ରୁଷିଆ ନାଗରିକଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ବଛା ବଛା ଅଫିସର ତଦନ୍ତ କରୁଥିବା ସେ କହିଛନ୍ତି। ଏଯାଏ କୌଣସି ଫାଉଲ ପ୍ଲେ ଥିବା ଜଣାପଡିନାହିଁ। ଆବଶ୍ୟକ ପଡ଼ିଲେ ଇଣ୍ଟରପୋଲର ସହାୟତା ନିଆଯିବ । ଘଟଣାରେ କେନ୍ଦ୍ରୀୟ ଓ ରାଜ୍ୟ ଗୁଇନ୍ଦା ବିଭାଗ ନଜର ରଖିଥିବା କହିଛନ୍ତି DGP ସୁନିଲ ବଂଶଲ ।
ନୂଆ ବର୍ଷରେ ନୂଆ ଚ୍ୟାଲେଞ୍ଜ ନେଇଛି ଓଡ଼ିଶା ପୋଲିସ

ଭୁବନେଶ୍ୱର: ବିଦାୟ ନେଇଛି ୨୦୨୨ । ନୂଆ ବର୍ଷରେ ନୂଆ ଚ୍ୟାଲେଞ୍ଜ ନେଇଛି ଓଡ଼ିଶା ପୋଲିସ । ଫୋକସରେ ରହିଛି ସାଇବର କ୍ରାଇମ, ନକ୍ସଲ ଦମନ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ । ତେବେ ୨୦୨୨ରେ ନକ୍ସଲ ମୁକାବିଲାରେ ରାଜ୍ୟ ପୋଲିସ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସେହିପରି ସତର୍କ ହୋଇ ଗାଡ଼ି ଚଳାଇବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
Download Argus News App
