ବରଗଡ଼: ଟ୍ରାକ୍ଟରରେ ବୁହା ହେଉଛନ୍ତି ଦେଶର ଭବିଷ୍ୟତ । କଥା ଟା ଅଡ଼ୁଆ ଲାଗୁଥିଲେ ବି ସତ । ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ପରୀକ୍ଷା ଦେବାକୁ ଯାଉଛନ୍ତି ପରୀକ୍ଷାର୍ଥୀ । ଟ୍ରାକ୍ଟର ଯୋଗେ ନଦୀ ପାର ହେଉଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ବରଗଡ଼ ପଦ୍ମପୁର ସବ୍ ଡିଭିଜନ ଅନ୍ତର୍ଗତ ଚର୍ଦାପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ଜିଲ୍ଲାର ଚର୍ଦାପାଲି ଠାରେ ଥିବା ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ, ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟର ଯୋଗେ ଯିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ୧୩ କିଲୋମିଟର ଦୂରରେ ପଡ଼ିଛି ମାଟ୍ରିକ ପରୀକ୍ଷା କେନ୍ଦ୍ର । ତେବେ ଗମନାଗମନ ପାଇଁ ଭଲ ରାସ୍ତା ନଥିବା କାରଣରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ନଦୀ ପାର ହୋଇ ପରୀକ୍ଷା ଦେବାକୁ ଯାଉଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଜିଲ୍ଲାର ବିଚ୍ଛିନ୍ନଞ୍ଚଳ ପାଲଟିଛି ଚର୍ଦାପାଲି ଅଞ୍ଚଳ । ଅଦିନିଆ ବର୍ଷା ଯୋଗୁଁ ଅଙ୍ଗନଦୀରେ ପାଣି ଆସୁଥିବାରୁ ଛାତ୍ରୀମାନେ ବିପଦ୍ଜ୍ଜନକ ଭାବେ ଟ୍ରାକ୍ଟର ଯୋଗେ ନଦୀ ପାର ହେଉଛନ୍ତି । ଗୋଟିଏ ପଟେ ରାଜଧାନୀରେ ବସ୍ ଝରକାରେ ଜାଲି ଲାଗିଛି କି ନାହିଁ ଯାଞ୍ଚ ହେଉଥିବା ବେଳେ, ଅନ୍ୟପଟେ ଏଠି ଛାତ୍ରଛାତ୍ରୀମାନେ ଟ୍ରାକ୍ଟରରେ ବିପଦପୂର୍ଣ୍ଣ ଭାବେ ପରୀକ୍ଷା ଦେବାକୁ ଯାଉଛନ୍ତି । ଏଥିପ୍ରତି ନା ସରକାରଙ୍କର ନା ସ୍ଥାନୀୟ ପ୍ରଶାସନର ନଜର ପଡ଼ୁଛି । ଏପରି ବିପଦପୂର୍ଣ୍ଣ ଯାତ୍ରା ବେଳେ ଯେକୌଣସି ଏକ ବଡ଼ ଦୁର୍ଘଟଣା ଘଟିବ ନାହିଁ ବୋଲି ତାକୁ ଏଡ଼ାଇ ଦିଆଯାଇନପାରେ ।
ଅର୍ଗସ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଆଉ ଏକ ପ୍ରେମ କାହାଣୀ । ଆଉ ପ୍ରେମ ପାଇଁ ସରହଦ୍ ପାର କଲେ ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନ । ଯୁବତୀ ଜଣକ ନିଜ ପ୍ରେମିକଙ୍କୁ ଭେଟିବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ବାରମ୍ବାର ତାଙ୍କର ଭିସା ନାକଚ ହେବା ପରେ ଶେଷରେ ତାଙ୍କୁ ଭାରତ ଆସିବା ଲାଗି ଭିସା ମିଳିଛି । ଭାରତ ସରକାର ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନଙ୍କୁ ୪୫ ଦିନ ଲାଗି ଭିସା ଦେଇଛନ୍ତି । ଗତ କାଲି ଜବରିୟା ଖାନ ପଞ୍ଜାବର ଅଟାରି ବର୍ଡର ଦେଇ ଭାରତ ଭିତରକୁ ପ୍ରବେଶ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଜବରିୟା ଭାରତରେ ପ୍ରବେଶ କରିବା ମାତ୍ରେ ତାଙ୍କ ପ୍ରେମିକ ସମୀର ଖାନ ଓ ଶ୍ବଶୁର ଢୋଲ ବାଜା ବଜାଇ ତାଙ୍କୁ ସ୍ବାଗତ କରିଥିଲେ । ସେପଟେ ଜବରିୟା ଭାରତୀୟଙ୍କୁ ପ୍ରେମ କରୁଥିବାକୁ ତାଙ୍କ ଘରେ ମଧ୍ୟ ସମସ୍ତେ ସମର୍ଥନ କରିଛନ୍ତି । ଆହିରି ମଧ୍ୟ କହିଛନ୍ତି, ମୋତେ ଗତ ୫ ବର୍ଷ ହେବ ଭିସା ମିଳୁନଥିଲା । ଭିସା ମିଳିବା ଲାଗି ମୁଁ ଆଲ୍ଲାଙ୍କୁ ଅନେକ ପ୍ରାର୍ଥନା କରୁଥିଲୁ । ଆଉ ଶେଷରେ ଆଲ୍ଲା ମୋ ଦୁଃଖ ଶୁଣିଛନ୍ତି । ଯାହାପାଇଁ ମୁଁ ବହୁତ ଖୁସି । ଭାରତ ସରକାର ମୋତେ ୪୫ ଦିନ ଲାଗି ଭିସା ଦେଇଛନ୍ତି ।
ଆସନ୍ତା ବର୍ଷ ଜାନୁଆରୀରେ ଆମେ ଦୁହେଁ କୋଲକାତାରେ ବିବାହ କରିବୁ । ଜବରିୟା ଖାନଙ୍କ ସ୍ବାମୀ ତଥା ଭାରତୀୟ ଯୁବକ ସମୀର ଖାନ କହିଛନ୍ତି, "ଜବରିୟାଙ୍କୁ ଭେଟିବା ପରେ ମୋର ସ୍ବପ୍ନ ପୂରଣ ହୋଇଛି । ମୁଁ ଗତ ୫ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ଖୁବଶୀଘ୍ର ଆମର ବିବାହ ହେବ । ଜବରିୟାଙ୍କୁ ଭାରତ ସରକାର ଭିସା ପ୍ରଦାନ କରିଥିବାରୁ ମୁଁ କୃତଜ୍ଞ । ପୂର୍ବରୁ ୨ଥର ଜବରିୟାଙ୍କୁ ଭିସା ପ୍ରଦାନ କରାଯାଇନଥିଲା । ହେଲେ ଏଥର ତାଙ୍କୁ ଭିସା ମିଳିଛି ।"
ଅର୍ଗସ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ଭିତରକନିକା ଅଭୟାରଣ୍ୟ ବୁଲିବାକୁ ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ପାରାଦୀପ-ହରିଦାସପୁର ରେଳପଥ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରିବାକୁ ରେଳମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଛନ୍ତି ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତି ହୋଇପାରିବ । ତେବେ ରେଳ ଚଳାଚଳ ନେଇ ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାରଦା ପ୍ରଧାନ ।