ବାଲେଶ୍ୱର: ବାଲେଶ୍ୱର ନୀଳଗିରି ଗୁଣ୍ଡିଚା ମନ୍ଦିର ପାଖରେ ଥିବା ଷ୍ଟେଟ୍ ବ୍ୟାଙ୍କରେ ବିଭିନ୍ନ ଅସୁବିଧାକୁ କେନ୍ଦ୍ର କରି ଶୁକ୍ରବାର ଗ୍ରାହକ ମାନେ ବ୍ୟାଙ୍କ ଆଗରେ ଧାରଣା ଦେଇଥିଲେ । ଏହାସହ ବ୍ୟାଙ୍କ ଭିତରକୁ କୌଣସି କର୍ମଚାରୀଙ୍କୁ ଛାଡିନଥିବା ବେଳେ ବ୍ୟାଙ୍କ ତାଲା ପକାଇ ବିକ୍ଷୋଭ କରିଛନ୍ତି ଜମାକାରୀ । ତେବେ ବ୍ୟାଙ୍କରେ ଷ୍ଟାଫ୍ କମ୍ ଯୋଗୁଁ ଗ୍ରାହକ ଅସୁବିଧା ଭୋଗୁଛନ୍ତି । ଏହାସହ ଅନେକ ସମୟରେ ବ୍ୟାଙ୍କ କର୍ମଚାରୀ ଗ୍ରାହକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଆକାଉଣ୍ଟରେ ଟଙ୍କା ଥାଇ ମଧ୍ୟ ଚେକ୍ ବାଉଁସ୍ ହେବା ସହ ବହୁ ସମୟରେ ଅଧିକା ସୁଧ ହାର ନିଆଯାଉଥିବା ଅଭିଯୋଗ କରିଛନ୍ତି ଗ୍ରହକ ମାନେ । ଏଭଳି ବିଭିନ୍ନ ସମସ୍ୟା ନେଇ ବିଷ ବୋତଲ ଧରି ଧାରଣାରେ ବସିଥିଲେ 20ରୁ ଅଧିକ ଗ୍ରାହକ ।
ଅର୍ଗସ ବ୍ୟୁରୋ: ଫ୍ରିରେ ଘରକୁ ଆସୁଥିବା ପିଜାକୁ ମନା କଲେ ବୃଦ୍ଧ। ପ୍ରତିଦିନ ବିନା ଅର୍ଡରେ ଆସିଯାଉଛି ପିଜା। କେଉଁଦିନ ଗୋଟିଏ ପିଜା ତ କେଉଁଦିନ ୧୦ରୁ ଅଧିକ ପିଜା, ତାହା ପୁଣି ଦିନରେ ଏବଂ ରାତିରେ ମଧ୍ୟ ବିନା ଅର୍ଡରେ ଆସିଯାଉଛି ପିଜା। ପିଜା ନାଁଟା ଶୁଣିଲା ବେଳକୁ ପାଟିରୁ ଲାଳ ବାହାରିବଣି। ଭାରି ସୁଆଦିଆ ପିଜା। ବାହାରକୁ ଗଲେ ସାଙ୍ଗମାନଙ୍କ ସହ ମିଶିକରି ପିଜା ଖାଇବା ହେଉ କି ଘରେ ଥିବାବେଳେ ଅନଲାଇନରୁ ପିଜା ଅର୍ଡର କରିହେଉ।
କିନ୍ତୁ ଆପଣ କେବେ ଫ୍ରୀରେ ପିଜା ଖାଇଛନ୍ତି କି ତା ପୁଣି ପ୍ରତିଦିନ। ଆଜ୍ଞା ହଁ, ଆପଣ ଠିକ ଶୁଣିଲେ, ପ୍ରତିଦିନ ପିଜା ତାହା ପୁଣି ଟଙ୍କାଟେବି ଖର୍ଚ୍ଚ ନକରି। ଫ୍ରିରେ ଖାଇବାକୁ କାହାକୁ ବା ଭଲ ନଲାଗେ । ଜଣେ ବୃଦ୍ଧ କିନ୍ତୁ ମନା କରୁଛନ୍ତି। ମୋର କୌଣସି ଫ୍ରିରେ ପିଜା ଖାଇବା ଆବଶ୍ୟକ ନାହିଁ। ଖାଲି ସେତିକି ନୁହେଁ, ପିଜା ନାଁ ଶୁଣିଲେ ବା ଡେଲିଭରି ବୟ ସ୍କୁଟର ସାଉଣ୍ଡ ଶୁଣିଲେ ଭୟରେ ଥରୁଛନ୍ତି ବୃଦ୍ଦ। ହେଲେ କାହିଁକି ? କଣ ହୋଇଛି ଜାଣିବା ପାଇଁ ପୂରା ଘଟଣା ଉପରେ ନଜର ପକାନ୍ତୁ।
ଆମେ ଆପଣଙ୍କୁ କହୁଛୁ ବେଲଜିୟମରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି କଥା। ଏହି ଘଟଣା ଇଟାଲିର ଏକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ଅନୁଭୂତି ପାଲଟିଛି। ସେ କହିଛନ୍ତି ଯେ, ଗତ ୧୦ବର୍ଷ ଧରି ଦୈନିକ ମୋ ଘରକୁ ପିଜା ଆସୁଛି। ହେଲେ କିଏ ପଠାଉଛି, କଣ ପାଇଁ ପଠାଉଛି, କଣ ପାଇଁ ଅର୍ଥ ଖର୍ଚ୍ଚ କରୁଛି ମୁଁ ଜାଣିପାରୁନାହିଁ।
ବେଲଜିୟମର ଏଣ୍ଟବର୍ପରେ ରହୁଥିବା ଲେଣ୍ଡେଘମ ୨୦୨୦ ମସିହାରୁ ଏହି ଘଟଣାକୁ ନେଇ ଚର୍ଚ୍ଚିତ। ସେ କହିଛନ୍ତି ଯେ, ୨୦୧୯ ମସିହାରେ ଅଚାନକ ମୋ ଘରକୁ ଡେଲିଭରୀ ବୟ ପିଜା ନେଇ ଆସିଥିଲା। ତା ପୂର୍ବରୁ ମଧ୍ୟ ନିୟମିତ ୬ ବର୍ଷ ଧରି ଏହି ଧାରା ଚାଲିଛି। କେତେବେଳେ ଗୋଟେ ପିଜା ତ କେତେବେଳେ ୧୦ରୁ ଅଧିକ। ମୁଁ ଯେତେଥର ଡେଲିଭରୀ ବୟକୁ ବୁଝାଇଲେ ମଧ୍ୟ ସେମାନେ ଶୁଣି ନାହାନ୍ତି, ମୋ ଠିକଣାରେ ପିଜା ଦେଇ ଚାଲିଯାଉଛନ୍ତି। ଏବେ ମୋ ଦୁଆରକୁ ସ୍କୁଟର ଟିଏ ଆସିଲେ ମୁଁ ଭୟ କରୁଛି। କିଏ ପଠାଉଛି, କାହିଁକି ପଠାଉଛି ତାହା ଜାଣିପାରୁନାହିଁ। ଆଉ ଏବେବି ପ୍ରତିଦିନ ପିଜା ଆସିଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
କଟକ: ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ୨୧ ତାରିଖ ରାତିରେ ଏହି ପଞ୍ଚାୟତର ତାରିଣୀ ଛକ ନିକଟରେ ଥିବା ଏକ ସୁନା ଗହଣା ଦୋକାନରୁ କିଛି ସୁନା ଗହଣା ସହିତ ନଗଦ ୧୨ ହଜାର ଟଙ୍କା ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଚୋରି କରିଥିବା ଗହଣାରୁ ଗୋଟିଏ ସୁନା ମୁଦି ବିକ୍ରି କରିବା ପାଇଁ ଚୋର ଜଣକ ତାର ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ସେହି ଗହଣା ଦୋକାନକୁ ପଠାଇଥିଲା।
ଗହଣା ଦୋକାନୀ ନିଜ ସୁନା ମୁଦିକୁ ଚିନ୍ହି ପାରି ତାକୁ ଅଟକ ରଖିଥିଲେ। ତାକୁ ପଚରାଉଚରା କରିବା ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା। ପରେ ଉକ୍ତ ଚୋରକୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଇଥିଲେ। ବାଙ୍କୀ ପୋଲିସ ଉକ୍ତ ଚୋରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ସେପଟେ ବାରମ୍ବାର ଏହି ଅଞ୍ଚଳରେ ଚୋରି ହେଉଥିଲେ ମଧ୍ୟ ପୋଲିସ ଚୋରଙ୍କୁ ଧରିବାରେ କେବେ ସଫଳ ହୋଇ ନଥିବା ବେଳେ ସାମାନ୍ୟ ଭୁଲରୁ ନିଜେ ଚୋର ନିଜ ହାତରେ ଧରାପଡିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମୌସୁମୀ ଫେରିବା ସମୟ ଉପନୀତ। ଏହାର ଅବ୍ୟବହିତ ପୂର୍ବରୁ ଓଡିଶାକୁ ଦେଖାଗଲାଣି ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ବାତ୍ୟାଟି ଓଡିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି।ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ ସାଜି ଆସିଥିବାବେଳେ ପୁଣି ଚଳିତ ବର୍ଷ ମଧ୍ୟ ସେହି ଡର ଘନେଇଲାଣି । ଅଶାନ୍ତ ହେଉଛି ଆଣ୍ଡାମାନ ସାଗର । ୟୁରୋପିଆନ୍ ମଡେଲ୍ ର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡକୁ ଶକ୍ତିଶାଳୀ ହେବାର ସମ୍ଭାବା ରହିଛି । ଆଇଏମଡି ମଡେଲ ମଧ୍ୟ ସମାନ ଆକଳନ କରିଛି ।
ପଶ୍ଚିମ ବାୟୁ ସହ ଜଡିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ଆହକୁ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ। ଏହା ଓଡିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡୁଛି।
ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ, 12 ଅକ୍ଟୋବର ୨୦୧୩ ଅକ୍ଟୋବରରେ ଫାଇଲିନ୍, ୨୦୧୪ ଅକ୍ଟୋବର 12ରେ ହୁଡହୁଡ, ୨୦୧8ରେ ତିତଲିକୁ ସାମନା କରିଛି ଓଡିଶା । ଏହି ଅକ୍ଟୋବର ମାସ ବାତ୍ୟା ଓଡିଶାକୁ ଛାରଖାର କରିବାର ନଜିର ରହିଛି । ଏହା ଛଡା 1999 ମସିହା ମହାବାତ୍ୟାକୁ ଏବେ ବି ଲୋକ ଭୁଲି ନାହାନ୍ତି ।
୨୦୧୩ ଅକ୍ଟୋବରରେ ସଙ୍ଗଠିତ ଫାଇଲିନ ବାତ୍ୟାରେ ପବନର ବେଗ ଥିଲା ଘଣ୍ଟା ପ୍ରତି୨୨୦ କିମି। ରାଜ୍ୟର ୧୮,୩୭୪ ଗ୍ରାମ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିଲା। ୧୩.୨୪ ନିୟୁତ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ ।
ସେହିପରି ୨୦୧୪ଅକ୍ଟୋବରରେ ସଙ୍ଗଠିତ ହୁଡହୁଡ ବାତ୍ୟାରେ ପବନର ବେଗ ଥିଲା ୧୦୦ କିମି ପ୍ରତି ଘଣ୍ଟା। ଏହି ବାତ୍ୟାରେ ୯,୬୫୭ ଗ୍ରାମର ୩.୩୪ ନିୟୁତ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ।
2018ରେ ଅକ୍ଟୋବରରେ ଆସିଲା ବାତ୍ୟା ତିତଲି। ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ଏହି ବାତ୍ୟାରେ ୮ହଜାର ୬୯୧ ଗ୍ରାମ ପ୍ରଭାବିତ ହୋଇଥିଲା। ୬.୦୩ ନିୟୁତ ବ୍ୟକ୍ତି ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ।
ସେପଟେ ଗତ 3 ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହୋଇ ନାହିଁ । ହେଲେ ଚଳିତବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି । ସାଧାରଣତଃ ଦେଖିବାକୁ ଗଲେ ଅକ୍ଟୋବର ମାସରେ ଅସୁଥିବା ବାତ୍ୟା ଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ବାତ୍ୟାର ସଠିକ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: