ମନମୋହନ ସାମଲଙ୍କୁ କୋରାଇ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା
ବିଜେଡି ୧୮ ବିଧାନସଭା ତାଲିକା: ୯ ବଦଳିଲେ, ୬ କଟିଲେ
ଭୁବନେଶ୍ୱର: 2019 ସାଧାରଣ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ 18ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି ଘୋଷଣା । ଯେଉଁଥିରେ 9ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ତେବେ ପ୍ରକାଶିତ ଏହି ତାଲିକାରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ବିଜେଡି ଛାଡି ବିଜେପିର ଷ୍ଟାର ପ୍ରଚାରକ ସାଜିଥିବା ବରିଷ୍ଠ ନେତା ଦାମ ରାଉତଙ୍କ ପୁଅ ସମ୍ୱିତ ରାଉତରାୟ । ଯାହାଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି ବିଜେଡି ।
ପ୍ରକାଶ ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି 18 ଟି ବିଧାନସଭା ପ୍ରାର୍ଥୀଙ୍କ ନାମ । ଯେଉଁଥିରେ 6ଜଣ ବିଧାୟକ ଯଥା- ଭାଦବ ହାଁସଦା, ରମେଶ ପଟୁଆ, ମଙ୍ଗଳ ସିଂ ସୋଡି, ଯୁଗଳ କିଶୋର ପଟ୍ଟନାୟକ, ଭାଗିରଥୀ ବଡ଼ଜେନା ଓ ଗଣେଶ୍ୱର ପାତ୍ରଙ୍କ ଟିକଟ କଟିଥିବା ଜଣାପଡିଛି । ସେହିପରି ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତି, କଟକ ବାରବାଟୀରେ ଦେବାଶୀଷ ସାମନ୍ତରାୟ, ବାଙ୍ଗିରିପୋଷିରେ ସୁଦାମ ମାରାଣ୍ଡି, କଟକ ସଦରରେ ଚନ୍ଦ୍ର ସାରଥୀ ବେହେରା, ବାଲେଶ୍ୱରରେ ଜୀବନ ପ୍ରଦୀପ ଦାସ, ସୋରରେ ପର୍ଶୁରାମ ଧଡା, ଜଳେଶ୍ୱରରେ ଅଶ୍ୱିନୀ ପାତ୍ର, ବଡଚଣାରେ ଅମର ଶତପଥୀଙ୍କୁ ପୁଣି ପୁନରାବୃତ୍ତି କରି ଟିକଟ୍ ଦିଆଯାଇଛି ।
ସେହିପରି ଉଦଳା ବିଧାୟକ ଗୋଲକ ବିହାରୀ ନାୟକଙ୍କୁ ଯଶୀପୁର ବିଧାନସଭାକୁ ପଠାଇଛନ୍ତି ନବୀନ । ତେବେ ଉଦଳାରେ ଶ୍ରୀନାଥ ସୋରେନଙ୍କୁ ଟିକଟ୍ ମିଳିଛି । ଅନ୍ୟପଟେ ବଡସାହିରେ ଗଣେଶ୍ୱର ପାତ୍ରଙ୍କ ବଦଳରେ ବୃନ୍ଦାବନ ଦାସ, ଭଦ୍ରକରେ ଯୁଗଳ କିଶୋର ପଟ୍ଟନାୟକଙ୍କ ବଦଳରେ ସଞ୍ଜୀବ ମଲ୍ଲିକ, ରେଙ୍ଗାଳୀରେ ରୀନା ତନ୍ତୀ ଓ ସାରସକଣାରେ ମଧ୍ୟ ଅମର ସିଂହ ଟୁଡୁଙ୍କୁ ପ୍ରାର୍ଥୀ ଚୟନ କରାଯାଇଛି ।
ବିଷ୍ଣୁ ଦାସଙ୍କୁ ମଧ୍ୟ ଜଗତସିଂହପୁରରୁ ବଦଳି କରାଯାଇ ତିର୍ତ୍ତୋଲରେ ପ୍ରାର୍ଥୀ କରାଯାଇଛି । ତେବେ ତିର୍ତ୍ତୋଲ ବିଧାୟକ ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁର ଲୋକସଭା ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ରାଜନଗରରେ ଧ୍ରୁବ ସାହୁଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି ।
Download Argus News App
