ନୂଆଦିଲ୍ଲୀ: ସାରା ରାଜ୍ୟ ଦୁର୍ନୀତିରେ ବୁଡ଼ି ରହିଛି । ବିଭନ୍ନ ଭତ୍ତା ବଣ୍ଟନରେ ଅନିୟମିତତା ଠାରୁ ଆରମ୍ଭ କରି ଘର ଯୋଗାଇବା, ରାସନ କାର୍ଡ ଯୋଗାଇବା ଆଦି କ୍ଷେତ୍ରରେ ମଧ୍ୟ ବାରମ୍ବାର ଦୁର୍ନୀତି ଅଭିଯୋଗ ହୋଇଛି । ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତାମାନେ ଘାଇଲା ମଧ୍ୟ କରିଛନ୍ତି ।
ହେଲେ ଏବେ ରାଜ୍ୟରେ ଆବାସ ଘୋଟାଲା ସବୁଠାରୁ ଚରମ ସୀମାରେ ପହଞ୍ଚିଛି । ତେଣୁ ବିରୋଧୀ ଦଳ ବିଜେପିର ସାଂସଦ ପ୍ରତିନିଧି ମଣ୍ଡଳି ଆବାସ ଘୋଟାଲ ଅଭିଯୋଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ବଜେପିର ଏହି ସଂସଦମାନେ ଦିଲ୍ଲୀରେ ଏକାଠି ହୋଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ରାଜ୍ୟରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଅବଗତ କରାଇଛନ୍ତି । ତଥ୍ୟପ୍ରମାଣ ସହ କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦମାନେ ଅଭିଯୋଗ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଟନେଲରେ ଫସିଥିବା ଶ୍ରମିକ ହେବେ ଉଦ୍ଧାର । ଟନେଲ ଭିତରୁ ପସିଲା ଉଦ୍ଧାରକାରୀ ଟିମ୍।
ବର୍ତ୍ତମାନ ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ପାଖରେ। ଟନେଲ ଭିତରୁ ରଶି ଆଉ ପାଇପ୍॥ ଶିଘ୍ର ଜଣଙ୍କ ପରେ ଜଣେ ପାଇପ୍ ଦ୍ୱାରା ହେବେ ଉଦ୍ଧାର । ଡ୍ରିଲିଂ କାମ ଶେଷ ହୋଇଥିବା ସୂଚନା।ଦୀର୍ଘ ୧୭ ଦିନ ପରେ ଦେଖିକ ଖୋଲା ଆକାଶ। ଫସିଥିବା ଶ୍ରମିକଙ୍କ ସମ୍ପର୍କୀୟ ମାନେ ଟନେଲ ବାହାରେ ଅନେଇ ରହିଛନ୍ତି କେତେବେଳ ଉଦ୍ଧାର ହେବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଘେରୁଛି ବିଜେପି । ଯାଜପୁର ବିଜେପି ଜିଲ୍ଲାସଭାପତି ଗୌତମ ରାୟଙ୍କ ନେତୃତ୍ବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଆଜି ଦଶରଥପୁର ବ୍ଲକ ଘେରୁଚ୍ଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗରିବ ଲୋକଙ୍କ ଆବାସ ଲୁଟ ଠାରୁ ଆରମ୍ଭ କରି ଡି ଏମ୍ ଫଣ୍ଡକୁ ଭାଗ ବାଣ୍ଟ କରି ଖାଇବା, ବାର୍ଦ୍ଧକ୍ୟ ଭତ୍ତା ଲୁଟ, ପିଇବା ପାଣିର ସମସ୍ୟା ସହ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ଆଜି ଦଶରଥପୁର ବ୍ଲକ ଘେରୁଛୁ ବିଜେପି । ପାଖାପାଖି ୫ ହଜାର ଲୋକ ହତାରେ ଫ୍ଲାଗ କାର୍ଡ ଧରି ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ନାରା ଦେଇ ପଦଯାତ୍ରା କରି ବ୍ଲକ ଘେରୁଛି ବିଜେପି ।