ଅଧିକ ପଢନ୍ତୁ : କମିସନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ବର ସ୍ଥିତ କମିଶନରେଟ ପୋଲିସର ରିଜର୍ଭ ଗ୍ରାଉଣ୍ଡରେ ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଟ୍ବିନ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ସହ ବିଗତ ବର୍ଷରେ କୃତିତ୍ବ ଅର୍ଜନ କରିଥିବା 19 ଜଣ ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା । We care we dare ଲକ୍ଷ୍ୟ ସହ ଅପରାଧ ନିୟନ୍ତ୍ରଣ ଓ଼ ଆଇନ ଶୃଙ୍ଖଳା କ୍ଷେତ୍ରରେ ଦକ୍ଷତାର ସହ କାମ କରିବାକୁ ପୋଲିସ କର୍ମଚାରୀଙ୍କୁ ଆହ୍ବାନ ଦେଇଥିଲେ ପୋଲିସ କମିଶନର ।
88ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଡିସ୍କ ପ୍ରଦାନ କରାଯାଇଛି । କାର୍ଯ୍ୟ ଦକ୍ଷତା ଏବଂ ଉତ୍ତମ ସେବା ଲାଗି 100 ଜଣଙ୍କୁ ଏହି ଡିସ୍କ ଡିଜିପି ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର, ମାଲକାନଗିରି ଏସପି ନୀତେଶ ୱାଦ୍ୱାନି, କଳାହାଣ୍ଡି ଏସପି ଅଭିଳାଷ. ଜି, ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଓ ଭୁବନେଶ୍ବର ଭିଜିଲାନ୍ସ ଏସପି ଅନୁମପା ଜେମସ ।