ୱାଟସ୍ଆପ୍ ଜରିଆରେ ମତାମତ ପଠାଇ ପାରିବେ । ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ୱେବ୍ସାଇଟ୍ odisha.budget@gov.in ଜରିଆରେ ମତାମତ ଦେଇ ହେବ । ସେହିପରି 9438161111 ନମ୍ବରରେ ହ୍ୱାଟସ୍ଆପ୍ କିମ୍ବା ଏସ୍ଏମ୍ଏସ୍ ପଠାଇ ହେବ । ଜୁନ୍ 15 ତାରିଖ ସୁଦ୍ଧା ମତାମତ ଦେବାକୁ ଅର୍ଥମନ୍ତ୍ରୀ କହିଛନ୍ତି ।
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ। ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ। ASI କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ତେବେ ଏହାକୁ ସରକାର ସମୟ ଗଡାଇବାର ନୂଆ ଚାଲ୍ ବୋଲି ବୁଦ୍ଧିଜୀବୀଙ୍କ ଅଭିଯୋଗ ।
ରତ୍ନଭଣ୍ଡାର ଅସୁରକ୍ଷିତ । ୨୦୧୮ ମସିହାରୁ ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ । ଏକଥା ସରକାର ବି ଜାଣିଛନ୍ତି । ଏହାସତ୍ତ୍ବେ ଲେଜର ସ୍କାନିଂର ଆବଶ୍ୟକତା ପଡିଲା କାହିଁକି ? । ହାଇକୋର୍ଟଙ୍କ ଚାପ ଯୋଗୁଁ ଏହା ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ନୁହେଁ ତ ? ଯଦି ରତ୍ନଭଣ୍ଡାର ମରାମତି ହୁଏ ତାହେଲେ ଗଣତିରେ ଅସୁବିଧା କେଉଁଠି ? ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବିବାହକୁ ନେଇ ସମସ୍ତେ ଏକ୍ସାଇଟେଡ ହୋଇଥାନ୍ତି। କି ଆମେ ଆମ ମ୍ୟାରେଜରେ ନିହାତି କିଛି ସ୍ପେଶାଲ କରିବୁ। ଆଜି ସେମିତି ଏକ ବିବାହ ବିଷୟରେ କହୁଛୁ ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯାହା ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ବିବାହ କରିଥିବା ଯୋଡିଙ୍କ ନାମ ହେଉଛି ମ୍ୟାଡେଲିନ୍ ବ୍ରକ୍ୱେ ଏବଂ ଯାଦବ ଲାଗ୍ରୋନ୍ । ଏମାନେ ଏତେ ଫେମସ ନୁହନ୍ତି କିନ୍ତୁ ଏହି ବିବାହ ପରେ ସେମାନେ ଏବେ ଚର୍ଚ୍ଚାରେ। ସେମାନେ ତାଙ୍କ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। କିନ୍ତୁ ଏହା ସତ।
ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା। ମ୍ୟାଡେଲିନ୍ ଏବଂ ଯାଦବଙ୍କୁ କିଛି ଦିନ ପୂର୍ବେ କେହି ଚିହ୍ନି ନ ଥିଲେ । କିନ୍ତୁ ସପ୍ତାହେ ତଳେ ସେମାନଙ୍କ ବିବାହ ସରିବା ପରେ ଦୁହେଁ ଇଣ୍ଟରନେଟ୍ରେ ବହୁଚର୍ଚ୍ଚିତ ଦମ୍ପତି ପାଲଟିଛନ୍ତି ।
୨୬ ବର୍ଷୀୟା କନ୍ୟା ମ୍ୟାଡେଲିନଙ୍କ ପରିବାର କାର୍ ବ୍ୟବସାୟ ସହ ସଂପୃକ୍ତ । ଏକମାତ୍ର ଉତ୍ତରାଧିକାରୀ ହୋଇଥିବାରୁ ସେ ପ୍ରଚୁର ସମ୍ପତ୍ତିର ମାଲିକାଣୀ ଅଟନ୍ତି। ପ୍ୟାରିସ୍ରେ ତାଙ୍କର ପାଞ୍ଚ ଦିନ ଧରି ଧୁମଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୧୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ସେଥିପାଇଁ ସେ ୫୯ ମିଲିୟନ୍ ଡଲାର ବା ପ୍ରାୟ ୪୯୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିବାହର ଅତିଥିମାନଙ୍କ ପାଇଁ ପ୍ୟାରିସ୍ରେ ପ୍ରାଇଭେଟ୍ ଜେଟ୍, ପ୍ୟାରିସ୍ ଅପେରା ହାଉସ୍ରେ ରିହର୍ସାଲ୍ ଡିନର, ଭର୍ସାଇ ରାଜପ୍ରାସାଦରେ ବିଭିନ୍ନ ଉତ୍ସବ, ଲୋକପ୍ରିୟ ବ୍ୟାଣ୍ଡ୍ ‘ମରୁନ୍ ୫’ର ସଂଗୀତ ପରିବେଷଣ ଏହି ଖର୍ଚ୍ଚରେ ଅନ୍ତର୍ଭୁକ୍ତ । ଫୁଲରେ ସାଜସଜ୍ଜା ପାଇଁ ମଧ୍ୟ ପ୍ରଚୁର ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ବିବାହରେ । ତେବେ ଏହି ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର...