ଭୁବନେଶ୍ୱର: ନିୟନ୍ତ୍ରଣ ବାହାରେ ପ୍ରଦୁଷଣ । ରାଜ୍ୟରେ ହୁହୁ ହୋଇ ବଢିଚାଲିଛି ତାପମାତ୍ରା ରାଜ୍ୟର ସବୁଜିମା ଉଜୁଡି ଗଲାଣି। ଜଳସ୍ତର ମଧ୍ୟ ହ୍ରାସ ପାଇଲାଣି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିକାଗୋ ବିଶ୍ୱବିଦ୍ୟାଳୟ ର ଏକ ରିପୋର୍ଟ ।
ତତଲା କଡେଇ ଆଡକୁ ଅଗ୍ରସର ହେଉଛି ଓଡ଼ିଶା। ନିୟନ୍ତ୍ରଣ ବାହାରେ ପ୍ରଦୁଷଣ ପରିମାଣ । ଦିଲ୍ଲୀ ପରେ ଏବେ ଓଡିଶାର ପ୍ରଦୁଷଣ, ଚିନ୍ତାର ବିସୟ ପାଲଟିଛି । ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମର ତଥ୍ୟ ଅନୁସାରେ ଓଡିଶାର ୬ଟି ସହର, ପ୍ରମୁଖ ପ୍ରଦୂଷିତ ସହର ତାଲିକାରେ ରହିଛି । ଦେଶର ୧୦୨ଟି ପ୍ରମୁଖ ପ୍ରଦୂଷିତ ସହର ତାଲିକା ମଧ୍ୟରେ ଓଡ଼ିଶାର ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା ଓ ତାଳଚେର ରହିଛି । ଭାରତ ସରକାରଙ୍କ ଏହି ତାଲିକା ପରେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟ ମଧ୍ୟ ଅନୁରୂପ ରିପୋର୍ଟ ପ୍ରକାଶ କରିଛି । ଓଡ଼ିଶା ଏବେ ତତଲା କଡେ଼ଇ ପଲଟିଯିବ ବୋଲି ଅନୁମାନ କରିଛି ଚିକାଗୋ ବିଶ୍ୱବିଦ୍ୟାଳୟର ଟାଟା ସେଣ୍ଟର । ରେପୋର୍ଟ ଅନୁଯାୟୀ ଦୁଇ ହଜରା ଶହେ ସୁଦ୍ଧା ବାର୍ଷିକ ତାପମାତ୍ରା 4° ବଢିବ । ବର୍ଷକୁ 48 ଦିନ ତାପମାତ୍ରା ସର୍ବାଧିକ ରହିବ । ଏହି ସଂଖ୍ୟା 2010 ତୁଳନାରେ 29 ଗୁଣା ବଢିବ । ଫଳରେ ଦେଶରର ପ୍ରାୟ 15 ଲକ୍ଷ ଲୋକଙ୍କ ପ୍ରଣାହାଣୀ ଘଟିବାର ସମ୍ଭାବନା ରହିଛି । ଅନେକ ଲୋକ ଅଂଶୁଘାତର ଶିକାର ହେବା ସହ ରାଜ୍ୟରେ ପାଣି ପାଇଁ ହା-ହା-କାର ଖେଳିଯିବ ।
ଚିକାଗୋ ବିଶ୍ୱବିଦ୍ୟାଳୟର ବାୟୁ ପ୍ରଦୂଷଣ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରଦୂଷଣ ମାତ୍ରା ବେଶ ଉଦବେଗ୍ ଜନକ ରହିଛି । ରିପୋର୍ଟ ଅନୁସାରେ 2010ରେ ହାରାହାରି ତାପମାତ୍ରା 28.87 ଡିଗ୍ରୀ ସେଲସିଅସ ରହିଥିବା ବେଳେ ତାହା ଦୁଇ ହଜାର ଶହେ ସୁଦ୍ଧା 32.19 ଡିଗ୍ରୀ ସେଲସିଅସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦୁଇ ହଜାର ଶହେ ସୁଦ୍ଧା ଅତ୍ୟଧିକ ଗରମ ପାଇଁ ଓଡିଶାରେ ପ୍ରତିବର୍ଷ 42 ହଜାର ଲୋକଙ୍କ ମୃତ୍ୟୁ ହେବ । ଜଳବାୟୁ ପରିବର୍ତ୍ତନ, ସବୁଜିମାର ହ୍ରାସ ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ।
ପ୍ରଦୂଷଣଠାରୁ କୌଣସି ବଡ ବିପଦ ମାନବ ସମାଜ ପାଇଁ ନାହିଁ । ଏଥି ଯୋଗୁଁ ସାରା ବିଶ୍ୱରେ ମଣିଷର ଜୀବନକାଳ କମିବାରେ ଲାଗିଛି । ତେବେ ଚିକାଗୋ ବିଶ୍ୱବିଦ୍ୟାଳୟର ଏହି ରିପୋର୍ଟ ଏବେ ସାରା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।