
ଅନୁଗୁଳ: ଗୋରୁ ବୋଝେଇ ଟ୍ରକ ଜବତ । ଦିନ ଦ୍ୱିଇପହରେ ଚାଲିଛି ଖୁଲମଖୁଲା ଗୋରୁ ଚାଲାଣ କାରବାର । ଅନୁଗୁଳ ଜିଲ୍ଲା ବରପାଲ ଥାନା ପୋଲିସ ସନ୍ତ୍ରୀ ନିକଟରୁ ୪ଟି ଗୋରୁ ବୋଝେଇ ଟ୍ରକ ସହ ପ୍ରାୟ ୩୦୦ରୁ ଅଧିକ ଗୋରୁ ଜବତ କରିଛି । ସନ୍ତ୍ରୀ ନିକଟରେ ଟ୍ରକ ଗୁଡିକ ଅଟକି ରହିଥିଲା । ସେତେବେଳେ କଳାହାଣ୍ଡି ଜିଲ୍ଲାର ଆନିମଲ ଓ୍ୱେଲଫେୟାର ଅଫିସର କୌଣସି କାମରେ ସେ ରାସ୍ତା ଦେଇ ଯାଉଥିଲେ। ଗୋରୁ ବୋଝେଇ ଟ୍ରକ ଦେଖି ତୁରନ୍ତ ଅନଗୁଳ ଏସ୍ପିଙ୍କୁ ଜଣାଇଥିଲେ।

ଏସ୍ପିଙ୍କ ନିର୍ଦେଶ କ୍ରମେ ପୋଲିସ ଟ୍ରକଗୁଡିକୁ ସେଠାରୁ ଜବତ କରି ଅନୁଗୁଳ ସ୍ଥିତ ଗୋ ପାଳନ କେନ୍ଦ୍ରକୁ ଆଣି ଥିଲେ । ତେବେ ପୋଲସକୁ ଦେଖି ଟ୍ରକ ଚାଳକ ଓ ଅନ୍ୟମାନେ ଦୌଡ଼ି ପଳେଇ ଥିଲେ । କିନ୍ତୁ ପୋଲିସ ଜଣକୁ ଧରିବାରେ ସକ୍ଷମ ହୋଇଛି। ଅଟକ ବ୍ୟକ୍ତିକୁ ପଚରା ଉଚରା ଜାରି ରହିଛି । ଗୋରୁ ଗୁଡିକୁ ସମ୍ବଲପୁର ଅଞ୍ଚଳରୁ ଏ ରାସ୍ତା ଦେଇ ଭଦ୍ରକ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଗୋରୁ ଗୁଡିକୁ ବହୁତ ଦୟନୀୟ ଅବସ୍ଥାରେ ଟ୍ରକରେ ନିଆଯାଉଥିଲା। ଗୋ ପାଳନ କେନ୍ଦ୍ରର କର୍ମଚାରୀ ମାନେ କିଭଳି ଜବତ ଗୋରୁ ସୁରକ୍ଷିତ ରହି ପାରିବେ ସେଥିପାଇଁ ପଦକ୍ଷେପ ନେଉଛନ୍ତି ।
