Mangala Alati | ଭକ୍ତଟି ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପିତ କରିଥାଏ
ଚନ୍ଦକାରେ ଥିବା ପାଓ୍ୱାରଗ୍ରୀଡ୍ ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ଷମ ହେବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଚନ୍ଦକାରେ ଥିବା ପାଓ୍ୱାରଗ୍ରୀଡ୍ ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଶ୍ରୀ ପ୍ରଧାନ ଚନ୍ଦକାରେ ଥିବା ଗ୍ରୀଡ୍ ଷ୍ଟେସନ ବୁଲି ସ୍ଥିତି ସମୀକ୍ଷା କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଫୋନିର ପ୍ରଭାବରେ ୬୦ ଟନ୍ ବିଶିଷ୍ଠ ଟାଓ୍ୱାର ଖସିପଡିଥିଲା । ତା ଦ୍ୱାରା ଷ୍ଟେଟ ଗ୍ରୀଡ୍ ଉପରେ ଓଭରଲାପିଙ୍ଗ୍ ହୋଇଥିଲା । ଭୁବନେଶ୍ୱରକୁ ନେସନ୍ୟାଲ ଗ୍ରୀଡରୁ ଆବଶ୍ୟକୀୟ ଯୋଗାଣ ଆରମ୍ଭ ହୋଇଛି । ବାରିପଦା-ପାଣ୍ଡିଆବିଲ୍ ଲାଇନ କାଲି ସୁଦ୍ଧା କାର୍ଯ୍ୟକ୍ଷମ ହେବ । ପୁରା ପାଓ୍ୱାରଗ୍ରୀଡର ଅଧିକାରୀମାନେ ଭଲକାମ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
Download Argus News App
