ବରଗଡ଼: ଦୀର୍ଘ ୧୯ଘଣ୍ଟା ପରେ ପଞ୍ଚାନନଙ୍କୁ ମିଳିଲା ନୂଆ ଜୀବନ । ପେଟରେ ପଶିଥିବା ଅଢ଼େଇ ଫୁଟ ଲମ୍ବ, ୩ ଇଞ୍ଚ ଗୋଲେଇର ଏକ କଣ୍ଟାଲଗା ବାଉଁଶକୁ ବାହାର କରାଯାଇଛି । କଟକ ବଡ଼ ଡାକ୍ତରଖାନାରେ ଡାକ୍ତରୀ ଟିମ୍ ଦୀର୍ଘ ୪ଘଣ୍ଟାର ଅସ୍ତ୍ରୋପଚାର ପରେ ପଞ୍ଚାନନ ପାଇଛନ୍ତି ନୂଆ ଜୀବନ। ରବିବାରଠାରୁ ପେଟରେ ପଶିଥିବା ଏହି କଣ୍ଟାଲଗା ବାଉଁଶକୁ ବାହାର କରିବାରେ ବୁର୍ଲା ମେଡିକାଲ ଅସଫଳ ହେବା ପରେ ସେ କଟକକୁ ଆସିଥିଲେ। ଅସ୍ତ୍ରୋପଚାର ସଫଳ ହୋଇଥିଲେ ବି ଫୁସ୍ଫୁସ୍ ଓ ପାକସ୍ଥଳୀରେ ବଡ଼ ଧରଣର କ୍ଷତ ଥିବାରୁ ତାଙ୍କୁ କେନ୍ଦ୍ରୀୟ ଆଇସିୟୁରେ ରଖାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲସ୍ତଲା ଗ୍ରାମର ପଞ୍ଚାନନ ପ୍ରଧାନ ନିଜ ଘରେ ରଙ୍ଗ ଦେଉଥିବା ବେଳେ ଗୋଡ଼ ଖସିଯିବାରୁ ତଳକୁ ଖସି ପଡ଼ିଥିଲେ। ଏହି ସମୟରେ ତଳେ ପଡିଥିବା ଏକ କଣ୍ଟାଲଗା ବାଉଁଶ ତାଙ୍କ ପେଟରେ ପଶି ପିଠି ପଟେ ବାହାରିଥିଲା। ଗତକାଲି ସଂଧ୍ୟା ସାଢ଼େ ୫ଟା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ନିଆଯାଇଥିଲା। ତେବେ, ପଞ୍ଚାନନଙ୍କ ଅବସ୍ଥା ଗୁରୁତର ଥିବାରୁ ତଥା ବାଉଁଶଟି ତାଙ୍କ ହୃତପିଣ୍ଡ ଓ ପାକସ୍ଥଳୀ ପର୍ଯ୍ୟନ୍ତ ପଶିଥିବାରୁ ସେଠାକାର ଡାକ୍ତରମାନେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ସୋମବାର ସକାଳ ୬ଟାରେ ସେ ଏସ୍ସିବି ଆଶୁ ଚିକିତ୍ସାକେନ୍ଦ୍ରରେ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ସର୍ଜରି ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା।
ଏସ୍ସିବିର ଡାକ୍ତରମାନେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲେ। ଆବଶ୍ୟକ ପରୀକ୍ଷଣ ପରେ ଦିନ ୧ଟାରୁ ତାଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ତେବେ ଡାକ୍ତରୀଦଳ ଦୀର୍ଘ ୫ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରି ପଞ୍ଚାନନଙ୍କ ପେଟରୁ କଣ୍ଟା ଲଗା ବାଉଁଶଟିକୁ ବାହାର କରିବାକୁ ସମର୍ଥ ହୋଇଥିଲେ। ଦିନ ୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଅପରେସନ୍ ଚାଲିଥିଲା। ତେବେ, ବାଉଁଶରେ ଲାଗିଥିବା କଣ୍ଟା ଯୋଗୁଁ ତାଙ୍କ ପାକସ୍ଥଳୀ, ଫୁସ୍ଫୁସ୍ ଓ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଅସ୍ତ୍ରୋପଚାର ପରେ ପଞ୍ଚାନନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଏସ୍ସିବି ସୂତ୍ରରୁ ଜଣାପଡିଛି।
ଅର୍ଗସ ବ୍ୟୁରୋ : ଲୋକପ୍ରିୟତାରେ ବିଶ୍ଵର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ନୁହେଁ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ପୁଣି ଥରେ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ପୁଣ ଥରେ ବିଶ୍ବରେ ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି । ବିଶ୍ବ ନେତାଙ୍କୁ ପଛରେ ପକାଇ ୭୬ ପ୍ରତିଶତ ରେଟିଂ ପାଇଛନ୍ତି । ମର୍ଣ୍ଣିଂ କନସଲ୍ଟ ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ଆପ୍ରୁଭାଲ୍ ଲିଡର୍ ସର୍ଭେ ରିପୋର୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି ଆମ ପ୍ରଧାମମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ ୬୬ ପ୍ରତିଶତ ରେଟିଂ ପାଇଛନ୍ତି । ସେହିଭଳି ସୁଇସ୍ ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କୁ ୫୮ପ୍ରତିଶତ ରେଟିଂ ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ପ୍ରତିଶତ ରେଟିଂରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୪୦ ପ୍ରତିଶତ ରେଟିଂ ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି । ଯାହା କି ମାର୍ଚ୍ଚ ପରଠାରୁ ତାଙ୍କର ସର୍ବୋଚ୍ଚ ଆପ୍ରୁଭାଲ ରେଟିଂ ।
ଅଧିକ ପଢନ୍ତୁ ଭାରତ ଖବର
‘ମର୍ଣ୍ଣିଂ କନସଲ୍ଟ’ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟ ୨୨ ଜଣ ବିଶ୍ୱସ୍ତରୀୟ ନେତାଙ୍କ ଉପରେ କରାଯାଇଥିବା ସର୍ଭେ ଉପରେ ଆଧାରିତ ହୋଇଛି । ସେପ୍ଟେମ୍ବର ୬ରୁ ୧୨, ୨୦୨୩ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ବିଶ୍ୱ ତାଲିକାରେ ସର୍ବନିମ୍ନ ୧୮% ଡିସଆପ୍ରୁଭାଲ ରେଟିଂ ରହିଛି । ତାଲିକାର ଶ୍ରେଷ୍ଠ ୧୦ ନେତାଙ୍କ ମଧ୍ୟରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସର୍ବାଧିକ ୫୮ ପ୍ରତିଶତ ନାପସନ୍ଦ କରାଯାଇଛି ଏବଂ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ସହ କାନାଡାର କୂଟନୈତିକ ମତଭେଦ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଆଇଟି ରେଡ ନେଇ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ମନ୍ତ୍ରୀଙ୍କ କିଛି ସଂପୃକ୍ତି ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ତା ବାଟରେ ଯିବ। ଯିଏ ସଂପୃକ୍ତ ଥିବ କାର୍ଯାନୁଷ୍ଠାନ ହେବ। ଯେ କୌଣସି ଦଳରେ ଯିଏ ଥିବ କାର୍ଯାନୁଷ୍ଠାନ ହେବ। ସଠିକ୍ ଅନୁସନ୍ଧାନ ଚାଲିଛି। ଆଇଟି ତଦନ୍ତ କରୁଛି ସତ୍ୟାସତ୍ୟ ସାମ୍ନାକୁ ଆସିବ। ବିରୋଧି ତାଙ୍କ କଥା କହିବେ। ବିଜେଡିରେ କିନ୍ତୁ କେହି ସଂପୃକ୍ତ ନାହାନ୍ତି। କିନ୍ତୁ ଓଡିଶା ଭଳି ରାଜ୍ୟରେ ଏତେ ଟଙ୍କା ନଗଦ କ୍ୟାସ ବାହାରିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ବୋଲି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧରନ କହିଛନ୍ତି। ଏହାସହ ଆହୁରି କହିଛନ୍ତି ଯେ, ମହୁଆ ମୋଇତ୍ରଙ୍କ ଘଟଣାରେ ପିନାକୀ ମିଶ୍ରଙ୍କର କୌଣସି ସମ୍ପର୍କ ନାହିଁ। ବିଜେପି ଅଭିଯୋଗର କୌଣସି ବାସ୍ତବତା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: