ଭୁବନେଶ୍ୱର: ପୁଣି ଆୟୁଷ୍ମାନ ଯୋଜନାକୁ ନେଇ ଚର୍ଚ୍ଚା । ଅନେକ ଦିନ ଧରି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାର ଅମଙ୍ଗ ଥିଲେ । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ ରାଜ୍ୟ ସରକାର । ଏଥିରେ 70 ଲକ୍ଷ ଗରିବ ପରିବାରଙ୍କୁ ସାମିଲ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ବହୁ ବରିଷ୍ଠ ନେତା ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହି ଆୟୁଷ୍ମାନକୁ ନା କରିଥିଲେ ରାଜ୍ୟ ସରକାର ।
ଏବେ ନିର୍ବାଚନ ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଆୟୁଷ୍ମାନ ଯୋଜନା ସିଇଓ ଇନ୍ଦୁ ଭୁଷଣ ନେତୃତ୍ୱରେ ଆସିଥିବା 5 ଜଣିଆ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏବେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଛି । ସେମାନେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଲେ ଆମେ ତର୍ଜମା କରିବୁ । ଯଦି ରାଜ୍ୟ ଉପକୃତ ହେବ ତେବେ ଏହା ଉପରେ ବିଚାର କରାଯାଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା ପ୍ରମୋଦ କୁମାର ମେହର୍ଦ୍ଦା, କେନ୍ଦ୍ରରୁ ଆସିଥିବା ମନୁ ଶୁକ୍ଳା, ଆଦିତି ଭାର୍ଗବ, ଆସ୍ଥା ଆରୋରା, ରୋହିତ ଦେଓ ଝାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ବିବାହକୁ ନେଇ ସମସ୍ତେ ଏକ୍ସାଇଟେଡ ହୋଇଥାନ୍ତି। କି ଆମେ ଆମ ମ୍ୟାରେଜରେ ନିହାତି କିଛି ସ୍ପେଶାଲ କରିବୁ। ଆଜି ସେମିତି ଏକ ବିବାହ ବିଷୟରେ କହୁଛୁ ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯାହା ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ବିବାହ କରିଥିବା ଯୋଡିଙ୍କ ନାମ ହେଉଛି ମ୍ୟାଡେଲିନ୍ ବ୍ରକ୍ୱେ ଏବଂ ଯାଦବ ଲାଗ୍ରୋନ୍ । ଏମାନେ ଏତେ ଫେମସ ନୁହନ୍ତି କିନ୍ତୁ ଏହି ବିବାହ ପରେ ସେମାନେ ଏବେ ଚର୍ଚ୍ଚାରେ। ସେମାନେ ତାଙ୍କ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। କିନ୍ତୁ ଏହା ସତ।
ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା। ମ୍ୟାଡେଲିନ୍ ଏବଂ ଯାଦବଙ୍କୁ କିଛି ଦିନ ପୂର୍ବେ କେହି ଚିହ୍ନି ନ ଥିଲେ । କିନ୍ତୁ ସପ୍ତାହେ ତଳେ ସେମାନଙ୍କ ବିବାହ ସରିବା ପରେ ଦୁହେଁ ଇଣ୍ଟରନେଟ୍ରେ ବହୁଚର୍ଚ୍ଚିତ ଦମ୍ପତି ପାଲଟିଛନ୍ତି ।
୨୬ ବର୍ଷୀୟା କନ୍ୟା ମ୍ୟାଡେଲିନଙ୍କ ପରିବାର କାର୍ ବ୍ୟବସାୟ ସହ ସଂପୃକ୍ତ । ଏକମାତ୍ର ଉତ୍ତରାଧିକାରୀ ହୋଇଥିବାରୁ ସେ ପ୍ରଚୁର ସମ୍ପତ୍ତିର ମାଲିକାଣୀ ଅଟନ୍ତି। ପ୍ୟାରିସ୍ରେ ତାଙ୍କର ପାଞ୍ଚ ଦିନ ଧରି ଧୁମଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୧୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ସେଥିପାଇଁ ସେ ୫୯ ମିଲିୟନ୍ ଡଲାର ବା ପ୍ରାୟ ୪୯୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିବାହର ଅତିଥିମାନଙ୍କ ପାଇଁ ପ୍ୟାରିସ୍ରେ ପ୍ରାଇଭେଟ୍ ଜେଟ୍, ପ୍ୟାରିସ୍ ଅପେରା ହାଉସ୍ରେ ରିହର୍ସାଲ୍ ଡିନର, ଭର୍ସାଇ ରାଜପ୍ରାସାଦରେ ବିଭିନ୍ନ ଉତ୍ସବ, ଲୋକପ୍ରିୟ ବ୍ୟାଣ୍ଡ୍ ‘ମରୁନ୍ ୫’ର ସଂଗୀତ ପରିବେଷଣ ଏହି ଖର୍ଚ୍ଚରେ ଅନ୍ତର୍ଭୁକ୍ତ । ଫୁଲରେ ସାଜସଜ୍ଜା ପାଇଁ ମଧ୍ୟ ପ୍ରଚୁର ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ବିବାହରେ । ତେବେ ଏହି ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ : ବିବାହ ଦିନକୁ ମଣିଷ ଜୀବନର ଏକ ବିଶେଷ ଦିନ ବୋଲି କୁହାଯାଏ। ଏହି ଦିନକୁ ସମସ୍ତେ ଚାହିଁଥାନ୍ତି ସ୍ବତନ୍ତ୍ର କରିବାପାଇଁ। ସେଥିପାଇଁ ସେ ଏହି ଦିନ ସବୁଠାରୁ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ସେ ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତେ ଚାହାଁନ୍ତି କି ସମସ୍ତଙ୍କ ଆଖି ଯେପରି ସେମାନଙ୍କ ଉପରେ ରହୁ। ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ସୁନ୍ଦର ପୋଷାକ, ମେକ୍ ଅପ୍ , ଅଳଙ୍କାର ଇତ୍ୟାଦିରେ ସଜେଇ ହୋଇଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜଣେ ବର ୫୦୦ ଟଙ୍କିଆ ନୋଟର ଏକ ମାଳ ପିନ୍ଧିଛନ୍ତି।
ଅନେକ ସ୍ଥାନରେ ବିବାହ ସମୟରେ ବରର ବେକରେ ଟଙ୍କାର ମାଳ ପିନ୍ଧିବାର ପରମ୍ପରା ରହିଆସିଛି। କିନ୍ତୁ ଏହି ମାଳ ପ୍ରାୟତଃ ନକଲି ନୋଟରେ ତିଆରି ହୋଇଥାଏ। କିନ୍ତୁ ଯାହାପାଖେ ପ୍ରଚୁର ଟଙ୍କା ଥାଏ ସେ ଦଶ ହଜାର, କୋଡ଼ିଏ ହଜାର, କିମ୍ବା ପଚାଶ ହଜାର ଟଙ୍କିଆ ନୋଟ୍ ପର୍ଯ୍ୟନ୍ତ ମାଳ ପିନ୍ଧିଥାନ୍ତି। କିନ୍ତୁ ଏହି ଭିଡିଓରେ ଦେଖାଯାଇଛି ବର ଜଣକ ୨୦ ଲକ୍ଷ ଟଙ୍କାର ଏକ ମାଳ ପିନ୍ଧିଛନ୍ତି। ସେ ପାଖରେ ଥିବା କିଛି ସାଙ୍ଗ ଏବଂ ପିଲାମାନଙ୍କ ସହିତ ଟେରାସରେ ଠିଆ ହୋଇଛନ୍ତି। ସେ ଏତେ ଲମ୍ବାର ଟଙ୍କା ମାଳ ପିନ୍ଧିଛନ୍ତି ଯେ ସେହି ମାଳ ତଳେ ପଡିଲା ପରେ ବି ଶେଷ ହେଉନାହିଁ | ଲୋକମାନେ ଏହାକୁ ଦେଖି ବହୁତ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି।
ଏହି ଭିଡିଓ ଇନଷ୍ଟାଗ୍ରାମରେ dilshadkhan_kureshipur ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି ଏବଂ ଏହାକୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ପସନ୍ଦ କରି ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ଯେଉଁଠାରେ ସେହି ବର ଜଣକ ଠିଆ ହୋଇଛନ୍ତି ତାହା ହେଉଛି ଏକ ଭଙ୍ଗା ଘର। ସେଥିପାଇଁ ଜଣେ ଲୋକ ଏହି ଫଟୋରେ କମେଣ୍ଟ ଦେଇ କହିଛନ୍ତି ଯେ ଭାଇ, ତୁମେ ପ୍ରଥମେ ଏହି ଟଙ୍କାରେଏକ ଘର ନିର୍ମାଣ କରିବା ଉଚିତ୍। ଏବଂ ଆଉଜଣେ ଲେଖିଛନ୍ତି ଯେ ଏହି ଟଙ୍କାରେ ଘରର କାନ୍ଥ ପ୍ଲାଷ୍ଟର କରାଅ | ସେହିଭଳି ଅନେକ ଲୋକ ଏହାକୁ ନକଲି ବୋଲି ମଧ୍ୟ କହୁଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଆଜି ରାତି ସୁଦ୍ଧା ଉଦ୍ଧାର ହେବେ ଟନେଲରେ ଫସିଥିବା ସମସ୍ତ 41 ଶ୍ରମିକ। ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ଉତ୍ତରକାଶୀ ଟନେଲ୍ ଭିତରୁ ଜୀବନ ଉଦ୍ଧାର ପାଇଁ ଜାରି ରହିଛି ମିଶନ ଜୀବନ। ଦିନରାତି ଚାଲିଛି ରେସ୍କ୍ୟୁ ଅପରେସନ। ଭର୍ଟିକାଲ ଡ୍ରିଲିଂ ସହ ଟନେଲ ଭିତରେ ଜାରି ରହିଛି ମାନୁଆଲ ଡ୍ରିଲିଂ। ତେବେ ଶ୍ରମିକ ମାନଙ୍କ ପାଖରେ 8ଶହ MMର ପାଇପ୍ ପହଞ୍ଚି ସାରିଥିବା ନେଇ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ହାତରେ ମୋଟ୍ 52 ମିଟର ଖୋଳାଯାଇଛି। ତେବେ ଆଜି ରାତି ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଦେଶ ଖବର: