ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରକାଶ ମିଶ୍ର ପଦ୍ମ ଧରିଛନ୍ତି । ଏହି ଅବସରରେ ସେ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ବିଜେପିରେ ସାମିଲ ହେବା ପରେ ପ୍ରକାଶ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ଶାସନ ଏବେ ଅତି ନୀଚ ସ୍ତରକୁ ଖସିଗଲାଣି । ଏବେ ଓଡ଼ିଶାର ଭବିଷ୍ୟତ କିଛି ନାହିଁ । ପ୍ରଧାନମନ୍ତ୍ରୀ । ଓଡ଼ିଶାର କଳଙ୍କିତ ସରକାର ବଦଳିବା ଦରକାର ।
ଏହାସହ ମୋଦିଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଅନୁପ୍ରାଣିତ କରିଛି ବୋଲି କହିଛନ୍ତି ପ୍ରକାଶ ମିଶ୍ର । ଦେଶର ସୁରକ୍ଷା ନେଇ ମୋଦି ଚିନ୍ତିତ ଏବଂ ପ୍ରତ୍ୟକ୍ଷ ଭାବେ ସେ ସୁରକ୍ଷାର ଖବର ନୀରିକ୍ଷଣ କରନ୍ତି ବୋଲି ସେ କହିଛନ୍ତି ।
ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି । ସୂଚନା ଥାଉ କି, ନିଜର ନିର୍ମଳ ଭାବମୂର୍ତ୍ତି ପାଇଁ ଶ୍ରୀ ମିଶ୍ରଙ୍କ ନାମ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ସବୁଠାରୁ ଆଗରେ ଥିଲା । କିନ୍ତୁ ବିଜେଡି ସରକାର ମନ୍ଦ ଉଦ୍ଦେଶ୍ୟରେ ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଯାହା ପରେ ହାଇକୋର୍ଟରେ ଖାରଜ୍ ହେବା ସହ କୋର୍ଟ ଏନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା ମଧ୍ୟ କରିଥିଲେ ।
ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଘେରୁଛି ବିଜେପି । ଯାଜପୁର ବିଜେପି ଜିଲ୍ଲାସଭାପତି ଗୌତମ ରାୟଙ୍କ ନେତୃତ୍ବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଆଜି ଦଶରଥପୁର ବ୍ଲକ ଘେରୁଚ୍ଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗରିବ ଲୋକଙ୍କ ଆବାସ ଲୁଟ ଠାରୁ ଆରମ୍ଭ କରି ଡି ଏମ୍ ଫଣ୍ଡକୁ ଭାଗ ବାଣ୍ଟ କରି ଖାଇବା, ବାର୍ଦ୍ଧକ୍ୟ ଭତ୍ତା ଲୁଟ, ପିଇବା ପାଣିର ସମସ୍ୟା ସହ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ଆଜି ଦଶରଥପୁର ବ୍ଲକ ଘେରୁଛୁ ବିଜେପି । ପାଖାପାଖି ୫ ହଜାର ଲୋକ ହତାରେ ଫ୍ଲାଗ କାର୍ଡ ଧରି ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ନାରା ଦେଇ ପଦଯାତ୍ରା କରି ବ୍ଲକ ଘେରୁଛି ବିଜେପି ।
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ। ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ। ASI କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ତେବେ ଏହାକୁ ସରକାର ସମୟ ଗଡାଇବାର ନୂଆ ଚାଲ୍ ବୋଲି ବୁଦ୍ଧିଜୀବୀଙ୍କ ଅଭିଯୋଗ ।
ରତ୍ନଭଣ୍ଡାର ଅସୁରକ୍ଷିତ । ୨୦୧୮ ମସିହାରୁ ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ । ଏକଥା ସରକାର ବି ଜାଣିଛନ୍ତି । ଏହାସତ୍ତ୍ବେ ଲେଜର ସ୍କାନିଂର ଆବଶ୍ୟକତା ପଡିଲା କାହିଁକି ? । ହାଇକୋର୍ଟଙ୍କ ଚାପ ଯୋଗୁଁ ଏହା ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ନୁହେଁ ତ ? ଯଦି ରତ୍ନଭଣ୍ଡାର ମରାମତି ହୁଏ ତାହେଲେ ଗଣତିରେ ଅସୁବିଧା କେଉଁଠି ? ।
ଅଧିକ ପଢନ୍ତୁ ଓଡ଼ିଶା ଖବର