ଅଧିକ ପଢନ୍ତୁ ଓଡ଼ିଶା ଖବର
ଓ୍ୱଲଟିୟର ଡିଭିଜନ ବିଭାଜନ ସମ୍ପର୍କରେ ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କୁ ମିଛୁଆ ସରକାର କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଯେ, ୨୦୧୪ ମସିହାରେ ଆନ୍ଧ୍ରର ପୁନର୍ଗଠନର ବିଧି ଆଇନରେ ପରିଣତ ହେବା ସମୟରେ ବିଜୁ ଜନତା ଦଳର ବନ୍ଧୁମାନେ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥିତ ଥିଲେ । ରେଲ୍ୱେ ଜୋନ୍ ୱାଲଟିୟରରେ ହେବା ପ୍ରସଙ୍ଗରେ ବିଜେଡିର ସାଂସଦମାନେ ପଦୁଟିଏ ହେଲେ ପାଟି ଫିଟେଇ ନଥିଲେ । ସେତେବେଳେ ଚୁପ୍ ରହି ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ, ରାୟଗଡାରେ ରେଳ ଡିଭିଜନ ହେବା ନେଇ ବିଜେଡିର ଏତେ ରାଗ କାହିଁକି ? ରାୟଗଡାରେ ରେଳ ଡିଭିଜନ ହେବା ନେଇ କାହିଁକି ବିରୋଧ କରାଯାଉଛି । ଯେତେବେଳେ ପ୍ରଧାନମନ୍ତ୍ରୀ କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁରକୁ ଆକାଂକ୍ଷୀ ଜିଲ୍ଲା ଭାବେ ପ୍ରସ୍ତାବ ଦେଲେ, ସେତେବେଳେ ରାଜ୍ୟ ସରକାର ଏହାକୁ ବିରୋଧ କରିଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏବେ ସେହି ସମାନ ଢଙ୍ଗରେ ରାୟଗଡାରେ ରେଳ ଡିଭିଜନ ହେବା ବେଳେ ଏହାକୁ ବିରୋଧ କରାଯାଉଛି । ବିରୋଧ କରିବା ଛଳରେ ଓଡିଶାର ପ୍ରଗତିକୁ ନରେନ୍ଦ୍ର ମୋଦି ଯେଉଁ ଗତି ଦେଉଛନ୍ତି ତାକୁ ରାଜ୍ୟ ସରକାର ବାଧା ଦେଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଖୋର୍ଦ୍ଧା-ବାଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଏବେ ସୁଦ୍ଧା ଜମି ଅଧିଗ୍ରହଣ ହୋଇନାହିଁ ବୋଲି ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ବୁଲିବାକୁ ଯିବେ ଦେଶର ସବୁ ପିଲା । ଗୁଜରାଟର ଭଡନଗରର ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ, ସେହି ସ୍କୁଲକୁ ବୁଲିବାକୁ ଯିବେ ସ୍କୁଲର ଛାତ୍ରଛାତ୍ରୀ । ବର୍ତ୍ତମାନ ଏହି ବିଦ୍ୟାଳୟକୁ ପ୍ରେରଣା ପରିଯୋଜନା ଅଧୀନରେ ପ୍ରସ୍ତୁତ ହୋଇଛି । ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ପିଲାମାନେ ବୁଲିବାକୁ ଯାଇପାରିବେ ।
ଅଧିକ ପଢନ୍ତୁ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଏହି ବିଦ୍ୟାଳୟକୁ ଏକ ପ୍ରେରଣା ସ୍ଥଳ ଭାବରେ ବିକଶିତ କରାଯାଇଛି । ଏହି ବିଦ୍ୟାଳୟର ସଂରକ୍ଷଣ ଏଏସଆଇ ଦ୍ଵାରା କରାଯାଉଛି । ଏହି ପ୍ରକଳ୍ପ ଅଧୀନରେ ଦେଶର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ବୁଲି ଦେଖିବା ପାଇଁ ପଠାଯିବ । ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଏହା ଏକ ଭିନ୍ନ ପ୍ରକଳ୍ପ । ଏହାର ଉଦ୍ଦେଶ୍ୟ ହେଉଛି ଯୁବବର୍ଗମାନଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବ ।
ଏହି ବିଦ୍ୟାଳୟଟି ଏପରି ଭାବରେ ପ୍ରସ୍ତୁତ ହୋଇଛି ଯାହା ଭବିଷ୍ୟତରେ ପ୍ରାଥମିକ ଶିକ୍ଷାର ଏକ ମଡେଲ ହୋଇପାରିବ। ଏହା ସହିତ ଦେଶର ୭୪୦ ଜିଲାର ବିଦ୍ୟାଳୟଗୁଡ଼ିକ ପ୍ରେରଣା ପାଇପାରିବେ । ଏହି ବିଦ୍ୟାଳୟକୁ ସ୍ବତନ୍ତ୍ର ଟେକ୍ନୋଲୋଜିରେ ସଜାଯାଇଛି, ଯେଉଁଠାରେ ପିଲାମାନେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଅଧ୍ୟୟନ କରିପାରିବେ। ଏହି ବିଦ୍ୟାଳୟ ୧୮୮୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ୨୦୧୮ ପର୍ଯ୍ୟନ୍ତ ଏହା ଚାଲୁଥିଲା ।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାରତ ଆସିବେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ ଭାରତ ଖବର
ଆମେରିକୀୟ NSA ଜେକେ ସୁଲିବାନ ଜୁନ ୧୩ରେ ଦିଲ୍ଲୀରେ ପହଞ୍ଚିବେ । ଯେଉଁଠାରେ ଭାରତ ସହିତ ଜିଇ-୪୧୪ ଇଞ୍ଜିନ ଚୁକ୍ତି ଚୂଡାନ୍ତ ହେବ । ଏଠାରେ ସୁଲିବାନ ତାଙ୍କ ପ୍ରତିପକ୍ଷ ଅର୍ଥାତ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବିବେଚନା କରାଯାଉଛି ।
