ବ୍ରହ୍ମପୁର/ ଖୋର୍ଦ୍ଧା: ଗଞ୍ଜାମ ବୁଗୁଡ଼ା ଥାନା ଅଧିନସ୍ତ ବରଡ଼ିରେ ଅଭାବନୀୟ ଘଟଣା । ବ୍ରହ୍ମପୁର ଦେଇ ନୟାଗଡ଼ ଯାଉଥିବା ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ନାରୁସୁ ପ୍ରଧାନଙ୍କୁ ବସ୍ ଧକ୍କା ଦେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ବୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଛନ୍ତି ।
ସେହିଭଳି ଖୋର୍ଦ୍ଧା ୧୬ ନମ୍ୱର ଜାତୀୟ ରାଜପଥ ସୁନାଖେଳା ବାଇପାସରେ ସଡକ ଦୁର୍ଘଟଣା ଘଟିଛି । ସ୍କୁଟିକୁ କାର ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ନୟାଗଡ଼ ଓଡଗାଁର ଛଇଳ ଘଡେ଼ଇ । ଏହି ଦୁର୍ଘଟଣାରେ ଛଇଳଙ୍କ ଦୁଇ ପିଲା ଏବଂ ନଣଦେଇ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି କାର ଡ୍ରାଇଭକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।
