ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ । ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଚାଲିବ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆଜିଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖା ହେବ । ତାପରେ ଜୁଲାଇ ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏଥିପାଇଁ ଜୁଲାଇ ୧୨ରୁ ୧୬ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।
୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଲାଗି ଚୟନ କରାଯାଇଛି । କଳାରେ ୨ଲକ୍ଷ ୧୯ହଜାର ୧୦ଜଣ ,ବିଜ୍ଞାନରେ ୮୧ ହଜାର ୧୯୭ଜଣ, ବାଣିଜ୍ୟରେ ୨୨ହଜାର ୩୭୫ଜଣ, ସଂସ୍କୃତରେ ୬ହଜାର ୩୧୯ଜଣ, ଧନ୍ଦାମୂଳକ ଶିକ୍ଷାରେ ୪ହଜାର ୬୯୦ଜଣ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ଏମ୍.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍ଏମ୍ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି । ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର ପରିଦର୍ଶନ କରିବାକୁ ଯାଉଛନ୍ତି। ଜାହ୍ନବୀ କିନ୍ତୁ ଏଥର ଏକା ଯାଇନାହାନ୍ତି ବରଂ ତାଙ୍କ ବୟଫ୍ରେଣ୍ଡ ଶିଖରଙ୍କ ସହ ଦେଖିବାକୁ ମିଳିଥିଲା। ଯେଉଁଥିରେ ମହାକାଳେଶ୍ବର ମନ୍ଦିରକୁ ଦୁଇଜଣ ଯାଇ ପୂଜା କରିଥିଲେ। ବର୍ତ୍ତମାନ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିଛି।
#WATCH मध्य प्रदेश: अभिनेत्री जान्हवी कपूर ने उज्जैन के महाकालेश्वर मंदिर में दर्शन किए। pic.twitter.com/i3WQ0TFTV2 — ANI_HindiNews (@AHindinews) December 4, 2023
ଭିଡିଓରେ ଜାହ୍ନବୀ ଶିଖରଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଛି। ମନ୍ଦିରରେ ଜୋରସୋରରେ ଭଜନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ଜାହ୍ନବୀ ହାଲକା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ଆଉ ବହୁତ ସୁନ୍ଦର ଦିଶୁଛନ୍ତି। ଭଜନ ଚାଲିଥିବାବେଳେ ଦୁହେଁ ତାଳି ମାରୁଥିବାର ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହା ପ୍ରଥମ ଥର ନୁହେଁ ଯେ ଜାହ୍ନବୀଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ବି ଦୁହେଁ ଅନେକ ଥର ଦର୍ଶନ କରିବାକୁ ଆସିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର