Ama Sahar 1pm | 6 Feb 2023 | Argus News
ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ ନିର୍ବାଚନ ପୂର୍ବରୁ ବିବାଦ
ଭୁବନେଶ୍ୱର: ଆସନ୍ତାକାଲି ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନର ନିର୍ବାଚନ । କିନ୍ତୁ ଏହା ପୂର୍ବରୁ ଆରମ୍ଭ ହୋଇଛି ବାଦ-ବିବାଦ । ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବର୍ତ୍ତମାନର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କୋଟି କୋଟି ଟଙ୍କା ହଡପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ସଙ୍ଗଠନର ସାଙ୍ଗଠନିକ ସମ୍ପାଦକ । ସଙ୍ଗଠନକୁ ନିଜ ଅକ୍ତିଆରରେ ରଖିବା ତଥା କାହାକୁ ସାଧାରଣ ସମ୍ପାଦକ ପଦରେ ନିର୍ବାଚନ ନ ଲଢିବା ପାଇଁ ପ୍ରଶାନ୍ତ ଚକ୍ରାନ୍ତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଙ୍ଗଠନିକ ସମ୍ପାଦକ ।
Download Argus News App
